ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା କାଲି ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରସ୍ତୁତି

ଭବାନୀପାଟଣା:୨୨/୨-ମ.ସି.ହା- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଦବୀରେ ପ୍ରାର୍ଥୀ ମାନେ ନିଜର ରଣକୌଶଳ ପ୍ରଦର୍ଶନ କରି ଭୋଟର ଙ୍କ ପାଖକୁ ଯାଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରିସାରିଛନ୍ତି। ଏବେ ଭୋଟରଙ୍କ ପାଖରେ ରହିଲା ପ୍ରାର୍ଥୀ ଙ୍କ ଆଗତ ଭବିଷ୍ୟତ କାହାକୁ ଭୋଟ ଦେଇ ଜୟଯୁକ୍ତ କରୁଛନ୍ତି ତାହା ଆସନ୍ତା କାଲି ହେଉଥିବା ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ମତଦାନ କରାଯିବ। ସେନେଇ ଭୋଟ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଭବାନୀପାଟଣା ବ୍ଳକରେ ହେଉଥିବା ଭୋଟ ପାଇଁ ୪୪୧ ଟି ବୁଥ ରହିଛି। ବୁଥ୍ ମାନଙ୍କରେ ମୋଟରେ ୧୩୯୬ ଜଣ କର୍ମଚାରୀ ନିୟୋଜିତ ରହିବେ। ସର୍ବମୋଟ ଭୋଟର ସଂଖ୍ୟା ୧୨୫୩୭୧ ରହିଛନ୍ତି। ପୁରୁଷ ଭୋଟର ୬୩୪୧୬ ଥିବାବେଳେ ୬୧୯୪୨ ଜଣ ମହିଳା ଭୋଟର ଓ ଅନ୍ଯାନ୍ଯ ୧୩ ଜଣ ଭୋଟର ମତଦାନ କରିବେ। ତେବେ ପ୍ରତିଦ୍ବନ୍ଦିତା କରୁଥିବା ଓ୍ବାର୍ଡମେମ୍ବର ପ୍ରାର୍ଥୀ ୩୨୮ଜଣ,ସରପଞ୍ଚ ପ୍ରାର୍ଥୀ ୧୬୭ ଜଣ, ପଞ୍ଚାୟତ ସମିତି ପ୍ରାର୍ଥୀ ୧୩୧ ଜଣ, ଜିଲ୍ଳାପରିଷଦ ସଭ୍ଯ ୨୦ ଜଣ ରହିଛନ୍ତି। ପ୍ରତ୍ୟେକ ପ୍ରାର୍ଥୀ ନିଜନିଜର କର୍ମଦକ୍ଷତାକୁ ନେଇ ନିର୍ବାଚନ ଲଢିବେଳେ ତାଙ୍କର ଭାଗ୍ଯ କାଲି ସୁଦ୍ଧା ଭୋଟ ବାକ୍ସ ଭିତରେ ବନ୍ଧା ପଡିବ ରହିବ।

 

ସେହିପରି ଆସନ୍ତା ୨୨/୨ ତାରିଖ ଦିନ ଲାଞ୍ଜିଗଡ ବ୍ଳକରେ ମଧ୍ୟ ନିର୍ବାଚନ ହେବ ସେନେଇ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଏହି ବ୍ଳକରେ ୩୦୬ ଗୋଟି ବୁଥ୍ ରହିଛି ବୁଥ୍ ମାନଙ୍କରେ ୯୭୪ ଜଣ କର୍ମଚାରୀ ନିୟୋଜିତ ରହିବେ, ମୋଟ ଭୋଟର ସଂଖ୍ୟା ହେଲା ୫୯୭୮୮ ଜଣ ଅଛନ୍ତି। ତନ୍ମଧ୍ୟରୁ ପୁରୁଷ ଭୋଟର ହେଲେ ୨୮୯୮୪ ଜଣ, ମହିଳା ଭୋଟର ୩୦୭୯୭ ଜଣ ରହିଥିବା ବେଳେ ଅନ୍ଯାନ୍ଯ ଭୋଟର ୭ ଜଣ ରହିଛନ୍ତି। ଏହି ବ୍ଳକରେ ବିଭିନ୍ନ ପଦବୀରେ ନିର୍ବାଚନ ଲଢୁଥିବା ପ୍ରାର୍ଥଙ୍କ ମଧ୍ୟରେ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୭୫ ଜଣ, ସରପଞ୍ଚ ପ୍ରାର୍ଥୀ ୭୩ ଜଣ, ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ୭୧ ଜଣ, ଜିଲ୍ଳାପରିଷଦ ସଭ୍ଯ ୯ ଜଣ ପ୍ରାର୍ଥୀ ରହି ରଣନୀତି ପ୍ରୟୋଗ କରି ଭୋଟର ମାନଙ୍କୁ ଲୋଭ ଦେଖାଇ ଭୋଟ ହାତେଇବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି।

Related posts

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ  ପକ୍ଷରୁ ଦାବିପତ୍ର

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ ଜଣାଣ ଦୁଃଖ

Sunil Chandra Nayak

ମୟୂରଭଞ୍ଜ – ଡାଲମିଆ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ ସମ୍ମିଳନ 

Leave a Comment

error: Content is protected !!