ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ଭଜନ ‘ଶ୍ରୀରାମ’ ର ଶୁଭ ଉନ୍ମୋଚନ

ଧର୍ମଗଡ଼ -: (ମ ନି ସ)   ପବିତ୍ର ଶ୍ରୀରାମ ନବମୀ ଅବସରରେ ଆଜି ଧର୍ମଗଡସ୍ଥିତ ଶ୍ରୀ ରାମ ଜୀଉ ମନ୍ଦିର ପରିସରରେ ଓଡ଼ିଆ ଭଜନ “ଶ୍ରୀରାମ” ଲୋକାର୍ପିତ ହୋଇଯାଇଛି। ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁନିଲ ଚନ୍ଦ୍ର ପଣ୍ଡା,ବରିଷ୍ଠ ସାମ୍ବାଦିକ ଶ୍ରୀ ବିଦ୍ୟାଧର ସାହୁ,ବୈଦ୍ୟନାଥ ବେହେରା,ପୂର୍ବତନ କୃଷି ଅଧିକାରୀ ସଙ୍ଗୀତଜ୍ଞ ବସନ୍ତ କୁମାର ଯୋଶୀ ଅତିଥି ଭାବେ ଯୋଗଦେଇ ଭଜନକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଜାଲ ଙ୍କ ସଂଯୋଜନା ଓ ଡାକ୍ତର ସଦାନନ୍ଦ ପାଣିଗ୍ରାହୀଙ୍କ ପ୍ରଯୋଜନାରେ ନିର୍ମିତ ଏହି ଭଜନକୁ ଅବନା ଭୋଇ ଗୀତ ରଚନା କରିଥିବା ବେଳେ ଏହାର କଣ୍ଠଦାନ ଓ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ପ୍ରକାଶ ଆନନ୍ଦ,ସହାୟତା କରିଛନ୍ତି ଗୋକୁଳାନନ୍ଦ ପ୍ରଧାନ ଓ ଚିଦାନନ୍ଦ ପଣ୍ଡା। ଅଞ୍ଚଳରେ ଭକ୍ତି ଭାବ ସୃଷ୍ଟି କରିବା ପାଇଁ ଏଭଳି ପ୍ରୟାସ ଜାରି ରହିବ। ଆସନ୍ତା ଅକ୍ଷୟ ତୃତୀୟାରେ ଶ୍ରୀ ଜଗନ୍ନାଥଙ୍କ ଉପରେ ପ୍ରସ୍ତୁତ ଭଜନ ଲୋକାର୍ପିତ କରାଯିବ।ଏହାଛଡା ବିଭିନ୍ନ ଦେବଦେବୀ ତଥା ସାମ୍ପ୍ରତିକ ବିଶ୍ୱର ସ୍ଥିଥି ଉପରେ କିଛି ଭଜନ ପ୍ରସ୍ତୁତ କରାଯାଉଛି ବୋଲି ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଏଥି ସହିତ ପ୍ରଭୁ ଶ୍ରୀ ରାମଙ୍କ ଉପରେ ଆଧାରିତ ଏହି ‘ଶ୍ରୀ ରାମ’ ଭଜନ ଜନାଦୃତ ହେବା ଆଶା କରିଛନ୍ତି ।

Related posts

ଚିଲଗୁଡ଼ାରେ କଳସ ଶୋଭା ଯାତ୍ରା

Sunil Chandra Nayak

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଲେ ଚନ୍ଦନ ସେନାପତି, ୧୫-୧୧ ଭୋଟରେ ଶ୍ରୀମତି ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ପରାସ୍ତ କଲେ

Sunil Chandra Nayak

ଦେଶୀ ମଦଭାଟି ପ୍ରସ୍ତାବକୁ ବିରୋଧ କରି ସ୍ବୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ବାରସ୍ତ

Sunil Chandra Nayak

Leave a Comment

error: Content is protected !!