ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ରାଇଘର ସାମ୍ବାଦିକ ସଂଘ  

 ରାଇଘର ୧୭:୦୯:୨୨- ରାଜ୍ୟ ସାମ୍ବାଦିକ ସଂଘର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରତେକ ବ୍ଲକର କର୍ମକର୍ତ୍ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପ୍ରଦାନ କରିବାକୁ ଅବଗତ କରିଥିବା ବେଳେ ଆଜି ଶନିବାର ରାଇଘର ସାମ୍ବାଦିକ ସଂଘ ପକ୍ଷରୁ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି l ଉକ୍ତ ଘଟଣାକୁ ରାଇଘର ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିଛି l ଏହି ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଇଘର ସାମ୍ବାଦିକ ସଂଘର ସଭାପତି ଭବାନୀ ନାୟକ,ଉପଦେଷ୍ଟା କିରଣ ପଟ୍ଟନାୟକ,ସମ୍ପାଦକ ଲଳିତ ମୋହନ ନାୟକ,ଅମିୟ ମହାପାତ୍ର,ମୋନଜ ରାଜପୁତ,ପିଣ୍ଟୁ ମହରଣା,ଆଶିଷ ମଜୁମଦାର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l ସୁଚନା ଥାଉ ଯେ ଖବର ସଂଗ୍ରହ ସମୟରେ ନବରଙ୍ଗପୁର ଏ ଏସ ପି ଜୟକୃଷ୍ଣ ବେହେରା ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକର ୩ ଜଣ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଏକ ପ୍ଲାଷ୍ଟିକ ବାଡିରେ ଆକ୍ରମଣ କରି ସେମାନଙ୍କ ମୋବାଇଲ ଛଡାଇ ଭାଙ୍ଗିଛନ୍ତି । ଏକ ପ୍ରେମ ବ୍ୟାପାରରେ ଜଣେ ବରଗଡ ଅଞ୍ଚଳର ବିବାହିତ ମହିଳାଙ୍କୁ ଅନ୍ୟାୟ କରାଯାଉଥିବା ଖବର ପାଇ ଅରଗୁସ ଟି ଭି ଚ୍ୟାନଲ ଜିଲ୍ଲା ପ୍ରତିନିଧି ଜିମ୍ମି ଘଣ୍ଟ, ସାମ୍ବାଦିକ ଓମ ପ୍ରକାଶ କରମ ଚାନ୍ଦ ଦାଶ ଏବଂ ପ୍ରବୀଣ କୁମାର ସତନାମୀ ଖବର ସଂଗ୍ରହ କରିବାକୁ ପାପଡାହାଣ୍ଡି ଥାନାରେ ଗତ ୧୪ ତାରିଖ ଦିନ ଅପରାହ୍ନ ୪ଟା ରେ ପହଞ୍ଚିଥିଲେ । ଏହି ଖବର ସଂଗ୍ରହ କରିବା ସମୟରେ ଏ ଏସ ପି ହଠାତ ଥାନାରେ ପହଞ୍ଚି ଯୁବତୀ ଜଣଙ୍କୁ ଟଣା ଓଟୋରା କରି ଜବରଦସ୍ତ ଯୁବତୀଙ୍କ ପରିବାର ସହ ବରଗଡ ଫେରିବାକୁ ବାଧ୍ୟ କରୁଥିଲେ । ଜଣେ ପୁରୁଷ ଅଧିକାରୀ ହୋଇ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗ ଗୁଡିକୁ ସ୍ପର୍ଶ କରୁଥିବା ଦୃଶ୍ୟ କ୍ୟାମେରାରେ ଉତ୍ତଳନ କରିବା ଦେଖି ଏ ଏସ ପି ପ୍ରଚଣ୍ଡ ରାଗିଯାଇ ଏକ ପ୍ଲାଷ୍ଟିକ ପାଇପରେ ସାମ୍ବାଦିକଙ୍କ ସମେତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ମହିଳା ଓ ଯୁବତୀଙ୍କୁ ମଧ୍ୟ ପିଟି ଚାଲିଥିଲେ । ଏଭଳି ଦାଇତ୍ଵହୀନ ଅଧିକାରୀଙ୍କ ମହିଳା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଆଚରଣକୁ ସମଗ୍ର ଜିଲ୍ଲାର ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି । ଏଭଳି ଅଧିକାରୀ ଯୋଗୁଁ ସମଗ୍ର ପୋଲିସ ବ୍ୟବସ୍ଥା ପ୍ରତି ଜିଲ୍ଲାରେ ଲୋକଙ୍କ ଆସ୍ଥା ତୁଟିବା ପୂର୍ବରୁ ଏ ଏସ ପି ଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରେ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଆଇ ଆର ବି ନବମ ବାଟାଳୀଆନ ଦ୍ବାରା ୬୩ ତମ ଶହୀଦ ଦିବସ ପାଳିତ 

Sunil Chandra Nayak

ଜୁନାଗଡ ରେଲୱେ ଷ୍ଟେସନରେ ମକା ପରିବହନରେ ବ୍ୟାପକ ହେରାଫେରି,  ରେଲୱେ ଫୋର୍ସ ଙ୍କ ଧମକ ଅଭିଯୋଗ 

Sunil Chandra Nayak

ଶିଳ୍ପପତି ଓ ସମାଜସେବୀ ଉମା ବାବୁଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!