ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝରିଗାଁରେ ଗଡିଲା ଅହିଂସା ରଥ , ଭବ୍ୟ ସ୍ବାଗତ ଜଣାଇଲେ ଛାତ୍ରୀ ଛାତ୍ର ଏବଂ ସରକାରୀ କର୍ମଚାରୀ 

ଝରିଗାଁ -: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିଛି ସାରା ଭାରତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ l ଏଥିରେ ସ୍ବାଧିନତା ସଂଗ୍ରାମର ସମସ୍ତ ତଥ୍ୟ ଏବଂ ବରପୁତ୍ରମାନଙ୍କ ବଳିଦାନକୁ ପ୍ରଦର୍ଶିତ କରାଯାଇଥିଲା l ଏଥିସହିତ ପ୍ରଦର୍ଶନୀ ପଡିଆରୁ ଏକ ଅହିଂସା ରଥ ସମଗ୍ର ଓଡ଼ିଶା ଭ୍ରମଣରେ ବାହାରି ସେପ୍ଟେମ୍ବର ୭ରେ ଝରିଗାଁ ବ୍ଲକ୍ ସଦମହକୁମାରେ ପହଞ୍ଚିଥିଲା l ଏଥିଲାଗି ସ୍ଥାନୀୟ ବ୍ଲକ ବିଡିଓ ସତ୍ୟନାରାୟଣ ମେହେର, ତହସିଲଦାର ହୃଷୀକେଶ ଗଣ୍ଡ, ଥାନା ଅଧିକାରୀ ତପନ କୁମାର ପତି, ସିଡିପିଓ ବିରାଜ ମୋହିନୀ ପାଙ୍ଗି, ଙ୍କ ସହ ସମସ୍ତ ବିଭାଗୀୟ ବ୍ଲକ ଅଧିକାରୀ ପ୍ରମୁଖ ବ୍ଲକ୍ ସୀମାନ୍ତ ମେଦନା ଗ୍ରାମ ନିକଟରୁ ସ୍ବାଗତ ଜଣାଇ ଫୁଫୁଗାଁ, କୁଟୁରିଚାପର ଠାରେ ବିଦ୍ୟାଳୟ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ଦେଶାତ୍ମକ ଗୀତ ଗାନ ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା l ଏହାପରେ ଝରିଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସ୍ଥାନୀୟ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ସାଂସଦଙ୍କ ବ୍ଲକ୍ ପ୍ରତିନିଧି ପ୍ରିୟରଞ୍ଜନ ଦାସ, ପ୍ରମୁଖ ଉପସ୍ଥିତ ରହି ଅହିଂସା ରଥ ଟିକୁ ପୁଷ୍ପ ମାଳ ପ୍ରଦାନ କରିଥିଲେ l ଅକ୍ଟୋବର ୨ମଧ୍ୟରେ ଏହି ଅହିଂସା ରଥ ଓଡ଼ିଶାର ସମସ୍ତ ବରପୁତ୍ରଙ୍କ ଜନ୍ମସ୍ଥାନ, ସ୍ମୃତିପୀଠ, ସ୍ବାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥାନ ପରିଭ୍ରମଣ କରିବା ସହିତ ବିଭିନ୍ନ ସ୍କୁଲ, କଲେଜକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ରଥରେ ଲାଗିଥିବା ଏଲ୍‌ଇଡି ସାହାଯ୍ୟରେ ବରପୁତ୍ର ଓ ସଂଗ୍ରାମୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ବିପଦପୁର୍ଣ୍ଣ ଅବସ୍ଥାରେ ଅଙ୍ଗନ ୱାଡି କେନ୍ଦ୍ର

Sunil Chandra Nayak

ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମୀ : ୪-ଜି ତୁଳନାରେ ୧୦ଗୁଣା ଅଧିକ ଗତିରେ ଚାଲିବ ଇଣ୍ଟରନେଟ୍

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ପଙ୍କ ପଦୁଅଁ

Sunil Chandra Nayak

Leave a Comment

error: Content is protected !!