ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ସାମ୍ବାଦିକ ସମୁହ ପକ୍ଷରୁ ସାମ୍ବାଦିକ ସୁରକ୍ଷା ନେଇ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ 

ଭବାନୀପାଟଣା  /୦୪/୦୮:- ସାରା ରାଜ୍ୟରେ ସାମ୍ବାଦିକ ମାନେ ଆଜି ଅସୁରକ୍ଷିତ ହୋଇପଡିଥିବା ବେଳେ, ସେମାନଙ୍କ ସୁରକ୍ଷା ପାଇଁ ବର୍ତମାନ ସୁଦ୍ଧା କୌଣସୀ ଆଇନ ପ୍ରଣୟନ ହୋଇନାହିଁ । ଏଥପାଇଁ ସବୁବେଳେ ଓଡିଶା ସାମ୍ବାଦିକ ୟୁନିଅନ ଦାବୀ କରି ଆସୁଥିଲେ ମଧ୍ୟ କେହି କଣ୍ଣପାତ କରୁନାହାନ୍ତି । ସାରା ରାଜ୍ୟରେ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ, ମିଥ୍ୟା କେସ ରେ ଫସେଇବା ଦୈନନ୍ଦିନ ଘଟଣାରେ ପରିଣତ ହୋଇଗଲାଣି । ଏଣୁ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ସମୂହ ପକ୍ଷରୁ ୬ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନର ସମୟରେ ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଦିନ ପ୍ରତିଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇ ଚାଲିଥିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନର ଅଭାବ ରହିଛି । ଏହାକୁ ନେଇ କଳାହାଣ୍ଡି ସାମ୍ବାଦିକ ସମୁହ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଆଜି ନର୍ଲାଠାରେ କଳାହାଣ୍ଡି ଜିଲ୍ଲାର ସାମ୍ବାଦିକମାନେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରା ସହ ପ୍ରତିବାଦ ସଭା ସହ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲା ୱେବ ମିଡ଼ିଆର ସାମ୍ବାଦିକ ମାନେ ମଧ୍ୟ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ l ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଦିନକୁ ଦିନ ଆକ୍ରମଣ ଓ ମିଥ୍ୟାକେସରେ ଫସାଯାଉଥିବା ଘଟଣାକୁ ଦୃଢ ନିନ୍ଦା କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଛି । ଓଡିଶାରେ ସାମ୍ବାଦିକ ମାନଙ୍କ ସୁରକ୍ଷା ନେଇ ସରକାର ସାମ୍ବାଦିକ ସୁରକ୍ଷା ଆଇନ ଶୀଘ୍ର ପ୍ରଣୟନ ପାଇଁ ଦାବୀ ହୋଇଛି । ଗୋପବନ୍ଧୁ ସାସ୍ଥ୍ୟବୀମା ଯୋଜନାର ରାଶି ୨ ଲକ୍ଷ ରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି । ଗୋପବନ୍ଧୁ ସାସ୍ଥ୍ୟବୀମା ଯୋଜନାରେ ସାମ୍ବାଦିକଙ୍କ ପିତା ମାତାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା । ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା । କଳାହାଣ୍ଡି ଜିଲ୍ଲା ନର୍ଲାରେ କାର୍ଯ୍ୟରତ ସାମ୍ବାଦିକ   ରଞ୍ଜନ ମହାନ୍ତି ସାର ବିକ୍ରିର ଖବର ପ୍ରସାରଣ କରିବା ପରେ ତାଙ୍କ ନାମରେ ମିଥ୍ୟା କେସ୍ ନର୍ଲା ଥାନାରେ ଦେଇଛନ୍ତି ଉକ୍ତ କେସ୍‌କୁ ପ୍ରତ୍ୟାହାର କରାଯାଉ ବୋଲି ଦାବୀ କରାଯାଇଛି । ଆଜି ନର୍ଲା ଡାକ ବଙ୍ଗଳାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି(ମୁନ୍ନା ଭାଇ) ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କଳାହାଣ୍ଡି ଜିଲ୍ଲା ୧୩ ଗୋଟି ବ୍ଲକର ସାମ୍ବାଦିକମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନର୍ଲା ଥାନାରେ ପହଞ୍ଚିଥିଲେ। ସେଠାରେ ନର୍ଲା ଥାନାଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ନର୍ଲା ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ବିରଞ୍ଚି ଜାଲ, ହିମାଂଶୁ ବରାଡ, କଳାହାଣ୍ଡି ୱେବ ମିଡିଆ ଆସୋସିଏସନ ର ସଭାପତି ଆଦିତ୍ୟ ମହାନ୍ତି,କାର୍ଯ୍ୟକାରୀ ସଭାପତି ତୁଳମଣି ନାଗ, କୋଷାଧ୍ୟକ୍ଷ ମଧୁସୂଦନ ମହାପାତ୍ର, ସଞ୍ଜୁକ୍ତା ପୁରୋହିତ, ଖଗେଶ୍ବର ଧଙ୍ଗଡାମାଝୀ, ସୁଶୀଲ କୁମାର ବାଗ, ପ୍ରଶାନ୍ତ ସାମନ୍ତରା, ସୁଧୀର ସାହୁ, ଲିଙ୍ଗରାଜ ମିଶ୍ର, ସନତ ପଧାନୀ, ଦୀପକ ସାହୁ, ମନ ପଧାନ, ଯଜାତି ଦେଓ, ତ୍ରୀଲୋକ୍ୟ ବେସରା, ଉଗ୍ରେସନ କନ୍ଧପାନ, ରେକେଶ ବେମାଲ, ଲକ୍ଷ୍ମୀକାନ୍ତ ଢଂଗଡାମାଝୀ, ସୁଧୀର ଗୋପାଳ, ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କ ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ। ସନ୍ତୋଷ ସିଂଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ନର୍ଲା ବିଡ଼ିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା।

କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ପତ୍ନୀ ହତ୍ୟା କାରୀ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ଜଣାଣ ଜୟ ଜଗନ୍ନାଥ

Sunil Chandra Nayak

ରିଷିଡା ଜେ.କେ.ଏଚ.ଏସ୍.ଏସ୍‌ରେ ମୋ ସ୍କୁଲ ଅଭିଯାନ ବୈଠକ

Sunil Chandra Nayak

Leave a Comment

error: Content is protected !!