ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅଭିନନ୍ଦନ

ଅଭିନନ୍ଦନ

ଓଡ଼ିଶା ମାଟିର ପାହାଡି କନ୍ୟା
ଘେନ ହେ ଅଭିନନ୍ଦନ
ତୁମ ଲାଗି ଆଜି ଓଡ଼ିଆ ଗର୍ବିତ
ଉତ୍ଫୁଳିତ ସର୍ବ ମନ ।।
ପଞ୍ଚଦଶ ତମ ରାଷ୍ଟ୍ର ପତି ଭାବେ
ହେଲ ଆଜି ନିର୍ବାଚିତ
କର୍ତ୍ତବ୍ୟ କର୍ମରେ ସଦା ଧୁରନ୍ଧର
ଜିଣିଛ ସଭିଙ୍କ ହୃଦ ।।
ମୟୂରଭଞ୍ଜ ର ରାଇ ରାଙ୍ଗପୂର
ହୋଇ ଗଲା ଆଜି ଧନ୍ୟ
ଅଖ୍ୟାତ ପଲ୍ଲୀର ଲଳନା ତୁମେ ଟି
 ରାଷ୍ଟ୍ରପତି ମହାମାନ୍ୟ ।।
ଜୀବନରେ କେବେ ପଛକୁ ହଟିନ
ଚାଲିଥିଲ ମଥା ଟେକି
ଜୀବନ ଜଞ୍ଜାଳ ଦୁଃଖ ଜର୍ଜରିତ
ଶୁଣିଲେ ଭିଜଇ ଆଖି।।
ଜଗନ୍ନାଥ ପ୍ରଭୁ ସଦୟ ହୁଅନ୍ତୁ
କର୍ମ ପଥ କୁସୁମିତ
ରାଷ୍ଟ୍ରର ପ୍ରଗତି ଶୀର୍ଷ ସ୍ୱର୍ଶ କରୁ
ମହାମାନ୍ୟା ପ୍ରଣିପାତ।।

କବି ରାମଚନ୍ଦ୍ର ମହାନ୍ତି

ଗଞ୍ଜାମ

Related posts

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି କ୍ରିୟାନୁଷ୍ଠାନ କମିଟିର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

ନେହରୁ ଯୁବ କେନ୍ଦ୍ର ପକ୍ଷରୁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ତୃତୀୟ ଦିବସ

Sunil Chandra Nayak

Leave a Comment

error: Content is protected !!