ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୌର ନିର୍ବାଚନ ପାଇଁ ଜୋରଦାର ପ୍ରଚାର

ନୂଆପଡା ଜିଲ୍ଲା ଖଡ଼ିଆଳ ପୌର ନିର୍ବାଚନ ପ୍ରଚାର ଜୋରଦାର    ଚାଲିଥିବା ବେଳେ ବିଜେଡି ଅଧ୍ୟକ୍ଷ ପ୍ରାଥୀ ମୂଳଚନ୍ଦ ସିଙ୍ଘଲ ଖଡ଼ିଆଳ ସହରର ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ଏହି ସମୟରେ ଶ୍ରୀ ସିଙ୍ଘଲ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ ଭୋଟରଙ୍କୁ ଅବଗତ କରାଇବା ସହିତ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ଏହି ଭୋଟ ପ୍ରଚାର ସମୟରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ହରେକୃଷ୍ଣ ସଢଙ୍ଗୀ, ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ମହିଳା ସଭନେତ୍ରୀ ସରସ୍ବତୀ ବାଗ, ପୂର୍ବତନ ଅଧ୍ୟକ୍ଷ ୟାସୀନ ମହମ୍ମଦ, ପୂର୍ବତନ ଅଧକ୍ଷ୍ୟା ଖୁଲଣା ବେହେରା, ଜିଲ୍ଲା ପରିଷଦ ଚିତ୍ତ ରଞ୍ଜନ ବେହେରା, ଖଡ଼ିଆଳ ନଗର ସଭାପତି ଦୀପକ ଖମାରି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ, ପୂର୍ବତନ ଜିଲ୍ଲା ପରିଷଦ ସେଫାଳି ସଲମା, ୱାର୍ଡ ସଭ୍ୟ ପ୍ରାଥୀ ସୁବିର ସିଂ ଦେଓଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗଦେଇ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆରମ୍ଭ ରୁ ଭାଜପା କୁ ଝଟକା

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ବିଷୁବ ସଂକ୍ରାନ୍ତି 

Sunil Chandra Nayak

ଏଥର ଗାଁରୁ ଶୁଭିବ ସମାଜ ପରିବର୍ତ୍ତନର ସ୍ୱର, ଘରେଘରେ ପହଞ୍ଚିବ ବାବାସାହେବଙ୍କ ଚିନ୍ତାଧାରା

Leave a Comment

error: Content is protected !!