ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ରାମ ବନବାସ

ରାମ ବନବାସ

ରାଗ-ନଳିନୀଗୌଡା

 

ଚନ୍ଦ୍ରକଳା ଦେବୀ

 

ରାଜା ଦଶରଥ’ ରାଜ୍ୟ ଅଭିଷେକ’

ଘୋଷଣା କରିଣ’ଦେଲେ’

ଅଯୋଧ୍ୟା ନଗ୍ରରେ’ଆନନ୍ଦ ଉଲ୍ଲାସ’

କେକହି ପାରିବ’ଭଲେ’ହେ’

ରାଣୀ’

ରାଣୀ’ମନ୍ଥରା ଚକ୍ରାନ୍ତେ’ଫସି’ହେ’

ରାଣୀ’ ବର ମାଗିଥିଲେ’ହସି’ହେ’ |1|

 

ପ୍ରଥମ ବରରେ’ଅଯୋଧ୍ୟା ନଗ୍ରରେ’

ଭରତ ରାଜନ’ଜାଣ’

ଦ୍ଵିତୀୟ ବରରେ’ତପସ୍ୱୀ ବେଶରେ’

ଚଉଦ ବରଷ’ରାମ’ହେ’

ରାମ’

ରାମ’ବନରେ ନିବାସ’ କରି’ ହେ’

ରାମ’ ଜ୍ଞାତି କୁଟୁମ୍ବଠୁ’ ଦୂରେ’ହେ’ |2|

 

କୈକେୟୀ ବଚନ’ଶୁଣିଣ ରାଜନ’

ମୂର୍ଚ୍ଛତ ହୋଇଣ’ଗଲେ’

ପ୍ରଭାତ ଆଗତେ’ମନ୍ତ୍ରୀ ଯେ ସୁମନ୍ତ୍ର’

ଛାମୁଙ୍କ ଆଗ୍ରତ’ହେଲେ’ହେ’

ମନ୍ତ୍ରୀ’

ମନ୍ତ୍ରୀ’କୈକେୟୀ ଭବନ’ଯାଇ’ହେ’

ମନ୍ତ୍ରୀ’ ଯଥା ସନମାନ’ ଦେଇ’ହେ’ |3|

 

ଚିନ୍ତାରେ ବ୍ୟାକୁଳ’ବିବର୍ଣ୍ଣ ଶରୀର’

ପଡ଼ିଥାନ୍ତି ତଳ’ଦେଖି’

କଇକେୟୀ ରାଣୀ’ଅମଙ୍ଗଳ ବାଣୀ’

ସୁମନ୍ତ୍ର ବଖାଣି’ଖୁସି’ହେ’

ରାଣୀ’

ରାଣୀ’ ରାମ ରାମ କହି’ରାତି’ହେ’

ରାଣୀ’ ରାମଙ୍କୁ ଆଣନ୍ତୁ’ଡାକି’ହେ’ |4|

 

ମନ୍ତ୍ରୀଙ୍କ ସହିତ’ଶ୍ରୀରାମ ଆଗତ’

ପିତାଙ୍କ ସମୀପେ’ଜାଣ’

ପିତାଙ୍କ ଅବସ୍ଥା’ଦେଖିଣ ହତାଶା’

କରିବେ ବ୍ୟବସ୍ଥା’ରାମ’ହେ’

ରାମ’

ରାମ’ ପ୍ରଥମ ଥରସେ’ ଦେଖି’ ହେ’

ରାମ’ହୋଇଲେ ଅତ୍ୟନ୍ତ’ଦୁଃଖୀ’ହେ’ |5|

 

ଦୁଃଖର କାହାଣୀ’କୁହନ୍ତୁ ବଖାଣି’

ମୋଅଗ୍ରତେ ପୁଣି’ମାତା’

କୈକେୟୀଙ୍କ ଗିର’ଦୁଇଗୋଟି ବର’

ପ୍ରତିଶ୍ରୁତି ବଦ୍ଧ’ପିତା’ହେ’

ରାଣୀ’

ରାଣୀ’ଧର୍ମ ସଂକଟରେ’ରାଜ୍ଞ’ହେ’

