ଧର୍ମଗଡ-ଚାରବାହାଲ ଓ ଜଗନ୍ନାଥ ପଡା- ସିଟି ସ୍କୁଲ ରାସ୍ତା ପାଲଟିଛି ମରଣଯନ୍ତା
ଧର୍ମଗଡ଼ ପୂର୍ତ୍ତ ବିଭାଗ ରେ ଠିକାଦାର ଓ କର୍ମୀ ପୋଷା ନୀତି ଚାଲିଥିବା ଅଭିଯୋଗ ହେଉଛି । ଏପରିକି ବିଭିନ୍ନ ଦଳ ର କର୍ମୀ ମାନକୁ ଥଇଥାନ କରିବାକୁ ଏହି ବିଭାଗ ପକ୍ଷରୁ କରାଯାଉ ଥିବା ରାସ୍ତା ମାନ ଏବେ ବିଭାଗୀୟ ଅଧିକାରୀ, ନେତା ଓ ଠିକାଦାରଙ୍କ ‘ସୁନା ଅଣ୍ଡା ଦିଆ କୁକୁଡ଼ା’ ବୋଲି ଏଠାରେ ଆଲୋଚନା ହେଉଛି। ଏହି ବିଭାଗ ଲୋକଙ୍କ ସ୍ୱାର୍ଥ ଅପେକ୍ଷା ନେତା ଙ୍କ ସ୍ୱାର୍ଥ କୁ ଅଧିକ ଗୁରୁତ୍ୱ ଦେଉଥିବାରୁ ବହୁ ସମୟରେ ରାସ୍ତା ମାନ ନିର୍ମାଣ ର କିଛି ମାସ ପରେ ଭାଙ୍ଗିରୁଜି ଯାଉଛି।ଏହି ସମସ୍ୟା କୁ ସହକାରୀ ଯନ୍ତ୍ରୀ ଙ୍କୁ ଫୋନ କଲେ ସେ କେବେବି ଫୋନ ଉଠା ଉ ନଥିବାରୁ ଲୋକମାନେ ରାସ୍ତା ସମସ୍ୟା କୁ ନେଇ ଭବାନୀପାଟଣା ନିର୍ବାହୀ ଯନ୍ତ୍ରୀ ଙ୍କ ପାଖକୁ ଯିବା ଓ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ। ଭାତ ହାଣ୍ଡି ରୁ ଗୋଟିଏ ଟିପିଲା ଭଲି ଧର୍ମ ଗଡ ଚାରିଛକ ରାସ୍ତା ଠାରୁ ଚାର ବାହାଲ ରାସ୍ତା ପର୍ଯ୍ୟନ୍ତ ସବୁ ବର୍ଷ ଏହି ରାସ୍ତା ନିର୍ମାଣ ଓ ମରାମତି କରାଯାଏ। କେତେ ବେଳେ ରାସ୍ତା ପ୍ରଶସ୍ତି କରଣ ତୋ କେତେ ବେଳ ମରାମତି ଓ ଗାଡ଼ୱେଲ ନିର୍ମାଣ କାର୍ଯ୍ୟ ଚାଲିଥାଏ। ଏପରିକି ନିମ୍ନମାନର କାର୍ଯ୍ୟ ଲାଗି ଏହି ରାସ୍ତା ଭଙ୍ଗା ଦଦରା ହେଲେ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେଲେ ପୁଣି ପଟହୋଲ ମରାମତି ନାମରେ କାର୍ଯ୍ୟ କରା ଯାଇଥାଏ । ବାର୍ଷିକ ୨ରୁ ୩ ଥର ପେଚିଂ ହେଉଛି କିନ୍ତୁ ରାସ୍ତା ର ଅବସ୍ଥା କିଛିଦିନ ଗଲା ପରେ ସେହି ତିମିରେକୁ ସେହି ତିମିରେ ।ଗତ କିଛିଦିନ ତଳେ ଏହି ରାସ୍ତା ମରାମତି ଲାଗି ଦୁଇଜଣ ଯନ୍ତ୍ରୀ ଙ୍କ ଉପସ୍ଥିତି ରେ କାମ ଚାଲିଥିଲା କିନ୍ତୁ ମାତ୍ର କିଛିଦିନ ଗଲା ପରେ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇ ଯାଇଛି। ଦିର୍ଘ ଦିନ ହେବ ଏଠାରେ ସହକାରୀ ଯନ୍ତ୍ରୀ ପଦଵୀ ଖାଲି ପଡ଼ିଛି।