ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳିଙ୍ଗ ବୈଶ୍ୟ ସମାଜ ସଙ୍ଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଶୈବପିଠ ସଫେଇ ଓ ଉନ୍ନତୀକରଣ କାର୍ଯ୍ୟ

ନବରଙ୍ଗପୁର -(ମସିହା) ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ କେଲିଆ ବାବା ଝାଡେଶ୍ଵର ଶୈବପୀଠକୁ ନୁଆକୋଟ କଳିଙ୍ଗ ବୈଶ୍ୟ ସମାଜ ସଙ୍ଘ କାର୍ତ୍ତିକ ମାସ ସୋମବାର ଅବସରରେ ପରିବେଶ ସଫା ସୁତୁରା କରିବା ସହିତ ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଥିବାରୁ ଏ ଅଞ୍ଚଳବାସୀ ଉକ୍ତ ସଙ୍ଘ ଉପରେ ବେଶ ଖୁସୀ ପ୍ରକଟ କରିଛନ୍ତି। କାର୍ତ୍ତିକ ମାସର ପ୍ରତି ସୋମବାରରେ ଉକ୍ତ ଶୈବ୍ୟପୀଠରେ ଭକ୍ତ ମାନଙ୍କ୍ ଭିଡ ପରିଲକ୍ଷିତ ହେଉ ଥିବାରୁ ମନ୍ଦିର ପରିସରକୁ ସଫା ସୁତୁରା କରିବା ସହ ଜଙ୍ଗଲ ମଧ୍ୟରେ ଥିବା ପାର୍ବତୀ ମନ୍ଦିରକୁ ଯିବା ରାସ୍ତାର ଉନ୍ନତୀକରଣ କରିବା ପାଇଁ ଉକ୍ତ ସଙ୍ଘ ଜାରୀ ରଖିଛନ୍ତି।ଏତଦବ୍ୟତିତ ଉକ୍ତ ସଙ୍ଘ ଡାବୁଗାଁର ମାଳାଧାରୀ ଆୟାପ୍ପା ସ୍ଵାମୀ ମାନଙ୍କୁ ଶିବମନ୍ଦିରରେ ସ୍ଵତନ୍ତ ପୁଜାର୍ଚ୍ଚନା କରାଜିବା ସହିତ ଆପ୍ୟାୟିତ କରାଜାଇ ବୈଶ୍ୟ ସମାଜ ତରଫରୁ ୧୫୦୦ରୁ ଉଦ୍ଧ୍ୱଶ୍ରଧାଳୁ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଜାଇଥିଲା। ଉକ୍ତ କାର୍ଜ୍ୟକ୍ରମରେ ଅଞ୍ଚଳ ସଭାପତି ସୁର୍ଜ୍ୟ ନାରାୟଣ ସୁବୁଧି,ନୁଆକୋଟ ସଭାପତି ରାମେଶ୍ଵର ସୁବୁଧି,ସମ୍ପାଦକ ଜଗା ପାତ୍ର୍,ଉପଦେଷ୍ଟା ବୁଲୁ ପାତ୍ର,ସଭ୍ୟ୍ ସୋମନାଥ ପାତ୍ର,ଟି ଶଙ୍କର ସୁବୁଧି,ମହିଳା ସଙ୍ଘ ସଦସ୍ୟା କେ ସାଗରିକା ପାତ୍ର,ଏସ ଅରୁଣା,ଟି ରାଣୀ ପ୍ରମୁଖ ଅନ୍ୟ ମାନଙ୍କ ସହ ଇନ୍ଦ୍ରାବତୀ ଅଞ୍ଚଳ ସଙ୍ଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ସର୍ବସାଧାରଣ ରାସ୍ତା ସହ ଜଙ୍ଗଲ ଜମିକୁ ବିକୁଛି ଇଡକୋ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜେପି ସଙ୍ଗଠନ

Sunil Chandra Nayak

Leave a Comment

error: Content is protected !!