ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପରିଷଦ ବୈଠକ ଚାଲିଛି ହେଲେ ମୋବାଇଲ୍ ନିଶା ରେ ମଶଗୁଲ ପରଜଙ୍ଗ ବ୍ଲକ୍ ଅଧ୍ୟକ୍ଷା

ଢ଼େଙ୍କାନାଳ: ଢ଼େଙ୍କାନାଳ ଷଷ୍ଠ ଜିଲ୍ଲା ପରିଷଦ ର ୩ୟ ସାଧାରଣ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଅର୍ଚ୍ଚନା ପୁହାଣ,ଜିଲ୍ଲା ସଦର ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସିମାରାଣି ନାୟକ, ପର୍ଜଙ୍ଗ ବିଧାୟକ ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ ଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷା,ଜିଲ୍ଲା ର ୨୭ ଜଣ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ମାନେ ଉପସ୍ଥିତି ହୋଇଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ ପରଜଙ୍ଗ ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ଦଳ ବେହେରା କାର୍ଯ୍ୟ କ୍ରମ ର ଲକ୍ଷ୍ୟ ଆଭିମୁଖ୍ୟ ପ୍ରତି ଦୃଷ୍ଟି ନ ଦେଇ ଆରମ୍ଭ ରୁ ଶେଷ ଯାଏଁ ମୋବାଇଲ୍ ପ୍ରେମ ପଡ଼ି ଯାଇଥିଲେ।

ସେଲ୍ଫି ଉଠେଇବା, ଭିଡ଼ିଓଚାଟିଂ କରିବା, ଫୋନ୍ ଯୋଗେ କଥା ବାର୍ତ୍ତା ଆଦି ମୋବାଇଲ୍ ଜନିତ ନିଶା ରେ ମଶଗୁଲ୍ ହୋଇ ମନ୍ତ୍ରୀ, ବିଧାୟକ, ଜିଲ୍ଲପାଳ ମହୋଦୟ କେଉଁ କେଉଁ ଯୋଜନା ସମୀକ୍ଷା କରୁଛନ୍ତି, କଣ ଆଲୋଚନା ହେଉଛି, ସେ ସବୁକୁ ଆଡେଇ ଦେଇ ଥିଲେ, ଏପରିକି ନିଜ ବ୍ଲକ୍ ର ଉନ୍ନତି ପାଇଁ ପଦେ ବି ନିଜ ଆଡୁ କହି ନ ଥିଲେ । ବୁଦ୍ଧିଜୀବୀ,ଓ ସର୍ବ ସାଧାରଣ ତାଙ୍କର ଏପରି କାର୍ଯ୍ୟ କୁ ନାପସନ୍ଦ କରିଛନ୍ତି ।ଯାହାକି ଆଜି ଜିଲ୍ଲା ରେ ଅଧିକ ଚର୍ଚ୍ଚା ର ବିଷୟ ପାଲଟି ଯାଇଅଛି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଦୁର୍ଗମ ପିଡିଶାଲ ଗାଁରେ ପହଞ୍ଚିଲା ବ୍ଲକ ପ୍ରଶାସନ ,ପୁଣି ଆରମ୍ଭ ହେଲା ଗାଁକୁ ଚାଲ ଅଭିଯାନ

Sunil Chandra Nayak

ଆମ୍ବ ଗଛରୁ ନାବାଳକ ଖସିପଡି ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ଅପର୍ତ୍ତି ସେଠୀ ଙ୍କ କବିତା ଏହିତ ବିଚିତ୍ର ସୃଷ୍ଟି

Sunil Chandra Nayak

Leave a Comment

error: Content is protected !!