ରାଣୀ’ପୁତ୍ର ସ୍ନେହେପରା’ଅଜ୍ଞ’ହେ’ |6|

 

ରାଣୀ କଇକେୟୀ’ଅତ୍ୟନ୍ତ ବିନୟୀ’

ଶ୍ରୀରାମଙ୍କୁ କହି’ଖୁସି’

ସୂର୍ଯ୍ୟବଂଶୀ ସୂର୍ଯ୍ୟ’ଅତ୍ୟନ୍ତ ଆନନ୍ଦ’

ମୁରୁକି ମୁରୁକି’ହସି’ହେ’

ରାମ’

ରାମ’କୋମଳ ବଚନ’ କହି’ହେ’

ରାମ’ବାଣୀର କଥନ’ଏହି’ହେ’ |7|

 

ବନରେ ନିଶ୍ଚିତ’ମୁନିଙ୍କ ସାକ୍ଷାତ’

ମଙ୍ଗଳ ସାଧିତ’ହେବ’

ପିତାଙ୍କ ପ୍ରତିଜ୍ଞା’ମାତାଙ୍କ ସମ୍ମତି’

ମୋର ସାଥେ ରହି’ଥିବ’ହେ’

ରାମ’

ରାମ’ପ୍ରାଣର ଭରତ’ରାଜା’ହେ’

ରାମ’ସୁଖରେ ପଳିବ’ପ୍ରଜା’ହେ’ |8|

 

କୈକେୟୀ କହନ୍ତି’କପଟତା ରଖି’

ପିତାମାତା ପ୍ରତି’ସ୍ନେହ’

ପିତାମାତାଙ୍କର’ବଚନ ପାଳନ’

ସତ୍ୟରକ୍ଷା ବଦ୍ଧ’ହୁଅ’ହେ’

ରାମ’

ରାମ’ମୂର୍ଛିତୁ ଉଠିଲେ’ରାଜା’ହେ’

ରାମ’ଭାଷି ରାମ ରାମ’ରାଜ୍ଞ’ହେ’|9|

 

ହଜିଥିବା ମଣି’ପାଇଗଲେ ଫଣି’

ଆନନ୍ଦରେ ପୁଣି’ଯେହ୍ନେ’

ରାମଙ୍କୁ ଦେଖିଣ’ଅଯୋଧ୍ୟା ରାଜନ’

ଜାବୁଡି ଧରନ୍ତି’ତେହ୍ନେ’ହେ’

ରାଜା’

ରାଜା’ଆନନ୍ଦ ବିହ୍ଵଳ’ ହୋଇ’ହେ’

ରାଜା’ ଅପଲକଡୋଳେ’ଚାହିଁ’ହେ’ |10|

 

କହନ୍ତି ଶ୍ରୀରାମ’ ସୁପ୍ରସନ୍ନ ଚିତ୍ତେ’

ଅଜ୍ଞା ଦିଅ ବନ’ଯିବି’

ପିତାଙ୍କର ଅଜ୍ଞା’ କରିବି ପାଳନ’

ଇହଜନ୍ମ ଫଳ’ ଭୋଗି’ହେ’

ରାମ’

ରାମ’ଶୀଘ୍ରମୁଁ ଆସିବି’ଫେରି’ହେ’

ରାମ’ପିତାଙ୍କୁ ସନ୍ତୋଷ’କରି’ହେ’|11|

 

ମାତାଙ୍କ ନିକଟେ’ପ୍ରବେଶ ହୋଇଣ’

ବନ୍ଦିଲେ ଚରଣ’ରାମ’

ଆର୍ଶୀବାଦ କଲେ’ବକ୍ଷରେ ଲଗାଇ’

ମାତା କଉଶଲ୍ୟା’ପୁଣ’ହେ’

ରାମ’

ରାମ’ବନରାଜ୍ୟ ମୋତେ’ପିତା’ହେ’

ରାମ’ସତ୍ୟ ରକ୍ଷା ଅର୍ଥେ ମାତା’ହେ’ |12|

 

ମନ୍ତ୍ରୀସୁତ କହେ’ମାତାଙ୍କୁ ବୁଝାଇ’

