ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଚନ୍ଦାହାଣ୍ଡି(ମ ନିସ) ନବରଙ୍ଗପୁର ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଭା ଗୃହ ଠାରେ ସର୍ବ ମୋଟ ୪୮ ଟି ଅଭିଯୋଗ ଶୁଣାଣୀ କରିଥିବା ଜଣାପଡିଛି। ୪୮ ଟି ଅଭିଯୋଗ ମଧ୍ୟରେ ୨୧ ଟି ବ୍ୟକ୍ତି ଗତ ଅଭିଯୋଗ ରହିଥିବା ବେଳେ ୨୭ ଟି ସାମୁହିିକ ଅଭିଯୋଗ ରହିଥିଲାା। ସାମୁହିକ ଅଭିଯୋଗ ମଧ୍ୟରେ ପଟଖଲିଆ ପଂଚାୟତ ର ଜଙ୍ଗଲ ଉପାନ୍ତ ଗ୍ରାମ ଗୁଡିକୁ ବର୍ତ୍ତମାନ ସୁଧା ରାସ୍ତା ନ ଥିବା ରୁ ସାଧାରଣ ଯାତାୟତ ରେ ଘୋର ଅସୁବିଧା ଦେଖା ଦେଉଥିବାରୁ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ପଟଖଳିଆ ପଂଚାୟତ ବାସୀ ଅଭିଯୋଗ କରି ଥିଲେ l ସେହିପରି ଗତବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ଚାଷୀ ଙ୍କ ଫସଲ ନଷ୍ଟ ହୋଇ ଥିବା ବେଳେ କୌଣସି ବିଭାଗୀୟ କର୍ମଚାରୀ ମାନେ ଚାଷ ଜମି ପରିଦର୍ଶନ ନକରି ଶସ୍ୟ କାଟ, ମିଥ୍ୟା ରିପୋର୍ଟ ପ୍ରଦାନ କରିଥିବା ଯୋଗୁଁ ଚାଷୀ ମାନେ ବଞ୍ଚିତ ହୋଇଥିବା ସହ ବୀମା ଟଙ୍କା ପାଇନଥିବା ଚାଷୀ ଙ୍କୁ ଶିଘ୍ର ବୀମା ରାଶି ପ୍ରଦାନ କରିବାକୁ ଦଳବେଡା ଚାଷୀ କଁହଲ ସିଂ ମାଝୀ, କମୁଲୁ ମନହିରା, ଭୁବନେ ମାଝୀ ଏବଂ ଦଳବେଡା ସରପଞ୍ଚ ଭଗବାନ ମାଝୀ ଅଭିଯୋଗ କରିଥିଲେ l ସାତଦିନ ମଧ୍ୟ ରେ ଏହାର ପଦକ୍ଷେପ ନେବେ ବୋଳି ଜିଲ୍ଲାପାଳ ଡ଼ ମିଶ୍ର ପ୍ରତିଶ୍ରୁତି ଦେଇ ଥିଲେ l ମାଲଗାଁ ପଂଚାୟତ ରେ ରାସ୍ତା ଘାଟ ସମସ୍ୟା ସହ ପି ଡି ଏସ ର ସମସ୍ୟା କୁ ଦୁରକରିବା ପାଇଁ ମାଲଗାଁ ସରପଞ୍ଚ ଅଜିତ ପୋଟା ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଶିବିର ରେ ଅଭିଯୋଗ କରି ଥିଲେ l ବ୍ୟକ୍ତି ଗତ ଅଭିଯୋଗ ମଧ୍ୟ ରେ ଦୀର୍ଘ ଦିନ ହେବ ଘର ଯୋଗାଣ ପାଇଁ ପଟା ପ୍ରଦାନ କରାଯାଇ ଥିଲେ ମଧ୍ୟ ବର୍ତ୍ତମାନ ସୁଧା ପଟା ପାଇଥିବା ଭୂମିହୀନ ଙ୍କୁ ଘର ଡ଼ିହ ଜମି ପ୍ରଦାନ କରାଯାଇ ନ ଥିବାରୁ ଚନ୍ଦାହାଣ୍ଡି ସଦର ଗ୍ରାମ ର ଫୁଲଚନ ଗୌଡ଼, ଇଡି ଗୌଡ଼, ପଦ୍ମନ ଗୌଡ଼, ଏବଂ ଭଗବାନ ପାଣିଗ୍ରାହୀ ଜିଲ୍ଲାପାଳ ପାଖେ ଅଭିଯୋଗ କରିଥିଲେ l ଜିଲ୍ଲାପାଳ ଜନଶୁଣାଣୀ ଶିବିର ରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ, ଏସ ଡି ପି ହିମାଂଶୁ ଶବର,ବିଡିଓ ଧର୍ମରାଜ ମାଝୀ ଏବଂ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗଦାନ କରି ଲୋକଙ୍କ ଅଭିଯୋଗ ଶୁଣି ଥିବା ବେଳେ ଚନ୍ଦାହାଣ୍ଡି ବ୍ଲକ ର ସମସ୍ତ କନିଷ୍ଠ ଯନ୍ତ୍ରୀ, ପି ଇ ଓ ଯୋଗାଣ ସହାୟକ, ଏବଂ ସମସ୍ତ ପଂଚାୟତ ର ଜନପ୍ରତିନିଧି ମାନେ ଉପସ୍ଥିତ ରହି ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଖଡ଼ିଆଳ ପଂଚାୟତ ସମିତି ବୈଠକ, ବିଧାୟକ – ଅଂଚଳର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ନିତ କରିବାକୁ ଆହ୍ବାନ

Sunil Chandra Nayak

ଉଠା ଜଳସେଚନ କେନାଲରୁ ବଳଦ ଉଦ୍ଧାର କଲେ ଦମକଳ କର୍ମଚାରୀ

Sunil Chandra Nayak

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!