ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ବଭାରତୀୟ ଏନସିସି ଟ୍ରାଇବାଲ ଟ୍ରେକିଂ, ଅନାଲୋଚିତ ସ୍ଥାନ ଲୋକଲୋଚନକୁ ଆଣିବାକୁ ପ୍ରୟାସ

କୋକସରା,୨୫/୯- (ମ ନି ସ)  କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ତରଫରୁ ଚାଲିଥିବା ସର୍ବ ଭାରତୀୟ ଏନସିସି ଟ୍ରାଇବାଲ ଟ୍ରେକିଂ କାର୍ଯ୍ୟକ୍ରମ ଗୁଡହାଣ୍ଡି ଡୋକରୀଚଞ୍ଚରା ଠାରେ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ପର୍ବାତାରୋହୀ ଓ ଅତିଥିମାନେ  କହିଥିଲେ ଗୁଡହାଣ୍ଡି ଡୋକରୀଚଞ୍ଚରା ପର୍ବାତାରୋହଣ ପାଇଁ  ଉପଯୁକ୍ତ ସ୍ଥାନ ଏବଂ ଏହି ପର୍ଯ୍ୟଟନ ସ୍ଥଳୀର ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସହ ଇଲେକ୍ଟ୍ରି ବ୍ୟବସ୍ଥା ଓ ମୋବାଇଲ ଟାଓ୍ବାର ସ୍ଥାପନ କଲେ ଆହୁରି ଜନାଦୃତ ହୋଇପାରିବ। ଗତ ୨୧ ତାରିଖରେ ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମ ପ୍ରତିକୂଳ ପାଣିପାଗ ପାଇଁ ବାତିଲ ହେବା ପରେ ଆଜି ଅନୁଷ୍ଠିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ, କମାଣ୍ଡିଙ୍ଗ ଅଫିସର ସୁନୀଳ କୁମାର ବେହେରା, ୧୫ଜଣ ଏଏନଓ ସମେତ ୧୪ଗୋଟି ରାଜ୍ୟରୁ ଆସିଥିବା ୫୧୦ଜଣ କ୍ୟାଡେଟ ମାନଙ୍କୁ ଆୟୋଜନ ସହଯୋଗୀ କୋକସରା ଡିଗ୍ରୀ ମହାବିଦ୍ୟାଳୟ, ନାରୀସଂଘ, ଡୋକରୀଚଞ୍ଚରା ଉନ୍ନୟନ ସମିତି, କୋକସରା ହାଇସ୍କୁଲର ଏନସିସି ନାଭାଲ କ୍ୟାଡେଟ, ଡିଗ୍ରୀ ମହାବିଦ୍ୟାଳୟର କ୍ୟାଡେଟ ଓ ଅଞ୍ଚଳର ନେତୃ ସ୍ଥାନୀୟ ତଥା ସାଧାରଣ ଲୋକଙ୍କ ମାଧ୍ୟମରେ କାଳାହାଣ୍ଡିର ବୀରବାଦ୍ୟ ଘୁମୁରା, ବଜାଶାଲ, ଡ୍ରମ ବାଦ୍ୟର ତାଳେତାଳେ ଭବ୍ୟ ସ୍ବାଗତ କରାଯାଇଥିଲା।ପରେ ପରେ ଆନ୍ତର୍ଜାତିକ ଖ୍ୟାତନାମା ପର୍ବାତାରୋହୀ ଯୋଗବ୍ୟାସ ଭୋଇଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଡୋକରୀପାହାଡ, ଗୁଡହାଣ୍ଡି, ଭଏଁରାଘୁମର, ଡୋକରୀଦର ଠାରେ ଉଭୟ ପୁରୁଷ ଓ ମହିଳା କ୍ୟାଡେଟ ମାନଙ୍କୁ ପର୍ବାତାରୋହଣର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ରେ ଇପ୍ସାମୟୀ ଦୁବେ, ଶ୍ରାବଣୀ ପ୍ରିୟଦର୍ଶୀନୀ ଦାସ, ସୁନୀତା ଧଙ୍ଗଡାମାଝୀ, ତୃପ୍ତି ମୟୀ ପ୍ରଧାନ, ରୋମାଞ୍ଚଲ ଭୋଇ, ଅଭିଷେକ ବେହେରା ପ୍ରମୁଖ ସହଯୋଗ କରିଥିଲେ।୧୪ଟି ରାଜ୍ୟରୁ ଉପସ୍ଥିତ ଥିବା ଏଏନଓ ଓ କ୍ୟଡେଟ ମାନେ ଐତିହାସିକ କୀର୍ତ୍ତିମାନ ଗୁଡହାଣ୍ଡି ଡୋକରୀଚଞ୍ଚରାର ଶିଳାଲେଖା, ଭଏଁରା ଘୁମର ଓ ଡୋକରୀଦର ଜଳ ପ୍ରପାତ, ଡୋକରୀଚଞ୍ଚରା ଓ ଜଙ୍ଗଲ ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ଅଭିଭୂତ ହୋଇଥିଲେ। ଏହି ଅବସରରେ ଏକ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଟେମରାର ଘୁମୁରା, କୋକସରା