ସକଳ ବୃତ୍ତାନ୍ତ’ଜାଣ’

ରାଣୀ କଉଶଲ୍ୟା’ଶୁଣି ହତବାକ’

ବିଧାତା କରିଲା’କଣ’ହେ’

ମାତା’

ମାତା’ ଧର୍ମ ସଂକଟରେ’ ପଡି’ହେ’

ମାତା’ଚିନ୍ତାମଗ୍ନେ ଗଲେ’ବୁଡ଼ି’ହେ’|13|

 

ପିତାମାତାଙ୍କର’ ସମ୍ମତି ଯେହେତୁ’

ଯିବାକୁ ପଡିବ’ବନ’

ତୋପାଇଁ ସେ ବନ’ଅଯୋଧ୍ୟା ସମାନ’

ଶୋଭାର ଭଣ୍ଡାର’ପୁଣ’ହେ’

ମାତା’

ମାତା’ଆଶୀର୍ବାଦ ସଦା’ଛାଇ’ହେ’

ମାତା’ସତ୍ୟରକ୍ଷା ପାଳ’ତୁହି’ହେ’ |14|

 

ବନଦେବ ଗଣ’ତୋହର ପିଅର’

ବନଦେବୀ ତୋର’ମାତା’

ବନ୍ୟ ପଶୁପକ୍ଷୀ’ତୋହର ସେବକ’

ସହାୟଯେ ବୃକ୍ଷ’ଲତା’ଯେ’

ମାତା’

ମାତା’ଆତ୍ମୀୟ ସ୍ୱଜନ’ଛାଡି’ତୁ’

ମାତା’ଆନନ୍ଦେ ବନକୁ’ଗମ’ତୁ |15|

 

ସମାଚାର ଶୁଣି’ନବବଧୂରାଣୀ’

ପାଶକୁ ଆସନ୍ତି’ଧାଇଁ’

ଶାଶୁଙ୍କ ଚରଣ’ବନ୍ଦନା କରିଣ’

ନତ ମସ୍ତକସେ’ହୋଇ’ହେ’

ସୀତା’

ସୀତା’ଅଜ୍ଞାଦେଲେ ମାତା’ମୁହିଁ’ଯେ’

ସୀତା’ ବନକୁ ଖୁସିରେ’ଯାଇ’ଯେ |16|

 

ଜନକ ଦୁଲଣୀ’ଅତି ସୁକୁମାରୀ’

ରୂପର ଭଣ୍ଡାର’ସିଏ’

ସୂର୍ଯ୍ୟବଂଶରୂପୀ’କୁମୁଦ ବନର’

ଆନନ୍ଦ କାରିଣୀ’ଯିଏ’ହେ’

ମାତା’

ମାତା’ ଆଦରର ବଧୂ’ ପ୍ରିୟ’ହେ’

ମାତା’ନୟନ ପିତୁଳା’ସ୍ନେହୀ’ହେ’|17|

 

ହିଂସ୍ରଜନ୍ତୁ ପୂର୍ଣ୍ଣ’ କଣ୍ଟକିତ ବନ’

ପ୍ରତି ପଦକ୍ଷପେ’ଶଙ୍କା’

ଫଳମୂଳକନ୍ଦା’ଆହାର ହୋଇବ’

ତୃଣଯେ ହୋଇବ’ ଶଯ୍ୟା’ ହେ’

ରାମ’

ରାମ’ସୀତାଙ୍କୁ କହନ୍ତି’ହସି’ଯେ’

ରୁହ’ଶାଶୁ ଶଶୁରଙ୍କ’ପାଶ’ଯେ’ |18|

 

ପ୍ରିୟତମ ବାଣୀ’ ବଚନକୁ ଶୁଣି’

ନୟନୁ ଲୋତକ’ ଧାରା’

ପ୍ରାଣ ବିନା ଦେହ’ଜଳ ବିନା ନଦୀ’

ପୁରୁଷ ବିନା ସ୍ତ୍ରୀ’ପରା’ହେ’

ସୀତା’

ସୀତା’ପର୍ଣ୍ଣ କୁଟୀର ମୋ’ସ୍ୱର୍ଗ’ହେ’

