ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ଭଜନ ‘ଶ୍ରୀରାମ’ ର ଶୁଭ ଉନ୍ମୋଚନ

ଧର୍ମଗଡ଼ -: (ମ ନି ସ)   ପବିତ୍ର ଶ୍ରୀରାମ ନବମୀ ଅବସରରେ ଆଜି ଧର୍ମଗଡସ୍ଥିତ ଶ୍ରୀ ରାମ ଜୀଉ ମନ୍ଦିର ପରିସରରେ ଓଡ଼ିଆ ଭଜନ “ଶ୍ରୀରାମ” ଲୋକାର୍ପିତ ହୋଇଯାଇଛି। ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁନିଲ ଚନ୍ଦ୍ର ପଣ୍ଡା,ବରିଷ୍ଠ ସାମ୍ବାଦିକ ଶ୍ରୀ ବିଦ୍ୟାଧର ସାହୁ,ବୈଦ୍ୟନାଥ ବେହେରା,ପୂର୍ବତନ କୃଷି ଅଧିକାରୀ ସଙ୍ଗୀତଜ୍ଞ ବସନ୍ତ କୁମାର ଯୋଶୀ ଅତିଥି ଭାବେ ଯୋଗଦେଇ ଭଜନକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଜାଲ ଙ୍କ ସଂଯୋଜନା ଓ ଡାକ୍ତର ସଦାନନ୍ଦ ପାଣିଗ୍ରାହୀଙ୍କ ପ୍ରଯୋଜନାରେ ନିର୍ମିତ ଏହି ଭଜନକୁ ଅବନା ଭୋଇ ଗୀତ ରଚନା କରିଥିବା ବେଳେ ଏହାର କଣ୍ଠଦାନ ଓ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ପ୍ରକାଶ ଆନନ୍ଦ,ସହାୟତା କରିଛନ୍ତି ଗୋକୁଳାନନ୍ଦ ପ୍ରଧାନ ଓ ଚିଦାନନ୍ଦ ପଣ୍ଡା। ଅଞ୍ଚଳରେ ଭକ୍ତି ଭାବ ସୃଷ୍ଟି କରିବା ପାଇଁ ଏଭଳି ପ୍ରୟାସ ଜାରି ରହିବ। ଆସନ୍ତା ଅକ୍ଷୟ ତୃତୀୟାରେ ଶ୍ରୀ ଜଗନ୍ନାଥଙ୍କ ଉପରେ ପ୍ରସ୍ତୁତ ଭଜନ ଲୋକାର୍ପିତ କରାଯିବ।ଏହାଛଡା ବିଭିନ୍ନ ଦେବଦେବୀ ତଥା ସାମ୍ପ୍ରତିକ ବିଶ୍ୱର ସ୍ଥିଥି ଉପରେ କିଛି ଭଜନ ପ୍ରସ୍ତୁତ କରାଯାଉଛି ବୋଲି ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଏଥି ସହିତ ପ୍ରଭୁ ଶ୍ରୀ ରାମଙ୍କ ଉପରେ ଆଧାରିତ ଏହି ‘ଶ୍ରୀ ରାମ’ ଭଜନ ଜନାଦୃତ ହେବା ଆଶା କରିଛନ୍ତି ।

Related posts

କାଞ୍ଚନଗଡିଆ ଗ୍ରାମ ରେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ 

Sunil Chandra Nayak

ଗଣ୍ଡାମେର ଗ୍ରାମର ରଜନୀ ମସରାଙ୍କ ଦୁଇ ବଖରାଘର ନିଆଁରେ ପୋଡି ଭସ୍ମୀଭୂତ : କାରଣ ଅସ୍ପଷ୍ଟ

Sunil Chandra Nayak

Leave a Comment

error: Content is protected !!