ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଓ ଦମନ ଅପରେଶନକୁ ମିଳିଛି ବଡ଼ ସଫଳତା

ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ୧୮୦ଜଣ ମାଓବାଦୀ….

ମାଲକାନଗିରି ଜିଲାର ମାଓ ଦମନ ଅପରେଶନକୁ ମିଳିଛି ବଡ଼ ସଫଳତା । ଜିଲାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ପାଇଁ ବିଏସ୍‌ଏଫ୍‌ ଆସିବା ପରେ ମାଲକାନଗିରିର ଚିତ୍ର ଏବେ ବଦଳିବାରେ ଲାଗିଛି । ହିଂସା କାଣ୍ଡ ଘଟାଇଥିବା ମାଓବାଦୀଙ୍କ ମୁହଁ ବନ୍ଦ ହେବା ସହ ଅନେକ ସମୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ମାଓବାଦୀ ଦୁର୍ଗ ଅକ୍ତିଆର କରି ଚାଲିଛି ଓଡ଼ିଶା ପୋଲିସ। ଗତ କିଛି ମାସ ପୂର୍ବେ ଜିଲାର ଶେଷ ମାଓବାଦୀ ଗଡ଼କୁ ଓଡ଼ିଶା ପୋଲିସ ସହଯୋଗରେ ବିଏସ୍‌ଏଫ୍‌ ବାହିନୀ ଅକ୍ତିଆର କରିବା ପରେ ଯନ୍ତ୍ରୀ ପଞ୍ଚାୟତବାସୀ ପରିବର୍ତ୍ତନ ଦେଖୁଛନ୍ତି। ନିଜକୁ ସୁରକ୍ଷିତ ମନେ କରିବା ସହ ମାଓବାଦୀ ସଂଘଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ସ୍ବାଭିମାନୀ ମଣିଷ। ଚଳିତମାସ ୨ ତାରିଖରେ ପୋଲିସ ଡିଜି ସୁନୀଲ ବଂଶଲ ସ୍ବାଭିମାନ ଅଞ୍ଚଳ ଗସ୍ତରେ ଆସିଥିବା ସମୟରେ ୫୦ ଜଣ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିବା ବେଳେ ଆଜି କେବଳ ଯନ୍ତ୍ରୀ ପଞ୍ଚାୟତର ୧୮୦ଜଣ ମିଲିସିଆ ଜିଲା ପ୍ରଶାସନ, ବିଏସ୍‌ଏଫ୍‌ ଓ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିବା ସହ ନିଜେ ପରିଧାନ କରୁଥିବା ମାଓବାଦୀ ପୋଷାକକୁ ପୋଡ଼ି ଦେଇଥିଲେ। ସେମାନେ କହିଛନ୍ତି, ଆମେ ଆଉ ମିଛ ପ୍ରତିଶ୍ରୁତିରେ ବିଶ୍ୱାସ କରିବୁନି ଏବେ ସରକାରଙ୍କ ବିକାଶ ସ୍ରୋତରେ ସାମିଲ ହେବୁ। ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବା ଦିଗରେ କାର୍ଯ୍ୟ କରିଥିବା ୩ ପୋଲିସ ଅଧିକାରୀ ଯଥା ଲକ୍ଷ୍ମୀ ନାରାୟଣ ମୁଦୁଲି, ଅନିଲ କୁମାର ପରିଡ଼ା ଓ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ l

ଆଜି ଯନ୍ତ୍ରୀଠାରେ ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀ ଓ ବିଏସ୍‌ଏଫ୍‌ କମାଣ୍ଡାଣ୍ଡଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୧୮୦ ମିଲିସିଆ ମାଓବାଦୀ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଭୁକ୍ତ ବିଭିନ୍ନ ଗ୍ରାମବାସୀଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ, ଏପିଓ ଉଛବ ଗିରି ବହୁ ଲୋକଙ୍କୁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଡ ପ୍ରଦାନ ସହିତ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା। ଗତ ଦୁଇମାସ ହେଲା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀରେ ବିଏସ୍‌ଏଫ୍‌ କ୍ୟାମ୍ପ ସ୍ଥାପନ ହେଲା ପରେ ବିକାଶ ଅଭିମୁଖେ ଆଗେଇ ଚାଲିଛି ଯନ୍ତ୍ରୀ ପଞ୍ଚାୟତ। ସବୁଠୁ ବଡ଼ କଥା ଯନ୍ତ୍ରୀକୁ ରାସ୍ତା ଫିଟିବା ସହିତ ଗାଡ଼ି ଯାତାୟାତ କରିପାରୁଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ଦାନା ବାନ୍ଧୁଛି ଆନ୍ଦୋଳନ : ବିଧାନ ସଭା ସମ୍ମୁଖରେ ଧାରଣା ପାଇଁ ସଜବାଜ

Sunil Chandra Nayak

ସାମାନ୍ୟ କଥାକୁ ନେଇ ଛୁରାମାଡ , ଜଣେ ମୃତ, ୩ ଗୁରୁତ

Sunil Chandra Nayak

ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସରକାର ଙ୍କୁ ଦାବି ପତ୍ର 

Sunil Chandra Nayak

Leave a Comment

error: Content is protected !!