ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷକ ଉତ୍ପାଦକ ସଂଗଠନ ଗଠନରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ରାଉରକେଲା/କୁତ୍ରା ବ୍ଳକ ଅନ୍ତର୍ଗତ କୃଷି ଭବନ ପରିସରରେ କେନ୍ଦ୍ରୀୟ ଯୋଜନା ଅଧୀନରେ କୃଷକ ଉତ୍ପାଦକ ସଂଗଠନ ଗଠନ ଓ ତାର ବିକାଶ ସମ୍ପର୍କରେ ଏକ କର୍ମଶାଳା ସ୍ବେଚ୍ଛାସେବୀ ସଂଗଠନ “ଲାଲ” ର ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକ କୃଷି ଅଧିକାରୀ ହେମନ୍ତ କୁମାର ଜେନା, ସମନ୍ୱିତ ଶିଶୁବିକାଶ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ, ଜୀବିକା ମିଶନ ର ବ୍ଳକ ପ୍ରକଳ୍ପ ପରିଚାଳକ ସୁନୀଲ କୁଜୁର, ମିଶନ ଶକ୍ତିର ବ୍ଳକ ପକଳ୍ପ ସଂଯୋଜଜ ସୁମନ ସୋରେନ ଓ ବ୍ଳକ ସହକାରୀ ପରିଚାଳକ କପିଳେନ୍ଦ୍ର ନାୟକ ଓ ବ୍ଳକ ଫେଡେରେସନ ର ସଭାପତି ତରୁଣୀଲତା ସୁନାନୀ ଅତିଥି ଭାବରେ ଯୋଗଦେଇ ଫାର୍ମର ଉତ୍ପାଦକ ସଂଗଠନ ଗଠନରେ ମହିଳା ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ସଂଗଠନ ଗଠନ ଦ୍ୱାରା ସମ୍ପୃକ୍ତ ଅଞ୍ଚଳର କୃଷି ଉତ୍ପାଦନ କ୍ଷେତ୍ରରେ ବିକାଶ, ଉନ୍ନତମାନର କୃଷି ଯନ୍ତ୍ରପାତି, ସାର, କୀଟନାଶକ ଔଷଧ ଆଦି ସୁଲଭ ମୂଲ୍ୟରେ ମହିଳା ଚାଷୀ ମାନେ ପାଇପାରିବେ ବୋଲି ଏହି ବୈଠକ ରେ ମତ ପକାଶ ପାଇଥିଲା l ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ କୃଷକ ଉତ୍ପାଦକ ସଂଗଠନ ଗଠନରେ ବହୁସଂଖ୍ୟାରେ ସାମିଲ ହେବାପାଇଁ “ଲାଲ” ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଶ୍ରୀ ପରିଡା ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ନୀଳିମା ସାହୁ, ତରୁଲତା ସା, ସୁଭଦ୍ରା କିଷାନ, ସତ୍ୟବତୀ ମିଞ୍ଜ,ଅନିତା ଟପ୍ପୋ, ବୀଣାପାଣି ସା, ନମିତା ମିଞ୍ଜ,ଜ୍ୟୋତ୍ସ୍ନା ଲାକ୍ରା, ସଂଗୀତା କୁଜୁର, ସଂଯୁକ୍ତା ମହାନନ୍ଦିଆ, ସୁକାନ୍ତି ଲାକ୍ରା, ପୁଷ୍ପା ଟପ୍ପୋ, ସୁଚିତା କୁଲୁ, ବିନିତା ଏକ୍କା ଓ ସ୍ମିତା ନାୟକ ପ୍ରମୁଖ କୃଷକ ଉତ୍ପାଦକ ସଂଗଠନ ଗଠନ ଓ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କୁତ୍ରା ବ୍ଳକ ଅଧୀନରେ ଥିବା ୫ ଟି ଗ୍ରାମ ପଞ୍ଚାୟତର ବହୁସଂଖ୍ୟକ ମହିଳା କର୍ମୀ ଯୋଗ ଦେଇଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରକୃତି ରାଣୀ

ବିପିଏଲ ହିତାଧିକାରୀଙ୍କ ଘରୁ ବିଦ୍ଯୁତ କାଟି ଦିଆଗଲା , ଏବେ ହିତାଧିକାରୀ ଅନ୍ଧାର ଘେର ରେ

Sunil Chandra Nayak

Leave a Comment

error: Content is protected !!