ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ବ୍ଲକ… ୨୫ପଞ୍ଚାୟତରେ ସରିଲା ନାଏବ ସରପଞ୍ଚ ନିର୍ବାଚନ, କାନକୁଟ୍ରୁରେ ନୋହିଲା

୧୬ ନିନ୍ଦ୍ୱନ୍ଦ୍ୱର୍, ୯ ପଞ୍ଚାୟତରେ ପ୍ରତିଦ୍ୱନ୍ଦିତା 

ଲାଞ୍ଜିଗଡ଼,୧୧/୦୩(ମ.ନି.ସ)-ନାଏବ ସରପଞ୍ଚ ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ ୨୫ଟି ଗ୍ରାମପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ଶେଷ ହୋଇଛି । ତେବେ କୋରମ ଅଭାବରୁ କାନକୁଟ୍ରୁ ଗ୍ରାମପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହୋଇପାରିନାହିଁ । ଏଥିପାଇଁ ପରବର୍ତ୍ତୀ ଦିନ ଧାର୍ଯ୍ୟ କରାଯାଇ କାନକୁଟ୍ରୁ ଗ୍ରାମପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ କରାଯିବ ବୋଲି ଜଣାପଡିଛି । ୨୫ଟି ଗ୍ରାମପଞ୍ଚାୟତ ମଧ୍ୟରୁ କଦମ୍ବଗୁଡାରେ ଅନୀତା ହରିଜନ, କମର୍ଦ୍ଧାରେ ପିତାମ୍ବର ପୁଟେଲ, କୁମଖାଲରେ କାଲୀ ହରିଜନ, ପୋଖରୀବନ୍ଧରେ ପବିତ୍ର ବିଭାର, ବନ୍ଧପାରିରେ କିଆ ବାଗ, ବିଶ୍ୱନାଥପୁରରେ ଉତ୍ତରା ନାଏକ, ଭଟାଙ୍ଗପଦରରେ ମାଲ୍ୟାନ ତାଣ୍ଡି, ଲାଞ୍ଜିଗଡରୋଡ ଅନଙ୍ଗ ମାଝୀ, ଜଗନ୍ନାଥପୁର କୌଶଲ୍ୟା ବାତ୍ରା, ତ୍ରିଲୋଚନପୁର ତରଣୀସେନ ବାଗ, ପାହାଡପଦର ବିନ୍ଦୁଲତା ବିଭାର, ବସନ୍ତପଡା ବିଳାସିନୀ ସୁନା, ବାତେଲିମା ରୀତା ମାଝୀ, ବେନଗାଁ ଗୀତା ନାଏକ, ମାଳିଯୁବାଙ୍ଗ ସନମତି ମାଝୀ, ଲାଞ୍ଜି ଗ୍ରାମପଞ୍ଚାୟତରେ ସମ୍ବା ମାଝୀ ପ୍ରମୁଖ ୧୬ଜଣ ନିନ୍ଦ୍ୱର୍ନ୍ଦ୍ୱର୍ରେ ନିର୍ବାଚିତ ହୋଇଥିବା ଜଣାପଡିଛି । ସେହିପରି ଗୁଣ୍ଡରୀରେ କାନ୍ତି ମାଝୀ, ଗୋବର୍ଦ୍ଧନପୁରରେ ସଞ୍ଜୀବ କୁମାର ପଣ୍ଡା, ଚମ୍ପାଦେଇପୁରରେ ଭାନୁମତୀ ଘଡେଇ, ବେଡାଗାଁ ଅନସୂୟା ବାଗ, ଭୁର୍ଟିଗଡ ସୁଶୀଳା ହରିଜନ, ଛତ୍ରପୁର ଲଳିତ ମୋହନ ସାହୁ, ବିଜେପୁର ଇନ୍ଦ୍ର ମାଝୀ, ଲାଖବାହାଲି ପତି ମାଝୀ, ଲାଞ୍ଜିଗଡ ପଞ୍ଚାୟତରେ ହରେକୃଷ୍ଣ ହରିଜନ ପ୍ରମୁଖ ୯ଜଣ ନାଏବ ସରପଞ୍ଚ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିବା ଜଣାପଡିଛି ।

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍‌

Related posts

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ବଡ ଡାକ୍ତରଖାନା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

ବେକରେ ଓଢଣି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!