ରାଉରକେଲା/ ଉଦିତନଗର ସ୍ଥିତ ଆରଏମ ମୋଟର୍ସ ତରଫରୁ ବାଜାଜ କମ୍ପାନୀର ପଲସର ଏନ ୧୬୦ ର ଉଦଘାଟନ ହୋଇଯାଇଛି । ଏହି ବାଇକର ବିଶେଷତ୍ବ ହେଲା ଏହା ଭାରତର ପ୍ରଥମ ୧୬୦ସିସି ବାଇକ।ଯେଉଁ ଥିରେ ଦ୍ବେତ ଚାନେଲ,ଆଣ୍ଟି ବ୍ରେକିଂ ସିଷ୍ଟମ ଉପଲବ୍ଧ ।ଏହାର ପିକଅପ ଭଲଥିବା ବେଳେ ମୂଲ୍ୟ ୧ଲକ୍ଷ ୨୭ ହଜାର ୬୯୨ଟଙ୍କା ରହିଛି । ଏହି ବାଇକକୁ ଏଚଡିଏଫସି ବ୍ୟାଙ୍କ ପଶ୍ଚିମ ଓଡିଶାର ଉପସଭାପତି ତଥା ଆଞ୍ଚଳିକ ଅଧିକାରୀ ଅଂଶୁମାନ ଭୂଜବଳ ଓ ବିତ୍ତ ବିଭାଗର ଅଧିକାରୀ ଅନିଲ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଏହି ଅବସରରେ ଅତିଥି ଶ୍ରୀ ଭୂଜବଳ ଏହି ଗାଡିର ଚାହିଦା ମାର୍କେଟରେ ବୃଦ୍ଧି ହେବାସହ ଏହା ଗ୍ରାହକଙ୍କ ଅଧିକ ବିଶ୍ବାସଭାଜନ ହୋଇପାରିବ ବୋଲି ଆଶା ପ୍ରକଟ କରିଥିଲେ । ଆରଏମ ମୋଟର୍ସ ର ପ୍ରବନ୍ଧକ ମାନସ ମହାନ୍ତି ବାଇକ ସଂପର୍କରେ ଭିଡିଓ ମାଧ୍ୟମରେ ଗ୍ରାହକଙ୍କୁ ବୁଝାଇବା ସହ ବାଇକ କିଣିଥିବା ଗ୍ରାହକଙ୍କୁ ଚାବି ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସୁଶ୍ରୀ ଶିବାନୀ ଦଳେଇ,ଅବିନାଶ ଯାଦବ,ବାପି ସାହୁ,ଚେଲେମ ମୁଣ୍ଡା,ମେଲାନୀ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