ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାମି ପାତ୍ର ଙ୍କ କବିତା ନାଉରିଆ ଭାଇରେ ନାଉରିଆ  ଭାଇ

ନାଉରିଆ ଭାଇରେ ନାଉରିଆ  ଭାଇ

ନାଆକୁ ନେବୁରେ ଧିରେ ଚଲେଇ
କାତକୁ ଧରିବ ଜାବୁଡ଼ି ଧରି
ଝିଅ ମୋର ଯିବ ଶାଶୁ ଘର
ଲାଗୁଛି ତାକୁ ବହୁତ ଡର
ଭଲକରି ନାଆଁ ନେବୁରେ ବୋହି।
କୋଣେ ଅନୁକୋଣେ ବୋହିଲା
ସୁଲୁସୁଲୁଆ ବାଆ
ଦିନ ଦଶ ଘଡ଼ି ହେଲାଣି ଆସି
ଖରା ମାରେ ଚାଇଁ ଚାଇଁ
ପାଞ୍ଚ କୋଶ ବାଟ ଅଛିଲୋ ଯିବାଲୋ
ବେଳ ତ ଯାଉଛି ଗଡ଼ି।
ଗେହ୍ଲ ବଷରେ ବଢ଼େଇଛି ଝିଅ ଯାଇକୁ
ଅଚିହ୍ନା, ଅଜଣା ଗାଁକୁ ଯିବ ସେ ଚାଲି
ପର ଗୋତ୍ରି ବୋଲି କୁହନ୍ତି ତାକୁ
ବିବାହ ପରେ ନୁହେଁ ସେ ବାପଘରର।
ଗର୍ଭଧାରୀ ଜନନୀ କେତେ ଆଦରେ
ପାଳିଥାଏ ଯତନେ ସ୍ନେହ ଶ୍ରଦ୍ଧା ରେ
ଭାଇ ଭଉଣୀ ବାପା ମାଆର ଶରଧା
ସବୁ ଦୂର କରି ହେଉଛି ବିଦା
ସାଙ୍ଗ ସାଥି ବନ୍ଧୁ ପରିଜନ ମାୟା ତୁଟାଇ
ଶାଶୁଘର ଯିବ ସବୁ ପଛେ ପକାଇ।
ବାଟେ ଯାଉ ଯାଉ କାମୁଡିଲା କଙ୍କଡା
ବାପାଧରି ବସାଇଲା ନାଆରେ ତାକୁ
ଉତ୍ତରାବାଆ ବୋହିଲା ଦାଉ ଦାଉ
ନାଉରିଆ ଭାଇ ତାର କାତ ମାରୁଅଛି
ଯାଇର ଅତୀତ ଭାରି ମନେପଡୁଛି
ଦୁଃଖ ରେ ଛାତି ଫାଟିଯାଉଛି 
ସେଇ ଗାଁ ସେ ମାଟି ସରଗପୁର
ରାଇଜ ଭିତରେ ସିଏ ସବୁଠାରୁ ଭଲ‌।
ଯାଇ କହିଲା ମୁଁ ପିଠା ରକୁଣି
ସବୁ ପରବେ ବାପା ଆଣିବ ଜାଣି
ଭୂଲି ଯିବୁନି ତୋର ଏଝିଅକୁ ପୁଣି
ରାଣ ରହିଲା ଏଝିଅର ଜାଣ।
କାହାରିକୁ ଦେଖିନାହିଁ କାଳିଅନ୍ଧାରୁ
ବାହାରି ଆସିଛି ସେ ତ ଆପଣ ଘରୁ
ମାମୁଁ ଭଣଜା ପରି ବହୁଛି ବାଆ
ପାଞ୍ଚ କୁଶ ବାକି ବାଟ ରହିଛି ଆଉ
 ନାଉରି ଭାଇ ମାରୁଛି କାତ
ନପଡ଼ି ସେତ ଥକି
ପବନ ବେଗେ ଯାଉଛି ନାଆ
ନାଉରାଆ ଭାଇ ଗୀତ ଗାଉଛି ସରାଗେ
ନାନା ଆଶଙ୍କାରେ ଜାଇ ହୁଏ ବ୍ୟାକୁଳ ।
ଚିଲିକା ମଝିରେ ଅକାତ ଜଳ
ସମୁଦ୍ର ମଝିରେ ଯାଇ ଘର ବୋଲି
ନିରିମାଖି ହୋଇ ଯାଉଛି ଚାଲି
ବାପା ପୋଛିଦେଲେ ଜାଇର ଲୁହ।
ନାଉରି ଭାଇ ଧିରେଧିରେ ଚଲା ନାଆକୁ ତୋର
ଡରୁଛି ମୋ ଝିଅ ଦେଖି ନାଆକୁ ତୋର
ବସି ନାହିଁ ଝିଅ ମୋର ନାଆରେ କେବେ 
ଅକାତ ପାଣିକୁ ଦେଖି ଡରମାଡୁଛି।
ଚିଲିକା ମଝିରେ ଗଣ୍ଡଅତି ଗଭୀର
ପାଣିକୁ ଦେଖିଲେ ଲାଗୁଛି ଡର
କାତ ପାଉ ନାହିଁ ନାଆକୁ ଵହି
ଦେଖୁ ଦେଖୁ ନାଆ ଆସି ଗଣ୍ଡେ ପଡ଼ିଲା‍
ବାଦଲ ଉହାଡେ ଲୁଚେ ସୁରୁଜ 
ବର୍ଷା ସାଥେ ବତାଶ ମାଡିଆସିଲା
ପବନରେ ନାଆ ଦୋହଲି ଗଲା
ଛନକା ପଶିଗଲା ନାଉରିଆ ଭାଇର
କାତ ପାଉ ନାହିଁଁ ଆଉ ଏଗଭୀର ଖଣ୍ଡରେ
ଚାହୁଁ ଚାହୁଁ ନେଲା ନାଆକୁ ମେଲାଇ
ଅତି ବେଗେ ଦେଲା ପାହାଡ଼ ବାଡ଼େଇ
ଆଖିପିଛୁଳାକେ ହୋଇଲା ଶେଷ
କପାଳ ଲିଖନ କି କରିବ ଆନ
ବଧିର ବିଧାନ ଫଳେ ସବୁ ଘଟିଲା
ମାଆ ରୂପେ ସେତ ପୂଜା ପାଇଲା
କାଳିଜାଇ ନାମେ ବିଖ୍ୟାତ ହେଲା

ମାମି ପାତ୍ର

ତିହିଡି ଭଦ୍ରକ

Related posts

ଫୁଲବାଣୀ ଚା ଦୋକାନୀ ର ପୁଅ ହେବ ଡାକ୍ତର , ଲୋକଙ୍କ ର ସେବା ହେବ ତାଙ୍କର ବ୍ରତ

Sunil Chandra Nayak

ବିଶ୍ବସ୍ତରୀୟ ଜାତୀୟ ମହାମିଳନରେ ବାରିପଦା

Sunil Chandra Nayak

ରାଇରଙ୍ଗପୁର କୋର୍ଟରେ ଭାତୃହନ୍ତାକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ

Sunil Chandra Nayak

Leave a Comment

error: Content is protected !!