ଭବାନୀପାଟଣା ର ଜଣେ ଯନ୍ତ୍ରୀ ଙ୍କୁ ଏହି ଦାୟିତ୍ବ ଦିଆଯାଇଛି କିନ୍ତୁ ସେ କିଛି ସମୟ ପାଇଁ ଆସି ଚକର ମାରି ଚାଲି ଯାଉ ଥିବାରୁ ନିର୍ମାଣ କାର୍ଯ୍ୟ ମାନ ସଠିକ ଭାବରେ ହେଉ ନ ଥିବା ଅଭିଯୋଗ ହୋଇଛି।ଏଠାରେ ସୂଚନାଯୋଗ୍ୟ ଯେ, ଦୁଇମାସ ରେ ପ୍ରାୟ ପାଞ୍ଚ ଥର ଜାତୀୟ ରାଜପଥ ରେ ଥିବା ବଡ଼ ବସୁଲ ର ହାଲେର ଜୋର ବର୍ଷା ଯୋଗୁଁ ଯୋଗା ଯୋଗ ବିଚ୍ଛିନ୍ନ ହୋଇଥିଲା।ଓ ଏହି ରାସ୍ତା ଦେଇ ଜୁନାଗଡ଼ ଓ ଭବାନୀପାଟଣା କୁ ଯାନବାହାନ ଚଳାଚଳ କରୁଥିଲା କିନ୍ତୁ ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ପନ୍ଦର ମିନିଟ ର ରାସ୍ତା କୁ ଅତିକ୍ରମ କରିବାକୁ ଦେଢ ଘଣ୍ଟା ସମୟ ଲାଗୁଥିଲା।କିନ୍ତୁ ଏବେ ବି ସେହି ରାସ୍ତା ମରାମତି କରିବା ପାଇଁ ପୂର୍ତ୍ତ ବିଭାଗ ର ନିଦ ଭାଂଗିନାହିଁ।ଫଳରେ ଏହି ବିଭାଗ ର କାର୍ଯ୍ୟ କଳାପ କୁ ନେଇ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି।ଏହି ପରି ଜଗନ୍ନାଥ ପଡ଼ା ଦେଇ ସିଟି ସ୍କୁଲ ଛକ ମୁଖ୍ୟ ରାସ୍ତା କୁ ସଂଯୋଗ ହୋଇଥିବା ରାସ୍ତା ମରଣଯନ୍ତା ପାଳଟିଛି। ଏହି ରାସ୍ତା ଦେଇ ସବୁଦିନ ମୁଖ୍ୟ ରାସ୍ତା ଟ୍ରାଫିକ ସମସ୍ୟା ରୁ ବର୍ତ୍ତିବା ଲାଗି ବହୁ ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏହି ରାସ୍ତା ଦୀର୍ଘ ଦିନରୁ ମରାମତି ନ ହେବା ରୁ ରାସ୍ତା ମଝିରେ ପାଣି ଜମି ରହୁଛି। ଏପରି କି ଆବଶ୍ୟକ ଡ୍ରେନେଜ ସୁବିଧା ନ ଥିବାରୁ ଡ୍ରେନପାଣି ର ନିଷ୍କାସନ ପାଣି ଓ ଅଳିଆ ଆବର୍ଜନା ରାସ୍ତା ରେ ପଡିରହୁଛି।ଏହି ରାସ୍ତା ନିର୍ମାଣ ଓ ବର୍ଷା ଜଳ ନିଷ୍କାସନ ଲାଗି ତତ୍କାଳୀନ ବିଧାୟକ ଙ୍କ ନେତୃତ୍ୱରେ ପ୍ରାୟ ଏକ କୋଟି ଟଙ୍କା ର ଅଟକଳ କରାଯାଇ କେତେକ ସ୍ଥାନ ରେ କାମ ମଧ୍ୟ ଆରମ୍ଭ ହୋଇଥିଲା କିନ୍ତୁ କେତେ ଦିନ ପରେ ଅଟକଲ ମଞ୍ଜୁର ନ ହେବା ଦର୍ଶାଇ କାମ କୁ ପୁର୍ତ୍ତ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆ ଯାଇଥିଲା। ଓ କେତେ ଠିକାଦାର କାମ ଲାଗି ପକାଇ ଥିବା ସାମଗ୍ରୀର କ୍ଷତି ମଧ୍ୟ ସହି ଥିଲେ।