ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମରଣାନ୍ତକ ଆକ୍ରମଣ ଅଭିଯୁକ୍ତ ଙ୍କୁ ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ

ଧର୍ମଗଡ-୨୧/୨/୨୨

:କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଣ୍ଡାକୁଟୁରା ଗ୍ରାମ ରେ ଗତ ୨୫ ଜୁଲାଇ ୨୦୧୫ ମସିହାରେ ମଇଭର ଗ୍ରାମ ର ରସିକ ସେଠିଆ (୫୦) ନାମକ ଜୈନିକ ବ୍ୟକ୍ତି ଙ୍କୁ ମରଣାନ୍ତକ ଆକ୍ରମଣ ମାମଲା ର ଆଜି ରାୟ ପ୍ରକାଶ ପାଇଛି । ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ ବନ୍ଦନା କର ଦୋଷୀସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

 

ଘଟଣା ରୁ ଜଣାଯାଏ ଯେ ଗତ ୨୦୧୫ ମସିହା ଜୁଲାଇ ୨୬ ତାରିଖ ଦିନ ଜୁନାଗଡ଼ ଥାନା ମଇଭର ଗ୍ରାମର ରସିକ ସେଠିଆ ସନ୍ଧ୍ୟା ୪ ଟା ସମୟ ରେ ବଣ୍ଡାକୁଟୁରା ଛକ କୁ ଯାଇଥିବା ସମୟ ରେ ବଣ୍ଡାକୁଟୁରା ଗ୍ରାମ ର ଛେରା@ସୋମେଶ୍ୱର ମେହେର (୫୫) ପୁଅ ଈଶ୍ୱର ମେହେର(୩୫) ସହିତ ଆସି ରସିକ ଙ୍କୁ ଟାଙ୍ଗିଆ ରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଜୁନାଗଡ଼ ଥାନା ରେ ରସିକ ସେଠିଆ ଙ୍କ ପୁଅ ସନ୍ତୋଷ ସେଠୀଆ ଅଭିଯୋଗ କରିଥିଲେ । ଜୁନାଗଡ଼ ଥାନା କେସ ନଂ ୨୫୮ ଦଫା ୩୪୧,୨୯୪,୩୨୪,୩୦୭ ଆଇପିସି ରେ ମାମଲା ରୁଜୁ ହୋଇଥିଲା ।

ଆଜି ଏହି ମାମଲାର ଶୁଣାଣି କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ ବନ୍ଦନା କର ଅଭିଯୁକ୍ତ ଛେରା@ସୋମେଶ୍ୱର ମେହେର ଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ରେ ଅଧିକା ୬ ମାସ କାରାଦଣ୍ଡ ଆଦେଶ ହୋଇଛି । ତେବେ ଅଭିଯୁକ୍ତ ପୁଅ ଈଶ୍ୱର ମେହେର କୁ ଅଦାଲତ ପ୍ରମାଣ ଅଭାବ ରୁ ନିର୍ଦୋଷ ରେ ଖଲାସ କରିଛନ୍ତି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ବଳରାମ ପୂଜାରୀ ଙ୍କ କବିତା ଝୂଲ 

Sunil Chandra Nayak

କାମାକ୍ଷାନଗରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ ପାଳିତ: କୁନିକୁନି ପିଲାମାନେରାଧା ଓ କୃଷ୍ଣ ବେଶରେ ହେଲେ ସୁସଜିତ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!