ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଜ୍ୟୋତି ତୁମେ ଦ୍ରୌପଦୀ ମୁର୍ମୁ

ଜ୍ୟୋତି ତୁମେ ଦ୍ରୌପଦୀ ମୁର୍ମୁ

ଅକ୍ଷାତ ପଲ୍ଲୀରୁ ପ୍ରଖ୍ୟାତ ହୋଇଲେ
ଛୁଇଁଲ ସର୍ବୋଚ୍ଚ ସ୍ଥାନ
ଓଡିଶା ମଉଡମଣି ହେ ଦ୍ରୌପଦୀ
ଓଡ଼ିଶାର ସ୍ୱାଭିମାନ
ସର୍ଵ ଶ୍ରେଷ୍ଠ ଗଣତାନ୍ତ୍ରିକ ଦେଶ ର
ପଞ୍ଚଦଶ ଶ୍ରେଷ୍ଠ ସ୍ଥାନ
ଓଡ଼ିଶାର ଗର୍ବ ଗୌରବ ଆଣିଲ
ନାରୀ ଜାତି ର ସମ୍ମାନ
ରାଇରଙ୍ଗପୁର ଅଖ୍ୟାତ ପଲ୍ଲୀ ରୁ
ରାଇସିନା ଅଧିକାର
ଜୀବନ ଆରମ୍ଭ ସଂଘର୍ଷେ ଗଢ଼ିଲ
ଶେଷ ଛୁଇଁ ଶୀର୍ଷକର
ଗର୍ବକରେ ଗ୍ରାମ ସାଙ୍ଗସାଥି ମେଳ
ଗର୍ବକରେ ମାଟି ମାଆ
ପଙ୍କରୁ ବାହାରି ପଦ୍ମଫୁଲ ପରି
ରଖିଲ ଓଡିଶା ନାଆଁ
ଗୌରବ ବିସ୍ତାରି ଅମ୍ଳାନ ପ୍ରତିଭା
ରଖିଲ ଓଡିଶା ଜ୍ୟୋତି
ସ୍ୱର୍ଣାକ୍ଷରେ ଲିପିବଦ୍ଧ ହୋଇଗଲା
ତୁମର ଅମ୍ଳାନ କୀର୍ତ୍ତି
ଗୌରବ ଓଡିଆ ଜାତି
ଜଣାଏ କୋଟି ପ୍ରଣତି ll

ବିଳାସିନୀ ପୃଷ୍ଟି

ଭୁବନ ଢ଼େଙ୍କାନାଳ 

Related posts

କଂଗ୍ରେସ ଅଧକ୍ଷ ପାର୍ଥି ପ୍ରଭାତ ଦାଶ ଙ୍କ ପ୍ରଚାର ଧୂଆଁଧାର

Sunil Chandra Nayak

ବାତ୍ୟା ଅସାନି: ୧୦ ତାରିଖରେ ପୁରୀ ଠାରୁ ୧୦୦ କିମି ଦୂର ଦେଇ କରିବ ଅତିକ୍ରମ…..ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା

ବିଦ୍ୟୁତ୍ ତାର ରେ ଲାଗି ଯୁବକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!