ଏବେ ଶୁଣିବା ମିଳିଛି ଯେ ବର୍ତ୍ତମାନ ଏହି ରାସ୍ତା ଲାଗି ସ୍ଥାନୀୟ ବିଧାୟକ କିଛି ଅନୁଦାନ ଦେଇଛନ୍ତି କିନ୍ତୁ କର୍ମୀ ଙ୍କ ମଧ୍ୟରେ ଭାଗ ବଣ୍ଟା ସରି ପାରି ନ ଥିବାରୁ ଏହି ରାସ୍ତା କାର୍ଯ୍ୟ ସମ୍ପାଦନ ହୋଇ ପାରିନାହିଁ ଓ କେତେକ କର୍ମୀ ଠିକା କାମ ନ ମିଳିଲେ ଜବ ୱାର୍କ ରେ ଏହି କାର୍ଯ୍ୟ କୁ ନ କରାଇ ଟେଣ୍ଡର ରେ କରିବାକୁ ଜିଦ ଧରି ଥିବାରୁ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ଏଠାରେ ପ୍ରଶ୍ନ ଉଠୁଛି ଯେ ନିର୍ମାଣ କାର୍ଯ୍ୟ କୁ ସଠିକ ଭାବରେ ସମ୍ପାଦନା କରିବା ନିର୍ବାଚିତ ଜନ ପ୍ରତିନିଧି ଓ ବିଭାଗିୟ ଅଧିକାରୀ ମାନଙ୍କ ସମ୍ପୂର୍ଣ୍ଣ ଦାୟିତ୍ବ ହୋଇ ଥିବାବେଳେ ନିର୍ଵାଚିତ ରାଜନେତା ଓ ଵିଭାଗୀୟ ଅଧିକାରୀ ମାନଙ୍କ କର୍ମୀ ଓ ଠିକାଦାର ପୋଷା ନୀତି ଲାଗି ସରକାର ଙ୍କ ଉନ୍ନତି ମୁଳକ କାର୍ଯ୍ୟ ବାଟବଣା ହେଉଛି ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ନେତା ମାନେ ଅଭିଯୋଗ କରିଛନ୍ତି।ଏହି ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହି ଯନ୍ତ୍ରୀ ଅଜିତ କୁମାର ବାବୁ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଧର୍ମଗଡ ଚାରବାହାଲ ରାସ୍ତା କୁ କେତେ ଜଣ ଠିକାଦାର ନିଜ ହିସାବରେ କାମ କରୁଥିଲେ ଏହି ବିଷୟରେ ଖବର ପାଇ ସେ ନିଜେ ଯାଇ କାର୍ଯ୍ୟ ଅନୁଧ୍ୟାନ କରି ଥିଲେ ଓ କାର୍ଯ୍ୟ ସନ୍ତୁଷ୍ଟ ନ ଥିବାରୁ ସେହି କାମ କୁ ବନ୍ଦ କରି ଦିଆଯାଇଛି ଏପରି କି ଏହି ରାସ୍ତା ରେ ପଟହୋଲ ପେଚିଙ୍ଗ ବହୁ ସମୟରେ ହୋଇଥିବା କଥା କୁ ସ୍ୱୀକାର ମଧ୍ୟ କରିଥିଲେ।ଏହି ପରି ଜଗନ୍ନାଥ ପଡ଼ା ରେ ରାସ୍ତା ର ମରାମତି ଟେଣ୍ଡର ପ୍ରକ୍ରିୟା ଚାଲିଥିବା କହିଥିଲେ। ଏହି ଉଭୟ ରାସ୍ତା ଲାଗି ଏହି ଗତ ପାଞ୍ଚ ବର୍ଷ ରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଏହା ଟେଣ୍ଡର ରେ ହୋଇଛି କି କର୍ମୀ ପୋଷଣରେ ହୋଇଛି ତାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବୀ ହୋଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ……