ପ୍ରଶଂସା
ମୁଁ ମାଳାରୂପେ ଗଳାରେ ଲମ୍ବାଇ
ବୁଲୁଥାଏ ସମୟକୁ ସାକ୍ଷୀ ରଖି ।
କେତେବେଳେ ରୁଚିରେ ତ,
ପୁଣି କେତେବେଳେ ରୂପସଜ୍ଜାରେ
କେତେବେଳେ ସାଙ୍ଗ ମେଳରେ ।
କେତେ ବେଳେ ସମାଜ ର ଚାକଚକ୍ୟ
ମାହଲ ଭିତରେ । ପୁଣି
କେତେ ବେଳେ ଜଳୁଥିବା ଦୀପାଳୀର
ସଳିତା ରୂପରେ ।
କେବେ ପଚାରିଛ ବଝିଛ,ନା ,ଜାଣି ଶୁଣି
ବୁଝିବାକୁ ଇଛା କରିନ
ମୁଁ କଣ ଚାହେଁ ଏତେ ପ୍ରଶ୍ନବାଚୀ
ପ୍ରଶଂସା ଭାରାକ୍ରାନ୍ତ
ଭିତରେ ମୋ ଉତ୍ତର
ତାହା କେବେଳ ତୁମ ମୁହଁ ରେ
ସ୍ମିତ ହସଟିଏ ।।