ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ବିକାଶ ମଞ୍ଚ ତରଫରୁ ୪ସି ବିମାନ ବନ୍ଦର ପାଇଁ ଦାବିପତ୍ର

ରାଉରକେଲା – ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତ ଦୁଇ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି l ଆଗାମୀ ହକି ବିଶ୍ୱକପ ଉପଲକ୍ଷେ ହେଉଥିବା ବିପିୟୁଟି ପରିସରରେ ନିର୍ମାଣଧୀନ ହକି ଷ୍ଟାଡିୟମ ଓ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ରାଉରକେଲା ହାଉସ ଠାରେ କରିଥିଲେ l ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହ ସମସ୍ତ ସରକାରୀ ଅଫିସର, ଇସ୍ପାତ କାରଖାନାର ଅଫିସର ମାନେ ଯୋଗ ଦେଇଥିଲେ l ରାଉରକେଲା ବିକାଶ ମଞ୍ଚ ତରଫରୁ ବରିଷ୍ଠ ଉପଦେଷ୍ଟା ଆଇନଜୀବୀ ଆର୍ତ୍ତ ମହାରଣା ଓ ଆବାହକ ଡ଼କ୍ଟର ସୁମନ ଦତ୍ତ ସମସ୍ତ ଭିତିଭୂମି ଥିବା ରାଉରକେଲା ବିମାନ ବନ୍ଦର ରନୱେର ଉନ୍ନତିକରଣ କରି ଏହାକୁ ଏକ ୪ସି ଲାଇସେନ୍ସ ଯୁକ୍ତ ଉନ୍ନତ ବିମାନ ବନ୍ଦରରେ ପରିଣତ କରିବା ପାଇଁ ଦାବିପତ୍ର ଉପସ୍ଥାପନା କରିବା ସହ ଆଲୋଚନା କରିଥିଲେ l ଶ୍ରୀ ମହାପାତ୍ର ଏହାକୁ ତର୍ଜମା କରି ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବାରୁ ରାଉରକେଲା ବିକାଶ ମଞ୍ଚ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି l ପ୍ରକାଶ ଥାଉକି ଗତ କିଛି ଦିନ ତଳେ ବିମାନ ବନ୍ଦର କତ୍ତୃପକ୍ଷଙ୍କ ଆଞ୍ଚଳିକ ଟେକ୍ନିକାଲ ନିର୍ଦ୍ଦେଶକ ଆସିଥିବା ବେଳେ ବିକାଶ ମଞ୍ଚର ଉପଦେଷ୍ଟା ଅଭୟ ଦାସ, ଆବାହକ ଡ଼କ୍ଟର ସୁମନ ଦତ୍ତ ଓ ଆଇଟି ହେଡ଼ ସୁପ୍ରତୀକ ମିଶ୍ର ବିମାନ ବନ୍ଦର ଉନ୍ନତି ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଥିଲେ l ସେଠାରେ ଉପସ୍ଥିତ ଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ର ଏହାକୁ ହୃଦୟଙ୍ଗମ କରି ୪ସି ବିମାନ ବନ୍ଦର ପାଇଁ ସରକାରଙ୍କୁ ମଧ୍ୟ ସୁପାରିଶ କରିଛନ୍ତି l ଏ ବିଷୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ, ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ, ଫାଇଭ ଟି ସଚିବ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ , ଏମପି ଅମର ପଟ୍ଟନାୟକ ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କୁ ମଧ୍ୟ ଦାବିପତ୍ର ମାଧ୍ୟମରେ ଅବଗତ କରାଯାଇଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

ବିରଳ ଗ୍ରୁପର ରକ୍ତ ଯୋଗାଡ଼ କରି ଅସହାୟ ମହିଳାଙ୍କ ଜୀବନ ରକ୍ଷା କଲେ

Sunil Chandra Nayak

Leave a Comment

error: Content is protected !!