ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଚ୍ଛତାପକ୍ଷ ପାଳନ

ବାଲେଶ୍ଵର,୦୨/୯/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଚ୍ଛତାପକ୍ଷ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ଅଧ୍ଯକ୍ଷତାରେ ସ୍ବଚ୍ଛ ଭାରତ ଆନୁକୂଲ୍ୟରେ ପ୍ରାର୍ଥନା ସଭାରେ ସ୍ବଚ୍ଛତା ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ/ଶିକ୍ଷିକା କୈଳାସ ଚନ୍ଦ୍ର ମାଝୀ, ଜମୁନା ବାରିକ ଓ ଗୌରାଙ୍ଗ ଚରଣ ମୁଖୀ ପ୍ରମୁଖ ସହଯୋଗ କରିଥିଲେ ।  ସେହିପରି ଗତ ତା ୩୧/୮/୨୨ ରିଖରେ ଖଇରା ତହସିଲ ନିକଟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଗଣେଶ ପୂଜା ହୋଇଯାଇଛି । ପ୍ରଧାନ ଶିକ୍ଷକ ଡମ୍ବରୁଧର ବାରିକଙ୍କ ଦ୍ବାରା ଆୟୋଜିତ ପୂଜାରେ ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀ ମାନେ ପୂଜା କାର୍ଯ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ବାରିକଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ନିମନ୍ତ୍ରିତ ବ୍ଯକ୍ତିମାନେ ପୂଜା କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପ୍ରସାଦ ସେବନ କରି ମହାଆନନ୍ଦରେ ଫେରି ଥିବାର ସଂଗୃହିତ ଖବରରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମ.ରାମପୁର ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

କୋପ୍ନେଶ୍ଵର ବେମାଲ ପାଇଲେ “ପ୍ରକୃତି ବନ୍ଧୁ” ସମ୍ମାନ

ଶ୍ରମିକଙ୍କ ପାଇଁ ଖୁସି ଖବର ,  ସର୍ବନିମ୍ନ ମଜୁରୀ ପରିମାଣକୁ ବୃଦ୍ଧି କଲେ ରାଜ୍ୟ ସରକାର

Sunil Chandra Nayak

Leave a Comment

error: Content is protected !!