ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କେସିଙ୍ଗା ବଲାଙ୍ଗୀର ବିଦ୍ୟୁତ କେଭି ଲାଇନ ସବଷ୍ଟେସନ ଉଦଘାଟିତ

କଳାହାଣ୍ଡି ବାସୀଙ୍କୁ ଅହରହ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ଆଭିମୁଖ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୨୨୦/୧୩୨ କେଭି ଗ୍ରୀଡ଼ ଷ୍ଟେସନ,କେସିଙ୍ଗା ଏବଂ ୨୨୦ କେଭି ସରବାରହ ଲାଇନ ବଲାଙ୍ଗୀର-କେସିଙ୍ଗା ସବଷ୍ଟେସନକୁ ଲୋକାର୍ପଣ କରିଛନ୍ତି।ଏହି ଅବସରରେ ଓଡିଶା ସରକାରଙ୍କ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କଳାହାଣ୍ଡି ଜିଲ୍ଲାପାଳ ଡକ୍ଟର ହର୍ଷଦ ପରାଗ ଗଭାଲି, ଆଇଏଏସ,ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଓପିଟିସିଏଲ(ଅପରେସନ) ର ନିର୍ଦେଶକ ଉପେନ୍ଦ୍ର କୁମାର ପତି ଉପସ୍ଥିତ ଥିଲେ।ଏହାଦ୍ୱାରା କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ଭବାନୀପାଟଣା, ଜୁନାଗଡ଼, ନର୍ଲା ଏବଂ ମଦନପୁର ରାମପୁର ନୂଆପଡା ଜିଲ୍ଲାର ଖରିଆର, ନୂଆପଡା, କୋମନା,ସିନାପାଲି ଓ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ସଇଁତଲା,ମୁରିବାହାଲ,ତୁରେକେଲା ଅଞ୍ଚଳର ବାସିନ୍ଦା ଉପଯୁକ୍ତ ବିଦ୍ୟୁତ ସେବା ପାଇ ପାରିବେ।

ଏହି କେଭି ଷ୍ଟେସନ କାର୍ଯ୍ୟକାରୀ ହେବା ଦ୍ୱାରା ହାତୀ ଖୋଜ ଓ ଲାଇତରା (ନୂନମାଠ ଓ ବେଲଗାଓଁ) ର ଦୁଇଟି ମେଗା ଲିଫ୍ଟ ଇରିଗେସନ ଅଧୀନରେ ଥବା ହିତାଧିକାରୀ ମାନେ ଉପକୃତ ହେବେ ଓ କେସିଙ୍ଗା, ଟିଟିଲାଗଡ଼ ଓ ନୂଆପଡା ରେଲୱେ କାର୍ଯ୍ୟ ତ୍ୱରାନ୍ୱିତ ହେବ।ଏହି ଗ୍ରୀଡ଼ ଷ୍ଟେସନ କାର୍ଯ୍ୟକାରୀ ହେବା ଦ୍ୱାରା କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଲୋଭୋଲଟେଜ ସମସ୍ୟା ଦୁରହେବା ସହ ଦୁଇଟି ଜିଲ୍ଲାରେ ଥିବା ଲିଫ୍ଟ ଇରିଗେସନ ଓ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପମାନେ ନିରବଚ୍ଛିନ୍ନ ବିଜୁଳି ପାଇପାରିବେ ବୋଲି ପ୍ରକାଶ ପାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା ପ୍ରିତୀ ପଲକେ

ବାଲେଶ୍ବର ସାଂସଦଙ୍କ ଦ୍ବାରା ରକ୍ତଦାନ ଶିବିର ଉଦ୍ ଘାଟନ ବୃକ୍ଷରୋପଣ ମାନପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!