ପ୍ରଭୁ’ ଚରଣ କମଳ’ ଅର୍ଘ୍ୟ’ହେ’|19|

 

ଆହେ ଦୀନବନ୍ଧୁ’ପ୍ରେମମୟ ସିନ୍ଧୁ’

ସର୍ବ ସୁଖ ଶିରୋ’ମଣି’

ଚଉଦ ବରଷ’ ତୁମକୁ ଛାଡ଼ିଣ’

ପ୍ରାଣମୋ ରହିବ’ନାହିଁ’ହେ’

ସୀତା’

ସୀତା’ତୁମ ପଦସେବା’ ସ୍ୱର୍ଗ’ହେ’

ସୀତା’ଏହି ଆଶୀର୍ବାଦ’ଭବେ’ହେ’|20|

 

ସୂର୍ଯ୍ୟବଂଶ ସୁତ’ପ୍ରଭୁ ରଘୁନାଥ’

ସମ୍ମତି ଜଣାଇ’ ଥିଲେ’

ମାତା କଉଶଲ୍ୟା’ଅହ୍ୟ ସୁଲକ୍ଷଣୀ’

ଏହି ଆଶୀର୍ବାଦ’କଲେ’ହେ’

ରାମ’

ରାମ’ଲକ୍ଷ୍ମଣ ଆସଇ’ଧାଇଁ’ଯେ’

ରାମ’ବନକୁ ଯିବଇଁ’ ମୁହିଁ’ଯେ’ |21|

 

ମାଛ ବିନା ପାଣି’ସେହିପରି ଜାଣ’

ଲଇକ୍ଷଣ ଙ୍କର’ ଦଶା’

କାକୁତି ମିନତି’ହୁଅନ୍ତି ଭାଇଙ୍କୁ’

ନେଇଯାଅ ମୋତେ’ସାଥେ’ହେ’

ଭ୍ରାତା’

ରାମ’ ଭରତ ଶତ୍ରୁଘ୍ନ’ନାହା’ନ୍ତି’

ରାମ’ପିତାମାତାଙ୍କର’ ସାହା’ଟି’ |22|

 

ଶ୍ରୀରାମଙ୍କ ପାଦ’ଧରି ଲଇକ୍ଷଣ’

ଆଦେଶ ଦିଅନ୍ତୁ ‘ଯିବି’

ତୁମେ ମୋର ପ୍ରଭୁ’ମୁହିଁ ତଵ ଦାସ’

ହୋଇପରା ରହି’ଥିବି’ହେ’

ଭ୍ରାତା’

ରାମ’କରୁଣା ସାଗର’ରାଜି’ହେ’

ଆସ’ମାତାଙ୍କୁ ବିଦାୟ’ମାଗି’ହେ’|23|

 

ଅନ୍ଧ ଯେହ୍ନେ ନେତ୍ର’ଲଇକ୍ଷଣ ପ୍ରୀତ’

ମାତାଙ୍କ ପାଖଙ୍କୁ’ଯାଇ’

ମାତାଙ୍କ ଚରଣେ’ମସ୍ତକ ଲଗାଇ’

ପଦବନ୍ଦନ କ’ରଇ’ହେ’

ମାତା’

ମାତା’ଅନୁମତି ଦିଅ’ମୋତେ’ହେ’

ମାତା’ ବନକୁ ଯିବମୁଁ’ସାଥେ’ହେ’|24|

 

ସୁମିତ୍ରା ରାମଙ୍କ’ସୀତାଙ୍କର ରୂପ’

ସୁନ୍ଦର ସ୍ଵଭାଵ’ଗୁଣି’

ପାପିନୀ କୈକେୟୀ’ଏଡିକି ନିଷ୍ଠୁର’

ଆଘାତ ଦେଲାଯେ’ପୁଣି’ହେ’

ମାତା’

ମାତା’ଆଶିଷ ଦେଉଛି’ ଯିବ’ହେ’

ମାତା’ପ୍ରଭୁତୁଲ୍ୟ ତାଙ୍କୁ’ସେବ’ହେ’|25|

 