ହାଇସ୍କୁଲ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ବଙ୍ଗୋମୁଣ୍ଡା, କୋକସରାର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁବ୍ରତ କୁମାର ବେହେରା ପରିଚାଳନା କରିଥିଲେ। ଏହି ଟ୍ରାଇବାଲ ଟ୍ରେକିଂ କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ ସମେତ ଉପସ୍ଥିତ ଅତିଥି ମାନଙ୍କୁ କୋକସରା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡା ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ। ଆୟୋଜିତ ହୋଇଥିବା ପର୍ବାତାରୋହଣ ଶିବିରରେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ, ଏସଡିପିଓ ଧିରଜ ଚୋପଦାର, ଡିଆପିଆରଓ ମନୋଜ ବେହେରା, ଲଡୁଗାଁ କଲେଜ ଅଧ୍ୟାପକ ଡ. ନିହାର କାନ୍ତ ପଣ୍ଡା, କୋକସରା ଯୁକ୍ତଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଭବାନୀପାଟଣାର ଅଧ୍ୟାପକ ପ୍ରତାପ ଦାଶ, ଜୟପାଟଣା  ଡିଗ୍ରୀ କଲେଜର ସାକେତ ବେହେରା, ମାନସ ପଣ୍ଡା, ଲକ୍ଷୀରାମ ମହାବିଦ୍ୟାଳୟର ମୋହନ ଚରଣ ବିଷି, ସୁରେନ୍ଦ୍ର ସାହୁ, କୋକସରା ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଧିର କୁମାର ପଣ୍ଡା, ଓଏଭିର ଅଧ୍ୟକ୍ଷ ଦୀନବନ୍ଧୁ କର, କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ଡ.କୈଳାସ ଦାଶ, ଚିତ୍ତରଞ୍ଜନ ଖୁଣ୍ଟିଆ,ଡୋକରୀଚଞ୍ଚରା ଉନ୍ନୟନ କମିଟି ର ସଭାପତି ଭଦ୍ରେଶ୍ବର ପାତ୍ର, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ପ୍ରଧାନୀ, ସାଧାରଣ ସଂପାଦକ ଘନଶ୍ୟାମ ନାଏକ,ଉପସଭାପତି ସୁଧିର ପାତ୍ର ଓ ଅଇରୀ ନାଶନ ଚିନ୍ଦା,ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସ୍ବାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ଜଗଂଲ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। କଳାହାଣ୍ଡି ବିଶ୍ବବିଦ୍ୟାଳୟ ତରଫରୁ ଆୟୋଜନ ଦାୟିତ୍ୱ ନେଇଥିବା ଡିଗ୍ରୀ ମହାବିଦ୍ୟାଳୟ କୋକସରାର ଖାଦ୍ୟ ଦାୟିତ୍ୱ ମୂଖ୍ୟ ପୁଷ୍ପରାଜ ମେହେର,ଏନଓ ଅଶ୍ବିନୀ ପଟ୍ଟନାୟକ, ଯୁବରେଡକ୍ରସ ସଂଯୋଜକ ସୁବ୍ରତ ବେହେରା ଓ କନକ ମଂଜରୀ ବେହେରା, ପ୍ରତାପ ବିଷି, ହୃଦାନନ୍ଦ ଧଙ୍ଗାଡାମାଝୀ, ତପନ ବିଷି, ଲାଲୁ ରାଉତ, ବିଷ୍ଣୁ ବିଷି, ପିତବାସ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related posts

ସଂଯୁକ୍ତା ସାହୁ ଙ୍କ କବିତା ……  ପ୍ରାପ୍ତି …..   

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ତ୍ରିରଙ୍ଗା ନେତ ମୋ ପ୍ରଣିପାତ =ଘେନ

Sunil Chandra Nayak

ପଳାସା ଗଛରୁ ଯୁବଙ୍କକ ଝୁଲାନ୍ତ ମୃତ୍ୟୁ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!