ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ବିକାଶ ମଞ୍ଚର ଦ୍ବିତୀୟ ସଚେତନତା ସମାବେଶ

ରାଉରକେଲା /ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ସାମୂହିକ ବିକାଶ ପାଇଁ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଦ୍ବିତୀୟ ସଚେତନତା ସମାବେଶ ଛେଣ୍ଡ ସ୍ଥିତ ବିଏସଏନଏଲ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ବ ଓ ଇଂ ଅଭୟକୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାବେଶରେ ରାଉରକେଲା ର ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସମାଜସେବୀ ଓ ଜନସାଧାରଣ ଯୋଗଦେଇଥିଲେ । ଏହି ସଚେତନତା ସମାବେଶରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇ ଏହାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରିତ କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରାଯିବ ବୋଲି ମଞ୍ଚ  ପକ୍ଷରୁ କୁହାଯାଇଛି । ବିଭିନ୍ନ  ଦାବି ଗୁଡିକ ମଧ୍ୟରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ, ବିସ୍ଥାପିତଙ୍କ ସମସ୍ୟା, ମେଡିକାଲ କଲେଜ ଓ ସୁପର ସ୍ପେସାଲିଷ୍ଟ ହସପିଟାଲ,ପୁରୁଣାପାଣି ଠାରେ ସିମେଣ୍ଟ କାରଖାନା ନିର୍ମାଣ, ରାଉରକେଲାରେ ରେଳ ଡିଭିଜନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିପିୟୁଟିକୁ ଶ୍ରେଷ୍ଠ ବୈଷୟିକ ବିଶ୍ବ ବିଦ୍ୟାଳୟରେ ପରିଣତ କରାଯିବା ସହ ମାନ୍ୟତା, ରାଉରକେଲାରେ ୪ସି ଯୁକ୍ତ ବିମାନବନ୍ଦର,ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ, ପ୍ରଦୂଷଣ ରୋକିବାି, ତାଳଚେର ବିମଳାଗଡ ରେଳପଥ ଯୋଗାଯୋଗ, ଭାରତୀୟ ବିମାନ ବନ୍ଦର କତ୍ତୃପକ୍ଷ ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାନିର୍ବାହୀ ରାଉରକେଲା ଗସ୍ତ ଅବସରରେ ବିମାନ ବନ୍ଦର ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା, ଦିଲ୍ଲୀ ଭଳି ମହଲା କ୍ଲିନିକ ସ୍ଥାପନ,ଦିନବେଳା ରାଉରକେଲା ରୁ ଭୁବନେଶ୍ବର ବସ ଓ ଟ୍ରେନ୍ ଯୋଗାଯୋଗ,ରାଉରକେଲା ରେ ସ୍ନାୟୁ ଚିକିତ୍ସାର ଆବଶ୍ୟକତା, ଦୁର୍ଗାପୁର ପାହାଡକୁ ବିଜୁ ପର୍ବତ ନାମରେ ନାମିତ କରିବା ତଥା ରାଉରକେଲାର ସୌନ୍ଦର୍ଯ୍ୟ କରଣ,ରାଉରକେଲା ମଧ୍ୟରେ ତୀର୍ଥଯାତ୍ରୀ ବସ ଚଳାଚଳ, ବେଦବ୍ୟାସ ଠାରେ ଝୁଲାପୋଲ,ଧୁଳିରୁ ବଂଚିବା ପାଇଁ ଜଳ ସିଞ୍ଚନର ବ୍ୟବସ୍ଥା, ସର୍ବୋପରି ରାଉରକେଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସାମୁହିକ ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆବଶ୍ୟକ ହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ବା ରାଉରକେଲା ବନ୍ଦ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ମଂଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଓ ଇଂ ଅଭୟ କୁମାର ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ପ୍ରଫେସର୍ ଶଙ୍କର ପ୍ରସାଦ ତ୍ରିପାଠୀ, ଭରତଚନ୍ଦ୍ର ବାଇ,ବିମଳକୁମାର ବିଶି,ବିଜୟ ବରାଳ,ଧୀରେନ ସେନାପତି, ରୀତାରାଣୀ ମିଶ୍ର, ପ୍ରତାପ କିଶୋର ବିଶ୍ବାଳ, ଆଲୋକ ବୋଷ,ନିର୍ମଳ କୁମାର ଆଚାର୍ଯ୍ୟ, ବିଭୁତି ଭୂଷଣ ଦାସ, ନୃସିଂହ ଚରଣ ବିଶ୍ବାଳ, ଜୟନ୍ତ ମିଶ୍ର, ଆନନ୍ଦଚନ୍ଦ୍ର ମହାନ୍ତି ପ୍ରମୁଖ ବକ୍ତବ୍ଯ ରଖିଥିବା ବେଳେ ବିକାଶ ମଞ୍ଚ ତରଫରୁ ସଂଜୀବ କୁମାର ମହାନ୍ତି, ଦିଗମ୍ବର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ଏହି ଅବସରରେ ସ୍ଥାନୀୟ ଅଂଚଳର ବହୁ ବାସିନ୍ଦା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ଥିବା ବେଳେ ଶେଷରେ ପଶୁପତିନାଥ ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଆବାହକ ଡଃ ଦତ୍ତ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ। ଇଂ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ଭାରତର ସ୍ବାଧୀନତା ଆନ୍ଦୋଳନରେ ଇରମ ମାଟିର ବଳିଦାନ ଇତିହାସରେ ଅଦ୍ୱିତୀୟ

Sunil Chandra Nayak

ମହିଳା ଙ୍କ ଆତ୍ମହତ୍ୟା

Sunil Chandra Nayak

ଜିଲ୍ଳା ଜଜ୍ ଙ୍କ ଅଦାଲତ ରେ କର୍ମରତ ଅଧିକାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!