ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କଳାହାଣ୍ଡି ଏସପି ଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ

କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଉପରେ ମରଣାନ୍ତକ ଆକ୍ରମଣ କୁ ନେଇ କଳାହାଣ୍ଡି ସାମ୍ବାଦିକ ଙ୍କ ଉଦବେଗ ପ୍ରକାଶ ପାଇଛି।ଏନେଇ ଆଜି ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ହିମାଂଶୁ ଶେଖର ବରାଡ଼,ସନ୍ତୋଷ କୁମାର ସିଂଦେଓ, ବିଭୁ ଶଙ୍କର ପାଢ଼ୀ, ଉତ୍ତମ ଦାସ, କୁମର ମଣି ଦୁର୍ଗା, ସୁନ୍ଦର ମୋହନ ଛତ୍ରିଆ ପ୍ରମୁଖ କଳାହାଣ୍ଡି ଏସପି ଅଭିଳାଷ ଜି ଙ୍କୁ ଭେଟି ସଂପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢରୁ ଅତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବରିଷ୍ଠ ସାମ୍ବାଦିକ ଶ୍ରୀ ପଣ୍ଡା ଙ୍କୁ ଆକ୍ରମଣ କରିଥିବା ସଂପୃକ୍ତ ଆକ୍ରମଣକାରି ବିରୁଦ୍ଧରେ ଏହା ପୂର୍ବରୁ ଏକାଧିକ ମାମଲା ଥବାରୁ ତାହାର ତଦନ୍ତ କରାଯାଇ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା,କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ସୁରକ୍ଷା,ସହରରେ ମଦ୍ୟପାନ କରି ବୁଲୁଥିବା ଅସାମାଜିକ ରୋଡ଼ ରୋମିଓ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଜୁନାଗଡ଼ ସହରର ସମ୍ବେଦନଶୀଳ ସ୍ଥାନ ମାନଙ୍କ ରେ ସିସିଟିଭି ଲଗାଇବା ଦିଗରେ ପଦକ୍ଷେପ,ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟତରାଜ ଘଟୁଥିବାରୁ ରାତିରେ ଜାତୀୟ ରାଜପଥରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରାଯିବା ଏବଂ ଜୁନାଗଡ଼ ସହରରେ ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ଡ୍ରେସ କୋଡ଼ ସହିତ ଟ୍ରାଫିକ ପୋଲିସ ମୁତୟନ କରାଯିବା ସମ୍ବଳିତ ଏକ ଦାବିପତ୍ର ଏସପି ଙ୍କୁ ପ୍ରଦାନ କରିଥିଲେ।

   ଏଠାରେ ସୂଚନାଯୋଗ୍ୟ ଯେ,ସାମ୍ବାଦିକ ଶ୍ରୀ ପଣ୍ଡା ଜୁନାଗଡ଼ର ଏକ ଔଷଧ ଦୋକାନକୁ ଯାଇଥିବା ସମୟରେ ଜଣେ ମଦ୍ୟପ ଅସାମାଜିକ ଯୁବକ କୋଣସି କାରଣ ନଥାଇ ତାଙ୍କୁ ହଠାତ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣ ରେ ସାମ୍ବାଦିକ ପଣ୍ଡା ଗୁରୁତର ଭାବେ ଆହତ ହୋଇଥିଲେ। ଏସମ୍ପର୍କରେ ଜୁନାଗଡ଼ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା।ପୋଲିସ ସଂପୃକ୍ତ ଯୁବକ କୁ ଗିରଫ କରି ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ତାକୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି। ଏନେଇ ଜିଲ୍ଲା ବ୍ୟାପି ସାମ୍ବାଦିକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଔପଦାରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ ପାଳିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପ୍ରତୀକ୍ଷା

କାର ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତ୍ୱର

Sunil Chandra Nayak

Leave a Comment

error: Content is protected !!