ପିତାଙ୍କର ଠାରୁ’ ବିଦାୟ ନେବାକୁ’

ରାମ ଓ ଲକ୍ଷ୍ମଣ’ ସୀତା’

ଅତ୍ୟନ୍ତ ବ୍ୟାକୁଳେ’ଜାବୁଡି ଧରନ୍ତି’

ଦୁଇ ପୁତ୍ରଙ୍କୁ ଯେ’ପିତା’ହେ’

ପିତା’

ପିତା’ଚରଣେ ପ୍ରଣାମ’ଜଣା’ଇଁ’

ପିତା’ମେଲାଣି ମାଗିଣ’ଗମ’ଇ’ |26|

 

ମାତା କଇକେୟୀ’ମୁନି ବସ୍ତ୍ର ମାଳା’

କମଣ୍ଡଳୁ ଆଦି’ଆଣି’

ଶ୍ରୀରାମଙ୍କ ଆଗେ’ଥୋଇ ଦେଲେ ନେଇ’

ପରିଧାନ କର’ପୁଣି’ହେ’

ରାମ’

ରାମ’ମୁନିବେଶ ଧରି’ ଥିଲେ’ହେ’

ରାମ’ପିତାମାତା ନମି’ଗଲେ’ହେ’|27|

 

ବନବାସର ସେ’ସାଜସରଞ୍ଜାମ’

ସୀତା ଓ ଲକ୍ଷ୍ମଣ’ରାମ’

ଗୁରୁ ବ୍ରାହ୍ମଣଙ୍କୁ’ ବନ୍ଦନା କରିଣ’

ସେଠାରୁ ଚାଲିଲେ’ ପୁଣ’ ହେ’

ରାମ’

ରାମ’ରାଜ ମହଲରୁ’ଯାଇ’ହେ’

ରାମ’ ପ୍ରିୟ ବଚନକୁ’କହି’ହେ’|28|

 

ଶ୍ରୀରାମ ବ୍ରାହ୍ମଣ’ ମଣ୍ଡଳୀ ଡାକଇ’

ଗୁରୁଙ୍କୁ ଜଣାଇ’ପୁଣ’

ଖାଦ୍ୟ ଓ ସାମଗ୍ରୀ’ଦକ୍ଷିଣା ପ୍ରଦାନ’

ଦାନ ସନମାନେ’ରାମ’ହେ’

ରାମ’

ରାମ’ଦାସଦାସୀ ଗଣେ’ଡାକି’ହେ’

ପିତା’ ମାତାଙ୍କୁ’ଥିବଟି’ଦେଖି’ହେ’ |29|

 

ଆନନ୍ଦିତ ହୋଇ’ଗୁରୁଙ୍କ ଚରଣେ’

ମସ୍ତକ ଲଗାଇ’ନମେ’

ଗଣେଶ ପାର୍ବତୀ’କଇଳାଶ ପତି’

ଶ୍ରୀମହାଦେବଙ୍କୁ’ବନ୍ଦେ’ହେ’

ରାମ’

ରାମ’ଗୁରୁ ଆଶୀର୍ବାଦ’ନେଇ’ହେ’

ରାମ’ବନର ପଥରେ’ଯାଇ’ହେ’ |30|

 

ମୂର୍ଛିତ ରାଜନ’ଉଠିଣ ସୁମନ୍ତ୍ରେ’

କହିଲେ ବୁଝାଇ’ଯାଅ’

ରଥ ନେଇ ତୁମେ’ପୁତ୍ରପୁତ୍ରବଧୂ’

ବନକୁ ଦେଖାଇ’ଦିଅ’ହେ’

ରାଜା’

ରାଜା’ଦୁଇ ଚାରିଦିନ’ରହି’ହେ’

ରାଜା’ ଫେରାଇ ଆଣିବ ‘ତହୁଁ’ହେ |31|

ବନ୍ଧୁଗାଁ,କୋରାପୁଟ

Related posts

ନବନିର୍ବାଚିତ ଅଧ୍ଯକ୍ଷ ଓ ଉପାଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ନର୍ଲା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବନ୍ଧଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!