ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ହଷ୍ଟେଲସ ର ବିଶ୍ବ ପରିବେଶ ଦିବସ ପାଳନ

ରାଉରକେଲା/ ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୁଲ୍ୟରେ ତଥା ଭାରତ ସ୍କାଉଟ ଓ ଗାଇଡ ରାଉରକେଲା ଜିଲ୍ଲା ର ସହଯୋଗ ରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଏକ ସାମୁହିକ ପଦଯାତ୍ରା ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଠାରୁ ବାହାରି ସେକ୍ଟର-୨ ସ୍ଥିତ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିି ପର୍ଯ୍ୟନ୍ତ ଯାଇଥିଲା। ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ର ପରିବେଶ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଡ଼ଃ ଶକ୍ତି ପ୍ରସାଦ ସାମନ୍ତରାୟ ପତାକା ହଲାଇ ଏହି ପଦଯାତ୍ରା କୁ ଶୁଭାରମ୍ଭ କରିଥିଲେ। ୨୦୦ରୁ ଉର୍ଦ୍ଧ୍ବ ପଦଯାତ୍ରୀ ସାମିଲ ଥିବା ଏହି ଅଭିଯାତ୍ରୀ ଦଳ ବିଭିନ୍ନ ସଚେତନତା ବାର୍ତ୍ତା ପ୍ଲାକାର୍ଡ,ଲିଫଲେଟ ଓ ବ୍ୟାନର ମାଧ୍ୟମ ରେ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ। ସେକ୍ଟର-୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୃତି ନିକଟରେ ପହଞ୍ଚିଲା ପରେ ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଅଧ୍ୟକ୍ଷ ବୁଦ୍ଧଦେବ ବାସୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଭାରତ ସ୍କାଉଟ ଓ ଗାଇଡ ର କମିଶନର ବଜେନ୍ଦ୍ର ଦାଶ ଯୋଗଦେଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ବିଭିନ୍ନ ଦୈନଦିନ କାର୍ଯ୍ୟ ରେ ପରିବେଶ ସୁରକ୍ଷା ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ଏବଂ ଏ ଦିଗରେ ନିଜ ନିଜର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତ ସ୍କାଉଟ ଓ ଗାଇଡ ର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ,ଯୁବ ହଷ୍ଟେଲସ ର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦେବାଶିଷ ମହାନ୍ତି ଓ ନୀଳମଣି ମହାପାତ୍ର ପରିବେଶ ସୁରକ୍ଷା ର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଶୋଭାଯାତ୍ରା କୁ ଯୁବ ହଷ୍ଟେଲସ ରାଉରକେଲା ଶାଖା ର ସମ୍ପାଦକ ନିରଞ୍ଜନ ସାମଲ ଙ୍କ ନେତୃତ୍ବରେ ରମାକାନ୍ତ ମଲ୍ଲିକ, ଗୌରାଙ୍ଗ ପାହାଡି,ଅରୁଣ କୁମାର ସ୍ବାଇଁ, ଶିଶିର କୁମାର ପାଣି, ଶ୍ରୀବତ୍ସ ସାମଲ,ନରହରି ପଣ୍ଡା, ରବିନାରାୟଣ ପାତ୍ର, ହୃଷିକେଶ ନାୟକ, ରଂଜନ ଦୀକ୍ଷିତ,ଶାନ୍ତି ଦାସ, ସରିତା ସିଂହ,ବିଦିତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ପରେ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ଏକ ତର୍କ ପ୍ରତିଯୋଗିତା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରବୀଣ କୁମାର ଶର୍ମା ପରିବେଶ ସୁରକ୍ଷା ର ବିଭିନ୍ନ ଦିଗ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଯୁବ ହଷ୍ଟେଲସ ର କାର୍ଯକ୍ରମ ସଂଯୋଜକ ଆଶିଷ ବିର୍ଶା ହେମ୍ରମ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ବିଚାରକ ଭାବେ ସେଲ୍ ର ଭୂତପୂର୍ବ ମୁଖ୍ୟ ମହାପ୍ରବନ୍ଧକ ବିଜୟ କୁମାର ସୋରେନ, ଆର୍ ଏସ ପି ର ପରିବେଶ ଇଞ୍ଜିନିୟରିଂ ବିଭାଗର ଭୂତପୂର୍ବ ବିଭାଗୀୟ ମୁଖ୍ୟ ଏସ ଏନ୍ ଖେସ ଏବଂ ରାଉରକେଲା ସ୍ବୟଂ ଶାସିତ ସରକାରୀ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ପାରେଶ୍ଵର ବିଶ୍ବାଳ ଯୋଗଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରିଥିଲେ।ଏହି ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମୋହିତ ପଣ୍ଡା , ଶୁଭମ୍ ପାଢ଼ୀ,ଶ୍ୱେତ ସ୍ମିତା ପାଢ଼ୀ, ଜିଜ୍ଞାସା ପଟ୍ଟନାୟକ,ପ୍ରତୀକ୍ଷା ସ୍ବାଇଁ, ରିମଝିମ୍ ଘୋଷରାୟ,ସଞ୍ଚିତା କିରଣ ,ପିୟୁସା ସିଂହ ଙ୍କୁ ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଉପସଭାପତି ପ୍ରତାପ କୁମାର ସ୍ବାଇଁ ପୁରସ୍କୃତ କରିଥିଲେ।ଏହି ଅବସରରେ ଅଧ୍ୟକ୍ଷ ବୁଦ୍ଧ ଦେବ ବାସୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ମଞ୍ଚ ପରିଚାଳନା ଶ୍ରୀମା ମିଶ୍ର କରିଥିଲେ ଏବଂ ଶେଷରେ ଆଶିଷ ବିର୍ଶା ହେମ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ କୁ ସରୋଜ ପଟ୍ଟନାୟକ, ସଚ୍ଚିଦାନନ୍ଦ ଲେଙ୍କା,ସମରକାନ୍ତ ମଲ୍ଲିକ, ପ୍ରକାଶ ଚନ୍ଦ୍ର ମିଶ୍ର,ପି ବି ସାଜି, ସୁଚିତ୍ରା ମଲ୍ଲିକ, ସୁଲୋଚନା ମିଶ୍ର, ଶାନ୍ତା କୋଲା,ଲୁସି ଦାସ,ମିନାକ୍ଷୀ ପାଢ଼ୀ, ଶ୍ରଦ୍ଧାଶ୍ରୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଟ୍ରକ ଦୁର୍ଘଟଣା ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ,ଚାରି ଦିନ ପରେ ଗାଁରେ ପହଁଚିଲା ଶବ

Sunil Chandra Nayak

ଧର୍ମଗଡ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମ

Sunil Chandra Nayak

Leave a Comment

error: Content is protected !!