ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲା ବାମନଘାଟୀ ସାନ୍ତାଳୀ ଏବଂ କୋହ୍ଲ ସମାଜ ଓ୍ବେଲଫେୟାର ଟ୍ରଷ୍ଟ ଆଦିବାସୀ 

ମୟୂରଭଞ୍ଜ – ୩/୮/୨୨(ମସିହା) ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକର ଶାରିରୀକ ଅକ୍ଷମ ବୃଦ୍ଧ ମଧୁ ମୁର୍ମୁ ଏବଂ ଇଚିଣ୍ଡା ଗ୍ରାମର ଶାରିରୀକ ଅକ୍ଷମ ଲେଙ୍କା ମହାକୁଡଙ୍କ ଦୁରାବସ୍ଥା,ଓ ଅସହାୟତା ଦେଖି ବାମନଘାଟୀ ସାନ୍ତାଳୀ ଓ କୋହ୍ଲ ସଂପ୍ରଦାୟର ଓ୍ବେଲଫେୟାର ଟ୍ରଷ୍ଟ ଆଦିବାସୀ ତରଫରୁ ସଭାପତି ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ଶ୍ରୀ ମୋଚିରାମ ମାଝୀ,ଶ୍ରୀ ବାରିୟାଲ ମାଝୀ,ଶ୍ରୀ ବସେନ ମୁର୍ମୁ,ସାଲୁ କିସ୍ କୁ,ଶ୍ରୀ ରଣଜିତ ସିଂ,ଶ୍ରୀ ଉଦୟନାଥ ସୋରେନ,ରଶ୍ମୀ ରଘୁନାଥ ହାଁସଦା ପ୍ରମୁଖ ଆଶାବାଡି ପ୍ରଦାନ କରିଥିଲେ । ପରିବାର ତରଫରୁ ସେମାନଙ୍କୁ ଅବହେଳା,ଅଣଦେଖା, ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦିଆଯାଉଛି ବୋଲି ପିଡିତମାନେ କାନ୍ଦି କାନ୍ଦି ଟ୍ରଷ୍ଟ ର ସଦସ୍ୟ ମାନଙ୍କୁ କହିବାରୁ ଟ୍ରଷ୍ଟି ସଦସ୍ୟମାନେ ସହଯୋଗର ହାତ ବଢ଼ାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ସଫଳ। ଦାସ ଙ୍କ କବିତା କିଛି ରହି ଯାଏ

Sunil Chandra Nayak

ପୁରୁଣାକଟକ ଥାନା ଅନ୍ତର୍ଗତ କରଡାକୋଠା ପୋଲ ନିକଟ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

ବିକାଶ କଲେଜ ପକ୍ଷରୁ ଚଳିତ ମାଟ୍ରିକ ଗ୍ରେଡ ୧ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!