ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପରିଷଦ ଅଧ୍ଯକ୍ଷଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

ଥୁଆମୂଳ ରାମପୁର:୧୬/୯- (ମନିସ):– ଆଜି ଯଥା ୧୬/୯/୨୦୨୨ ତାରିଖ ଶୁକ୍ରବାର ଦିନ ଜିଲ୍ଲାପରିଷଦ ଅଧ୍ଯକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ବୁଲି ଦେଖିଥିଲେ। ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଗୁଣୁପୁର ଗ୍ରାମପଞ୍ଚାୟତ ବିଭିନ୍ନ ବିଦ୍ୟାଳୟ, କାଣିଗୁମା, ମର୍ଡିଗୁଡା ଥୁଆମୂଳ ରାମପୁର, ଡୁମେରପଦର, ଅଡ୍ରୀ, ଗୋପୀନାଥପୁର ମାଳିଗାଁ ପ୍ରଭୃତି ସ୍ଥାନରେ ନିର୍ମାଣଧିନ କାର୍ଯ୍ଯ ଓ ଡିଏମ୍ଏଫ୍ ତରଫରୁ ନିର୍ମାଣଧିନ ଓ ଉନ୍ନୟନ ମୂଳକ କାର୍ଯ୍ଯଗୁଡିକକୁ ଦେଖିଥିଲେ। ଏହା ସହିତ ସରକାରଙ୍କ ପକ୍ଷରୁ ହେଉଥିବା ବିକାଶ ମୂଳକ କାର୍ଯ୍ଯର ତଦାରଖ କରିଥିଲେ। ଶ୍ରୀ ସିଂ ଦେଓଙ୍କ ଗସ୍ତ ସମୟରେ ଜିଲ୍ଲା ତରଫରୁ APD ଶ୍ରୀ ଅମୂଲ୍ୟ ବାହୁଲ, ଥୁଆମୂଳ ରାମପୁର ବ୍ଳକ ପ୍ରଶାସନିକ ଅଧିକାରୀ ମଧ୍ୟରୁ ବିଡିଓ ଶ୍ରୀ ଶୁଭକାନ୍ତ ନାୟକ, AE ଶ୍ରୀ ବାଞ୍ଛାବର୍ଟ୍ଟ ପାଣ୍ତେ, JE ଶ୍ରୀ ଦେବେନ୍ଦ୍ର କୁମାର ମହାନନ୍ଦ, JE ଶ୍ରୀ ମଳୟ ଶତପଥୀ, ସ୍ଥାନୀୟ ଜନପ୍ରତିନିଧି ୨ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ଯ ଶ୍ରୀମତୀ ଟୁନି ଖୋସ୍ଲା, ୧ ନମ୍ବର ଜୋନର ଶ୍ରୀମତୀ ପ୍ରମିଳା ମାଝୀ, ପୂର୍ବତନ ବ୍ଳକ ଉପାଧ୍ଯକ୍ଷ ଶ୍ରୀ ଗୋବିନ୍ଦ ପ୍ରଧାନୀ, ବ୍ଳକ ବିଜେଡି ସଭାପତି ଶ୍ରୀ କପିଳାସ ନାଏକ, ଏମ୍ଏଲ୍ ଏ ନୋମିନୀ, ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ସମିତି ସଭ୍ଯା ଶ୍ରୀମତୀ ପୁପ୍ପାଞ୍ଜଳୀ ନାଏକ ଓ ଅନ୍ଯ ମାନଙ୍କ ମଧ୍ୟରେ ଶ୍ରୀ ନିର ନାଏକ, ଶ୍ରୀ ବିଷିକେଶନ ଦୁରୀଆ ପ୍ରମୁଖ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଚିନ୍ମୟୀ ସାହୁ ଙ୍କ କବିତା ବିଘ୍ନହର ବିଘ୍ନରାଜ

Sunil Chandra Nayak

ପୂଜା ବାଦୀ ଙ୍କ କବିତା ଭାଗ୍ୟ

Sunil Chandra Nayak

କେଡ଼ର ରୂଲ ଦାବି କୁ ନେଇ ଆନ୍ଦୋଳନ ପାଇଁ ସଜବାଜ କନିଷ୍ଠ କିରାଣୀ ସଙ୍ଘ, (SSD) 

Sunil Chandra Nayak

Leave a Comment

error: Content is protected !!