ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନଜୀବୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ର ସଦସ୍ୟ ଅବନୀ କାନ୍ତ ଦାଶ ଙ୍କ ବିୟୋଗ ରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଜିଲ୍ଲା ଅଦାଲତ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଂଘ ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ଶ୍ରୀ ସଞ୍ଜୀବ ଦୁବେ, ପରିବାର ଅଦାଲତ ବିଚାରପତି ଡଃ ମୁନ୍ ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ପକସୋ) ପ୍ରଣତି ସାହା, ଅତିରିକ୍ତ ଜିଲ୍ଲା ଜଜ୍ ଆଡହକ୍ ସଞ୍ଜୟ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜଜ୍ ଶିବ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ସୁକାନ୍ତ କିଶୋର ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଜନକ ରାଉତ, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ଏସ୍ ଡି ଜେ ଏମ୍ ପ୍ରଜ୍ଞା ପଣ୍ଡା ଓ ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର ମଞ୍ଚାସୀନ ଥିଲେ। ଅମର ଆତ୍ମାଙ୍କ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତ ଦାଶ ଦୀର୍ଘ ଦୁଇ ବର୍ଷ ରୁ ଅଧିକ ଅସୁସ୍ଥ ରହି ଚିକିତ୍ସାଧୀନ ଥିଲେ। ୫୦ ବର୍ଷ ବୟସରେ ତାଙ୍କର ଦହଣା ଗ୍ରାମ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଦକ୍ଷ ଆଇନଜୀବୀ ହେବା ସହ ଶ୍ରୀ ଜଗନ୍ନାଥ ଭଜନ ଓ ବାଣୀ କଣ୍ଠ ନିମାଇ ଚରଣ ହରିଚନ୍ଦନ ଙ୍କ ଭଜନ ପରିବେଷଣ କରି ଜଣେ ଚର୍ଚ୍ଚିତ କଣ୍ଠଶିଳ୍ପୀ ଭାବେ ସମସ୍ତ ଙ୍କ ପ୍ରିୟ ଥିଲେ। ସଂଘ ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ସରକାରୀ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ, ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡଙ୍ଗା, ମାନସ ତ୍ରିପାଠୀ, ସିରାଜୁଦ୍ଧିନ ଅହମ୍ମଦ, ସନ୍ତୋଷ ମିଶ୍ର ପ୍ରମୁଖ ସ୍ମୃତି ଚାରଣ କରି ସ୍ୱର୍ଗତ ଦାଶଙ୍କ ବିୟୋଗ ଜିଲ୍ଲା ଆଇନଜୀବୀ ସଂଘ ର ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ରବୀନ୍ଦ୍ର ପ୍ରସାଦ ପାଢ଼ୀ, ଉମା ଶଙ୍କର ତ୍ରିପାଠୀ, ଗଜପତି ପଟ୍ଟନାୟକ, ଗଜେନ୍ଦ୍ର କୁମାର ଦାସ, ଦେବୀ ପ୍ରସାଦ ସିଂ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲକ୍ଷ୍ମୀ କାନ୍ତ ମିଶ୍ର, ଅରୁଣ କୁମାର ମହାନନ୍ଦିଆ, କିଶୋର କୁମାର ପଟ୍ଟନାୟକ, ଦାମୋଦର ତ୍ରିପାଠୀ, ପ୍ରସନ୍ନ କୁମାର ପଟ୍ଟନାୟକ, ସ୍ନେହଲତା ଦେବୀ, ଜେନିଫର ସୁନା, ସୁରଜ ନାୟକ, ସଞ୍ଜୟ ପ୍ରଦୀପ ସୁନା, ପ୍ରଫୁଲ୍ଲ ସିଂ, ପଙ୍କଜିନୀ ତ୍ରିପାଠୀ, ରାଜ କିଶୋର ନାଗ, ସୁଦାମ କୁମାର ସରିବୁ, ସି. ଏଚ୍. ଚନ୍ଦ୍ର ଶେଖର ରାଓ, ପ୍ରଶାନ୍ତ ପଟ୍ଟନାୟକ, ଅଜିତ ଦାସ, ସନ୍ତୋଷ ନାୟକ, ପ୍ରଦୀପ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ପ୍ରଧାନ ଶିକ୍ଷକ ଙ୍କ ଅଵସର ପରେ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ପଦଯାତ୍ରା କରି ଘର ଘର ବୁଲି ସମସ୍ୟା ବୁଝିଲେ ବିଧାୟକ 

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ସ୍ମୃତିରେ ପଦ୍ମଶ୍ରୀ ରଜତ କୁମାର କର

Leave a Comment

error: Content is protected !!