ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଇକେଲ ଆରୋହୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ରାସ୍ତା ଅବରୋଧ ନେଇ ପୋଲିସ ଓ ପ୍ରଶାସନକୁ ଦୁର୍ବ୍ୟବହାର ମାମଲାରେ ୭ ଜଣ କୋର୍ଟ ଚାଲାଣ 

ମୟୂରଭଞ୍ଜ ୨୯/୮/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସ୍ଥାନୀୟ ୪୯ ନଂ ଜାତୀୟ ରାଜପଥରେ ଶନିବାର ଦିନ ଅପରାହ୍ନ ସମୟରେ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀ ବୃଦ୍ଧଙ୍କୁ ମୃତ୍ୟୁ ଘଟିଥିଲା।ମୃତ ବୃଦ୍ଧ ଜଣଙ୍କ ହେଲେ ବିଶୋଇ ଥାନା ଅନ୍ତର୍ଗତ ମାଖନା ଗ୍ରାମର ଲେଙ୍ଗା ନାଏକ(୬୩)।ସୂଚନାଥାଉକି,ଗତକାଲି ଅପରାହ୍ନ ସମୟରେ ଲେଙ୍ଗା ନିଜ ସାଇକେଲ ଯୋଗେ ବିଶୋଇ ବାଇପାସ ସ୍ଥିତ ଜାତୀୟ ରାଜପଥ ରାସ୍ତା ପାର ହୋଉଥିବା ସମୟରେ ଜଶିପୁର ପଟୁ ଖୁବ ଦ୍ରୁତ ଗତିରେ ଆସୁଥିବା ଏକ ମାଲବଝେଇ ଟ୍ରକଟି ଲେଙ୍ଗାଙ୍କୁ ଧକ୍କା ଦେଇଥିଲା।ଟ୍ରକଟି ଲେଙ୍ଗାଙ୍କ ମୁଣ୍ଡ ଉପରେ ମାଡିଯିବା କାରଣରୁ ଘଟଣା ସ୍ଥଳରେ ଲେଙ୍ଗାଙ୍କର ମୃତ୍ୟୁ ଘଟିଥିବା ବେଳେ ଘଟଣା ସ୍ଥଳରୁ ଟ୍ରକ ଛାଡି ଟ୍ରକର ଡ୍ରାଇଭର ଚମ୍ପଟ ମାରିଥିଲା।ଏହି ବିଷୟରେ ଖବର ପାଇ ବିଶୋଇ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।ତେବେ ଉକ୍ତ ବୃଦ୍ଧ ଜଣଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ନଯୋଗାଇବା ଯାଏଁ କିପରି ଭାବରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପ୍ରଶ୍ନ କରି କିଛି ଲୋକେ ସନ୍ଧ୍ୟା ୭ ଘଟିକା ସମୟରୁ ୪୯ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।ଫଳରେ ଶତାଧିକ ମାଲବାହୀ ଟ୍ରକ ସମେତ ବହୁ ଯାତ୍ରୀବାହି ବସ ଅଟକି ରହିଥିଲା। ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ଆନ୍ଦୋଳନକାରୀ ମାନଙ୍କୁ ବହୁବାର ବୁଝାଇଥିଲେ ମଧ୍ୟ ଅବରୋଧକାରୀ ମାନେ ପୋଲିସ ସହିତ ଓଲଟା ଯୁକ୍ତିତର୍କ କରିଥିଲେ।ସେହିପରି, ବିଶୋଇ ବ୍ଲକର ଅତିରିକ୍ତ ତହସିଲଦାର ପ୍ରାଚୀ ପ୍ରିୟଦର୍ଶନୀ ମଧ୍ୟ ମୃତକ ପରିବାରଙ୍କୁ ରେଡ଼କ୍ରସରୁ କ୍ଷତିପୂରଣ ଯୋଗାଇବା ପାଇଁ ଘଟଣା ସ୍ଥଳକୁ ପହଞ୍ଚିଥିବା ବେଳେ  କିଛି ଅବରୋଧକାରୀ ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହିତ ଉଭୟ ପୋଲିସ ଓ ଅତିରିକ୍ତ ତହସିଲଦାରଙ୍କୁ  ଗାଳିଗୁଲଜ କରିଥିଲେ।ତେବେ,ପ୍ରଶାସନର ବୁଝାଇଲା ସତ୍ତ୍ୱେ ମଧ୍ୟ ଦୀର୍ଘ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ମଧ୍ୟ ରାସ୍ତା ଅବରୋଧ ଉଠିନଥିଲା ।ଶେଷରେ ବାଧ୍ୟ ହୋଇ ବିଶୋଇ ପୋଲିସ ରାସ୍ତା ଅବରୋଧକାରୀଙ୍କ ଉପରେ ଲାଠି ଚାର୍ଜ କରିବା ସହିତ ଘଟଣା ସ୍ଥଳରୁ ୭ ଜଣଙ୍କୁ ଗିରଫ କରିଥିଲା।ବିଶୋଇ ଥାନାରେ ଏହି ଘଟଣାକୁ ନେଇ ରାସ୍ତା ଅବରୋଧକାରୀଙ୍କ ବିରୋଧରେ କେସ ନଂ ୧୨୩/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ  ଆଜି କୋର୍ଟ ଚାଲାଣ କରିଥିବାର ଜଣାପଡିଛି।ଆଗକୁ ଆଉ କିଛି ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇପାରେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଲେଶ୍ବର – ଉଦଯାପିତ ହେଲା ବ୍ଲକ ସ୍ତରୀୟ ରଜ ମହୋତ୍ସବ

Sunil Chandra Nayak

ବିନା ସୂଚନା ଫଳକରେ ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଟି କାମ

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ମାଆ ତାରିଣୀ

Leave a Comment

error: Content is protected !!