ନିମ୍ନ ମାନର ନିର୍ମାଣ ଅଭିଯୋଗ
ଫୁଲବାଣୀ -: ଫୁଲବାଣୀ ଗୃହ ପୂର୍ତ୍ତ ବିଭାଗ ଓ ଫୁଲବାଣୀ ପୌରପରିଷଦ ର ମିଳିତରେ କୋଟି କୋଟି ଟଙ୍କା ଅନୁଦାନ ରେ ନିର୍ମାଣ ହୋଇଥିବା ନାରାୟଣୀ ମନ୍ଦିର ନିକଟସ୍ଥ ନାରାୟଣୀ ସ୍ମାର୍ଟ ପାର୍କ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହି ନାରାୟଣୀ ପାର୍କ ଫୁଲବାଣୀ ସହରର ଅଧିଷ୍ଠାତ୍ରୀ ଠାକୁରାଣୀ ମାଁ ନାରାୟଣୀ ଙ୍କର ମନ୍ଦିର ନିକଟରେ ଅବସ୍ଥିତ। ଏହି ମନ୍ଦିର ନିକଟରେ ପିଲା ସାଲୁଙ୍କି ନଦୀ କଳ କଳ ମୁଖରିତ ନାଦରେ ବୋହି ଯାଉଛି। ଜନ ସାଧାରଣ ଙ୍କର ଚିତ ବିନୋଦନ ନିମନ୍ତେ ଏହି ସ୍ଥାନ ପ୍ରୋମଦ ଉଦ୍ୟାନ ପାଇଁ ଉପଯୁକ୍ତ ବିବେଚନା କରାଯାଇ ଫୁଲବାଣୀ ଗୃହ ପୂର୍ତ୍ତ ବିଭାଗ ଓ ପୋୖରପରିଷଦ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଏହି ନାରାୟଣୀ ସ୍ମାର୍ଟ ପାର୍କ ନିର୍ମାଣ କରାଯାଇଥିଲା। ଫୁଲବାଣୀ ଗୃହ ପୁର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ,ଉପ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ, ଠିକାଦାର ପୋୖର ପରିଷଦ କନିଷ୍ଠ ଯନ୍ତ୍ରୀ , ପୋୖର ଅଧ୍ୟକ୍ଷ ଙ୍କର ମଧୁ ଚନ୍ଦ୍ରିକା ରେ ନାରାୟଣୀ ପାର୍କ ନିର୍ମାଣ ନିମ୍ନ ମାନର କାମ ହୋଇଥିବା ହେତୁ ଗତକାଲି ର ଗାଟିଏ ରାତିର ବର୍ଷା ରେ ଆନୁମାନିକ ୨୦୦ ମିଟର ପର୍ଯ୍ୟନ୍ତ ପାର୍କ ର ସମ୍ମୁଖ ଭାଗ ପାଚେରୀ ଭାଙ୍ଗି ଯାଇଛି। ନାରାୟଣୀ ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟ ରେ ପାର୍କ ର ଚତୁର୍ପାଶ ରେ ନିର୍ମାଣ କରାଯାଇଥିବା ପାଚେରୀ ଗୃହ ପୁର୍ତ୍ତ ବିଭାଗ କୋଟିଏ ଟଙ୍କା ରେ ନିର୍ମାଣ କରିଥିଲା ବେଳେ ପୋୖର ପରିଷଦ ପକ୍ଷରୁ ଫୁଲବାଣୀ ନାରାୟଣୀ ସ୍ମାର୍ଟ ପାର୍କ ମଧ୍ୟରେ ବ୍ୟବହୃତ ଉପକରଣ କୋଟିଏ ଟଙ୍କାରେ ଲାଗିଥିବା ଜଣାପଡିଛି। ମାଟି ଅତଡ଼ା ଧସି ପାଚେରୀ ଭୁଶୁଡି ପଡିଥିବା ବେଳେ ପାଚେରୀ ପାଖରେ ଥିବା ୪ ଗୋଟି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଦେଖିବା କୁ ମିଳିଛି। ଏହି ପାର୍କ ସମ୍ମୁଖରେ ବ୍ରାହ୍ମଣୀ ଦେବୀ ପାହାଡ଼ ରହିଛି। ବର୍ଷା ଅଧିକ ହେଲେ ଏହି ପାହାଡରୁ ବହୁତ ଜୋରରେ ବର୍ଷା ଜଳ ଆସିଥାଏ। ଏହି ପାହାଡିଆ ଜଳ କୁ ରୋକିବା କିମ୍ୱା ନିଷ୍କାସନ କରିବା ନିମନ୍ତେ ପାର୍କ ନିକଟରେ ଯୋଜନା ଅନୁସାରେ ଡ୍ରେନ ନିର୍ମାଣ କରାଯାଇ ନାହିଁ। ତେଣୁ ପାହାଡ ରୁ ଆସୁଥିବା ବର୍ଷା ଜଳ ପାଚେରୀ କୁ ଧକ୍କା ଦେବା ସହିତ ପାଚେରୀ ର ମାଟି କ୍ଷୟ ହୋଇ ନିମ୍ନ ମାନର କାର୍ଯ୍ୟ ଯୋଗୁ ପାଚେରୀ ଭାଙ୍ଗି ଯାଇଥିବା ଅଞ୍ଚଳ ବାସୀ ଙ୍କର ମୁଁହ ରୁ ଶୁଣିବା କୁ ମିଳିଛି। ଏହି ନାରାୟଣୀ ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟ ଶେଷ ହେବା ର ଗୋଟିଏ ବର୍ଷ ନ ପୁରୁଣୁ ପାଚେରୀ ଭାଙ୍ଗିଯାଇ ଥିବା ଏହା ଏକ ପରିତାପ ର ବିଷୟ , ନିମ୍ନ ମାନର କାମ ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡିଲା ବୋଲି ସହରରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ହେଉଛି।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