ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଦାମୀ ବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ବ ବାଳିକା ଦିବସ ପାଳିତ

ମୟୂରଭଞ୍ଜ -୧୧/୧୦/୨୨(ମସିହା) ମିଳିତ ଜାତିସଂଘ ଦ୍ବାରା ପାରିତ ୧୧ ଅକ୍ଟୋବରକୁ ବିଶ୍ବ ବାଳିକା ଦିବସ ପାଳନ କରାଯାଉଛି ।୨୦୧୨ ମସିହାରୁ ପ୍ରତିବର୍ଷ ସମଗ୍ର ପୃଥିବୀର ସଵୁଦେଶରେ ଏହି ଦିବସକୁ ପାଳନ କରାଯାଉଛି ।ସମାଜରେ ଲିଙ୍ଗଭିତିକ ସମସ୍ୟା ଭେଦଭାବ ଦୂର, ଶିଶୁ କନ୍ୟା ପ୍ରତି ପରିବାର ତରଫରୁ ଭେଦଭାବ ଦୂର,ଅବହେଳା,ହିଂସା,,ବାଲ୍ୟ ବିବାହ, ଭ୍ରୂଣ ହତ୍ୟା, ଆଦି ଦିଗରେ ସମଗ୍ର ମାନବ ସମାଜ ମଧ୍ୟରେ ସଚେତନତା ବାର୍ତ୍ତା ଦେବାପାଇଁ ଏହି ଦିବସର ଉଦେଶ୍ୟ । ଅଭିଭାବକ ମଧ୍ୟରେ ମାନସିକତା ବଦଳିଲେ ବାଳିକାମାନଙ୍କ ପ୍ରତି ସମାଜର ଦୃଷ୍ଟି କୋଣ ବଦଳିବ । ଭାରତ ସରକାର ବାଳିକାମାନଙ୍କୁ ସଶକ୍ତ କରିବା ଉଦ୍ଧେଶ୍ୟରେ’ ବେଟି ବଚାଓ ଭେଟି ପଢାଓ’ ଯୋଜନା କରିଛନ୍ତି ।ଏହି ଦିବସକୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଅଁଳାଡୁବା ଗ୍ରାମର ବାଦାମୀ ବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସୁରଥ ପଟନାୟକଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ବାଳିକା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ,ରଚନା,ଖେଳକୁଦ ବହୁ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ପରେ ବାଳିକାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହୁଲଢିହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜାତା କର ମହାପାତ୍ର ଯୋଗ ଦେଇ ବାଳିକାମାନଙ୍କୁ ସଶକ୍ତ, ପରିଶ୍ରମୀ,ସାହାସୀ, ବହୁମୁଖୀ ପ୍ରତିଭାର ଅଧିକାରୀ ହେବାକୁ ପରାମର୍ଶ ଦେଇଥିଲେ । ନାରୀମାନେ ଶିକ୍ଷିତ, ଶୃଙ୍ଖଳିତ,ପରିଶ୍ରମୀ ହେଲେ ସମାଜର ପ୍ରଗତି ରଥ ଆଗକୁ ବଢିବ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଶଢୁଆଳ,ସବିତା ସିଂ ନାଏକ,ଅର୍ଚିତା ମହାନ୍ତି,ସୁପ୍ରିୟା ଦାସ,ସଂଗିତା ଗୋପ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ପ୍ରେମଲତା ଙ୍କ କବିତା ରଜନୀଗନ୍ଧା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ବଜ୍ରପାତରେ ବଳଦର ମ୍ରୁତ୍ୟୁ

Sunil Chandra Nayak

Leave a Comment

error: Content is protected !!