ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସବୁରି ଉପରେ ତୁମରି ନାମରେ
   ଚାଲିଛି ସଂସାର କଳ
ଚାଳକ ତୁମେ ତ ରହିଛୁ ଆମେତ
   ସଭିଙ୍କୁ ଦେଇଛ ବଳ।
ଶକ୍ତିବି ଦେଇଛ ମୁକ୍ତିବି କରିଛ
    ତୁମେ ହୁଅ ବଡଦୟା
ବିପଦ ଆପଦେ ଠିଆ ହୋଇ ଅଛି
    ଜଗତକୁ ଦିଅ ସାହା।
ତୁମକୁ ଛାଡ଼ି ମୁଁ ବଞ୍ଚି ପାରେନାହିଁ
   ତୁମେ ଏକା ମୋର ପ୍ରଭୁ
ଯେଉଁଠି ଯାଇଛି ତୁମ ନାମ ଧରି
      ଉପକାର ପାଇ ସବୁ।
ଦୋଷ ତ୍ରୁଟି ଥିଲେ ମାର୍ଜନା କରିବ
     ଶରଣ ମୁଁ ପାଦ ତଳେ
ଭାଗ୍ୟ ଥିଲେ ଯିବି ପ୍ରଭୁ ତୁମ ପାଶେ
     ଭେଟ ହେବା ନିଳାଞ୍ଚଳେ।
ମିଳନ ସ୍ଥଳି ମୋ ଦେଉଳ ମନ୍ଦିର
      ଭାବ ଦିଆ ନିଆ ହରି
ସ୍ମରଣେ ଆସଇ ସପନେ କହଇ
   ଶୁଣ ମୋ ବିଶ୍ବ ଗୁହାରୀ।
ଜାଣି ବୁଝି କଥା ଅନୁଭବ କରି
  ସର୍ବେ ଦେ ଶାନ୍ତନା ବାଣୀ
ହସଖୁସି ରହୁ ଯେତେ ଦିନ ଥିବା
   ସରବେ ସକଳ ପ୍ରାଣୀ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କୋକସରା ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ବିକାଶ ବିଦ୍ୟାଳୟର ବାର୍ଷିକ ଉତ୍ସବ “ହାରଭେଷ୍ଟ୍”ଉଦଯାପିତ

Sunil Chandra Nayak

ନର୍ଲା ଥାନାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!