ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ୟାପକ ବୃକ୍ଷ ରୋପଣ ଓ ସଂରକ୍ଷଣ ପାଇଁ ପଦ୍ମଶ୍ରୀ ବାବା ବଳିଆ ଙ୍କ ଦ୍ଵାରା ପ୍ରତିଷ୍ଠିତ..

 ଇଣ୍ଟରନେସେନାଲ ଗୀତା ମିଶନ କୁ “ପ୍ରକୃତି ମିତ୍ର” ସଂମ୍ମାନ

ବିଶିଷ୍ଟ ସମାଜସେବକ,ସଂସ୍କାରକ ରାଷ୍ଟ୍ରୀୟ ସନ୍ଥ ପଦ୍ମଶ୍ରୀ ବାବା ବଳିଆ ଙ୍କ ଦ୍ଵାରା ପ୍ରତିଷ୍ଠିତ ଇଣ୍ଟରନେସେନାଲ ଗୀତା ମିଶନ ବ୍ୟାପକ ବୃକ୍ଷ ରୋପଣ ଓ ସଂରକ୍ଷଣ ଦିଗରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ସରକାର ଗୀତା ମିଶନ କୁ “ପ୍ରକୃତି ମିତ୍ର” ସଂମ୍ମାନ ରେ ସଂମ୍ମାନୀତ କରାଯାଇଛି।ମିଶନ ର ସଭାପତି ଡକ୍ଟର ସ୍ୱାମୀ ଚିଦାନନ୍ଦ ଅତିରିକ୍ତ ଶାସନ ସଚିବ ଡକ୍ଟର ମୋନା ଶର୍ମା ଙ୍କ ଠାରୁ ଏହି ସଂମ୍ମାନ ଗ୍ରହଣ କରିଥିଲେ।

ପ୍ରକାଶଯୋଗ୍ୟ ଯେ,ଇଣ୍ଟରନେସେନାଲ ଗୀତା ମିଶନ ଦାରୁ ବ୍ରହ୍ମବନ ପ୍ରକଳ୍ପ ନାମରେ ଏକ ଲକ୍ଷ ଚାରା ରୋପଣ ଓ ସଂରକ୍ଷଣର ଲକ୍ଷ ନେଇ ୩୫.୦୦୦ ଚାରା ରୋପଣ କରିପାରିଥିଲେ।ପୁଣ୍ୟ ତୋୟା ଚିତ୍ରତ୍ପୋଲା ନଦୀ ଓ ପ୍ରାଚୀ ନଦୀ ତଟର ଉଭୟ ପାର୍ଶ୍ଵରେ ତଥା ସମସ୍ତ ମଠ, ମନ୍ଦିର, ମହାବିଦ୍ୟାଳୟ ଆଦିର ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା।ଚଳିତ ବର୍ଷ ୭୦.୦୦୦ ଚାରା ରୋପଣ ଓ ସଂରକ୍ଷଣ ପାଇଁ ମିଶନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଅଛି।

ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ଜୈବ ବିବିଧତା ବୋର୍ଡର ଅଧ୍ୟକ୍ଷ ରାଜୀବ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜଙ୍ଗଲ ପରିବେଶ ବିଭାଗ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ୩୦ଟି ଜିଲ୍ଲାର ୨ଶହ ଅନୁଷ୍ଠାନକୁ ରାଜ୍ୟ ସରକାର ପକ୍ଷରୁ ସଂମ୍ମାନୀତ କରାଯାଇଥିଲା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜୁନାଗଡ଼ ରେ କୋଶଳ ରାଇଜ ଦାବି ,ବନ୍ଦ ପାଳନ ଆଂଶିକ ସଫଳ

Sunil Chandra Nayak

ଜିଲ୍ଲାପାଳ ପି. ଅନ୍ଵେଷା ରେଡ଼ିଙ୍କ ଗୋଲାମୁଣ୍ଡା ବ୍ଲକ ଅଂଚଳ ପରିଦର୍ଶନ

Sunil Chandra Nayak

କେନ୍ଦ୍ରାପଡା ବାଲିଆ ବାଣ ବିସ୍ଫୋରଣ ରେ ଏତେ ବଡ଼ ଅଘଟଣ ଘଟିଲା ଜିଲ୍ଲା ପ୍ରଶାସନ କରୁଥିଲା କଣ ବୋଲି ଦାବୀ ରଖିଲେ ଆଇନ ଜୀବୀ ବିଦୁଭୂଷଣ ମହାପାତ୍ର 

Sunil Chandra Nayak

Leave a Comment

error: Content is protected !!