ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଟାରୀ କ୍ଲବ ଅଫ ରାଇରଙ୍ଗପୁର ରୟାଲର ୬ଷ୍ଠ ପ୍ରତିଷ୍ଠା ଦିବସ

ମୟୂରଭଞ୍ଜ -୨୯/୭/୨୨ (ମସିହା) ସମାଜରେ ସେବା ପାଇଁ ସରକାରୀ ଓ ବେସରକାରୀ ସଂସ୍ଥା ଆଗଭର ହେଲେ ସମାଜର ପ୍ରଗତିର ରଥ ଆଗକୁ ବଢିବ । ସାମାଜିକ ସେବାରେ ବିଶ୍ବର ଅଗ୍ରଣୀ ବେସରକାରୀ ସ୍ବେଚ୍ଛାସେବୀ ସଂଗଠନ ରୋଟାରୀ କ୍ଲବ ଭୂମିକା ଅନନ୍ୟ ।ଏହା ମଧ୍ୟ ସ୍ବିକାର୍ଯ୍ଯ । ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ରାଇରଙ୍ଗପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରୋଟାରୀ କ୍ଲବ ଅଫ ରାଇରଙ୍ଗପୁର ରୟାଲ ସାମାଜିକ ସେବାରେ ପାଦ ଆଗକୁ ବଢ଼ାଇଛି ।ବୃକ୍ଷ ରୋପଣ, ରକ୍ତଦାନ, ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର ଯୋଗାଣ,ବର୍ଷା ବିତ୍ପାତରେ ଅସହାୟ ପରିବାରକୁ ପୋଲିଥିନ ଯୋଗାଣ,ସଡ଼କ ସୁରକ୍ଷା, ଅନ୍ଧ ବିଶ୍ବାସ ଦୂରୀକରଣ ସଚେତନତା,ନୀରକ୍ଷର ହଟାଅ ଅଭିଯାନ ସହ ବିଭିନ୍ନ ସାମାଜିକ ସେବାରେ ଏହାର ସଦସ୍ୟ ମିଳେ ନିଷ୍ଠାର ସହ ସହଯୋଗ କରୁଛନ୍ତି ।ରୋଟାରୀ କ୍ଲବର ଏକମାତ୍ର ଉଦେଶ୍ୟ ମାନବ ଓ ପ୍ରକୃତି ସେବା । ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପରିସରରେ ଗୁରୁବାର ସଂଧ୍ୟାରେ ରୋଟାରୀ କ୍ଲବର ରାଇରଙ୍ଗପୁର ରୟାଲର ୬ଷ୍ଠ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡିଜିପି ରୋଟାରୀଆନ ଏସ ପି ବାଗାରିଆ , ସମ୍ମାନିତ ଅତିଥି ଭାଵେ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସ, ରୋଟାରୀ କ୍ଲବର ଉପଦେଷ୍ଟା ନୀରଜ ପଣ୍ଡା, ରୋଟାରୀ କ୍ଲବ ସଭାପତି କାଳୀପ୍ରସନ୍ନ ମହାନ୍ତି, ସଂପାଦକ ପ୍ରତ୍ୟୁଷ ପରିଡ଼ା, ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।କାଳୀପ୍ରସନ୍ନ ମହାନ୍ତି ଅତିଥି ପରିଚୟ ରାଇରଙ୍ଗପୁର ସହରରେ ରୋଟାରୀ କ୍ଲବ ନେଇଥିବା ପଦକ୍ଷେପ ଉପରେ ବର୍ଣ୍ଣନା କରିଥିବାବେଳେ ସଂପାଦକ ପ୍ରତ୍ୟୁଷ ପରୀଡା ବାର୍ଷିକ ବିବରଣୀ ପାଠ କରିଥିଲେ ।ପ୍ରାକ୍ତନ ରୋଟାରୀ କ୍ଲବ ସଭାପତି ବିକାଶ ଭୁତ ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଏସ ପି ବାଗାରିଆ ସାରା ବିଶ୍ଵରେ ରୋଟାରୀ କ୍ଳବର ଅସହାୟ ଲୋକଙ୍କ ପାଖରେ ଠିଆ ହୋଇଛି । ଉପଜିଲ୍ଲାପାଳ ରାଇରଙ୍ଗପୁର ରୋଟାରୀ କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ଆପଣେଇଥିବାରୁ ପ୍ରଶଂସା କରିବା ସହ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।