ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର କୋର୍ଟ ; ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ମୟୂରଭଞ୍ଜ – ୨୯/୭/୨୨(ମସିହା) ଆଇନ ଯେତେ କଠୋର ହେଲେ ମଧ୍ୟ ବଳାତ୍କାରୀ,ଲମ୍ପଟ,ଚରିତ୍ର ହୀନ, ଅସାମାଜିକ,ବିକୃତ ମାନସିକଧାରୀଙ୍କ ଭୃକ୍ଷେପ ନାହିଁ । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଚଢେଇପାହାଡି ଗାଁରେ ଲାଲମୋହନ ମୁଣ୍ଡା ନାମକ ବ୍ୟକ୍ତି ଏକୁଟିଆ ଘରେ ଥିବା ଜନୈକ ୫୫ ବର୍ଷିୟା ମହିଳାଙ୍କ ଘରେ ପଶି ବଳାତ୍କାର କରିଥିଲା । ଏହାକୁ ପିଡିତାଙ୍କ ପରିବାର ତରଫରୁ ୨୦/୪/୨୦୧୮ ରେ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କ୍ରମେ ଥାନାରେ କେଶ ନମ୍ବର ୧୨/୧୮ ରୁଜୁ ହୋଇଥିଲା । ଏହାକୁ ନେଇ ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ରିପୋର୍ଟ , ପାରିପାର୍ଶ୍ବିକ ଘଟଣା ଏବଂ ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜି ଅଭିଯୁକ୍ତ ଲାଲ ମୋହନ ମୁଣ୍ଡାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ,୩୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୩ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସରକାରୀ ଓକିଲ ପଙ୍କଜ ଦାସ ମାମଲା ଲଢ଼ୁଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସାଧବ ବୋହୂ

Sunil Chandra Nayak

ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!