ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ପୁରାତନ ବସ ଷ୍ଟାଣ୍ଡର ଅତ୍ୟାଧୁନିକରଣ ପ୍ରକ୍ରିୟା

ଦୁଇ କୋଟି ଅନୁଦାନରେ ନୂତନ ବସ ଷ୍ଟାଣ୍ଡ ର ନିର୍ମାଣ କାର୍ଯ୍ୟ ଆରମ୍ଭ….

ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (OSRTC) ର ପୁରାତନ ବସଷ୍ଟାଣ୍ଡ କୁ ଅତ୍ୟାଧୁନିକରଣ ପ୍ରକ୍ରିୟାରେ ନୂତନ ରୂପରେଖ ଓ ସୁବିଧାଯୁକ୍ତ କରାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।ଏଥିପାଇଁ ରାଜ୍ୟ ସରକାର ଦୁଇ କୋଟି ଟଙ୍କା ମଞ୍ଜୁର ସହ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।ସୂଚନାଯୋଗ୍ୟ ଯେ, ଧର୍ମଗଡ଼ରେ ଥିବା ସରକାରୀ ବସ ଷ୍ଟାଣ୍ଡ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା।ଜବରଦଖଲ ତଥା ପ୍ରଯ୍ୟାପ୍ତ ପରିମାଣରେ ଜମି ନଥିବାରୁ ଉକ୍ତ ସ୍ଥାନରେ ବସ ଷ୍ଟାଣ୍ଡ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା।ସହର ବାହାରେ ଜାତୀୟ ରାଜପଥ କଡରେ ଥିବା ଶ୍ରୀ ବ୍ରଜମୋହନ ରାଧାକୃଷ୍ଣ ମନ୍ଦିର ଟ୍ରଷ୍ଟ ର ୬ ଏକର ଜମିରେ ଏକ ଉନ୍ନତ ମାନର ମାର୍କେଟ କମ୍ପ୍ଲେକ୍ସ ସାଙ୍ଗକୁ ସରକାରୀ ବସ ଷ୍ଟାଣ୍ଡ ନିର୍ମାଣ ଧର୍ମଗଡ଼ ଉପଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଆଗ୍ରହ ପ୍ରକାଶ କରି ଟ୍ରଷ୍ଟ ସଦସ୍ୟ ମାନଙ୍କ ସହ ଆଲୋଚନା କରି ଥିଲେ ଏବଂ ଏନେଇ ଏକ ରେଜୁଲେସନ କରାଯାଇ ରାଜ୍ୟ ସରକାର ଙ୍କ ଅନୁମତି ପାଇଁ ପଠା ଯାଇଥିଲା।

ହେଲେ କୌଣସି କାରଣରୁ ଉକ୍ତ ସ୍ଥାନରେ ବସ ଷ୍ଟାଣ୍ଡ ନିର୍ମାଣ ସମ୍ଭବ ନ ହେବାରୁ ପୁରୁଣା ବସ ଷ୍ଟାଣ୍ଡ କୁ ନୂତନ ରୂପରେଖ ଦେବାର ପ୍ରକ୍ରିୟା ଆରମ୍ବ ହୋଇଛି।ଧର୍ମଗଡ଼ ଉପଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ଓ ତହସିଲଦାର ହରେକୃଷ୍ଣ ବରିହା ପୁରୁଣା ବସ ଷ୍ଟାଣ୍ଡ ର ମାପ ଚୁପ କରିବା ପରେ ସଂମୁଖରେ ଥିବା ଜବରଦଖଲ କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏବେ ସେଠାରେ ଅତ୍ୟାଧୁନିକ ଶୈଳୀ ରେ ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟ ଆରମ୍ବ ହୋଇଛି  ସହରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ନୂତନ ଆଶା ସୃଷ୍ଟି କରିଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ବିଜେଡି ନେତା ଯୁବ ଆଇନଜୀବୀ ରାଜେନ୍ଦ୍ର ମୁନୀ।

କିନ୍ତୁ ଜବରଦଖଲ ଉଚ୍ଛେଦ ଦ୍ୱାରା ସେହି ଅଂଚଳରେ ଦୀର୍ଘ ୩୦/୪୦ ବର୍ଷ ଧରି ଦୋକାନ କରି ପେଟପୋଷୁ ଥିବା କ୍ଷୁଦ୍ର ବ୍ୟବସାୟୀ ମାନେ ଏବେ ଜୀବିକା ହରାଇଥିବାରୁ ସେମାନଙ୍କୁ ଯଥାବିଧି ଥଇଥାନ କରାଇବା ଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ ପୀଡିତ ବ୍ୟବସାୟୀ ମାନେ ଦାବି କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାପ କାମୁଡାରେ ଯୁବକ ଗୁରୁତର

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ମକ୍ ଡ୍ରିଲ୍ ଅଭ୍ୟାସ 

Sunil Chandra Nayak

ଦଶମ ଟପର ହେଲେ ପୂର୍ଣତ୍ରୟା ପଧାନ

Leave a Comment

error: Content is protected !!