କାର୍ଯ୍ୟକ୍ରମରେ ଚଳିତ ବର୍ଷ ପାଇଁ ନୂତନ ରୋଟାରୀ କ୍ଲବ ସଭାପତି ଭାବେ ରୋଟାରୀଆନ ଗୌରୀଶଙ୍କର ସାରଡା, ସଂପାଦକ ରୋଟାରୀଆନ ଅନୁଜ ଅଗ୍ରୱାଲ,, ଉପସଭାପତି ବିବେକ ଚରଣ ପାହାଡି, କୋଷାଧ୍ୟକ୍ଷ ବିକାଶ ଭୁତ,ଆଇପିପି କାଳୀପ୍ରସନ୍ନ ମହାନ୍ତି,କ୍ଳବ ପ୍ରଶିକ୍ଷକ ଅରବିନ୍ଦ ଵାଗାଡିଆ ,ଶିଭାଶୀଷ ଦେବ, ଟି କେ ବିଜୟନ, ତାରାଚାନ୍ଦ ଅଗ୍ରୱାଲ,ଜୟନ୍ତ ମହାନ୍ତ ଅଗ୍ରୱାଲ,ରାମଵତାର ପାଡିଆ,ରବି ଅଗ୍ରୱାଲ,ବିଷ୍ଣୁ ପ୍ରସାଦ ଜେନା, ଶିକ୍ଷା ବିତ୍ ଡଃ ରାଜେନ୍ଦ୍ର ମିଶ୍ର, ଅତନୁ ମହାନ୍ତି,ସୁବାଷ ମଣ୍ଡଳ ୨୦୨୨/୨୩ ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କୁ ଦାୟିତ୍ଵ ହସ୍ତାନ୍ତର କରାଯିବା ସହ ଅତିଥିଗଣ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ ଚଳିତ ବର୍ଷର ଦୁଇ ମେଧାବୀ ବିଦ୍ୟାର୍ଥୀ ଚାର୍ଟାଡ ଆକାଉଣ୍ଟାଣ୍ଟ ଅଙ୍କିତା ଭୁତ,ବିକାଶ କେଡିଆ, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଦୁଇ ଜଣ ଡାକ୍ତର ଡାକ୍ତର ବିଶ୍ବଜିତ ଜେନା ଏବଂ ଡାକ୍ତର ଚନ୍ଦନ କେଶରୀ,ସିବିଏସଇ ବୋର୍ଡ ଦଶମ ଶ୍ରେଣୀରେ ଶ୍ରେଷ୍ଠ ଛାତ୍ରୀ ଭୂମିକା ଅଗ୍ରୱାଲ,ଆସିଏସଈ ଦଶମ ବୋର୍ଡର ଈଶା କବିଶତପଥୀ,ରାଜ୍ୟ ବୋର୍ଡ ଅଫ ସେକେଣ୍ଡାରୀର ଜନ୍ମେଜୟ କବାଟ, ସ୍ବେଛାସେବୀ ଅନୁଷ୍ଠାନ’ଦେବାଂଶ’ର ଅଧ୍ଯକ୍ଷା ନିରୁପମା ମହାନ୍ତ,, ମ୍ୟୁନିସିପାଲିଟିର ସଫେଇ କର୍ମଚାରୀ ଦ୍ରୌପଦୀ ବେହେରା ଏବଂ ରାଜୁ ମୁଖୀଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ତଦସହ ରାଇରଙ୍ଗପୁର ସହରର ମାନ୍ୟଗଣ୍ୟ ବ୍ୟକ୍ତି ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା, ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ଅରବିନ୍ଦ ବାଗାଡିଆ ଏବଂ ରୋଟାରୀ କ୍ଲବ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୩ ଜଣ ମେଧାବୀ ଛାତ୍ର ଛାତ୍ରୀ, ରାଇରଙ୍ଗପୁର ର ଲିଟିଲ୍ ଫ୍ଲାଓ୍ବାର ବିଦ୍ୟାଳୟ ର ୩ଟି ଇଣ୍ଟରାକ୍ଟ କ୍ଲବକୁ ମାନପତ୍ର ପ୍ରଦାନ କରାଯାଇଥିଲା।ସମାଜରେ ନାରୀ ମାନଙ୍କର ଭୂମିକା ଅନନ୍ୟ । ରୋଟାରୀ କ୍ଳବର ମହିଳା ସଦସ୍ଯା ସଂଖ୍ୟା ବୃଦ୍ଧି କୁ ଗୁରୁତ୍ବ ଦିଆଯାଇଥିଲା । ଆଗାମୀ ବର୍ଷରେ ଛାତ୍ର ଛାତ୍ରୀଙ୍କ ପାଇଁ କେରିଅର କାଉନସିଲିଂ ପ୍ରୋଗ୍ରାମ,ଲଭ ଅଫ୍ ଲାଇଫ, ଚକ୍ଷୁ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା, ବସଷ୍ଟାଣ୍ଡରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ରକ୍ତଦାନ, ବୃକ୍ଷରୋପଣ, ନିରକ୍ଷର ହଟାଅ ଅଭିଯାନ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯିବ ବୋଲି ଅତିଥିଗଣ କହିଥିଲେ । ରୋଟାରୀ କ୍ଲବ୍ ଜନକଲ୍ଯାଣ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସାର କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ରାଇଘର ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ , ୨୬ ପଞ୍ଚାୟତ ନିମନ୍ତେ ୧୩ ପଞ୍ଚାୟତ ଅଧିକାରୀ

Sunil Chandra Nayak

ଜୁନାଗଡ ଏନ୍ ଏ ସି କାଉନ୍ସିଲ୍ ଦ୍ଵିତୀୟ ବୈଠକ , ଉନ୍ନୟନ୍ନ ମୂଳକ କାର୍ଯ୍ୟକୁ ଅଗ୍ରାଧିକାର

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀ ସାହୁ ଜିଲ୍ଲା ପରିଷଦ ସଦସ୍ୟ ପଦରୁ ଇସ୍ତଫା 

Sunil Chandra Nayak

Leave a Comment

error: Content is protected !!