ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ସଫଳ ହୋଇଛି

ଢେଙ୍କାନାଳ 22/7/22 ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଜାତୀୟ ରାଜପଥ ୫୫ କୁ ସମ୍ପ୍ରସାରଣ କରିବା କାମ ହାତ କୁ ନେଇ ଥିବା ବେଳେ କାର୍ଯ୍ୟ ରେ ବିଳମ୍ବ ଯୋଗୁ ଯାନ ବାହାନ ଚଳାଚଳ ରେ ବାଧା ପ୍ରାପ୍ତ ଓ ଏଥି ନିମନ୍ତେ ବିଭିନ୍ନ ପ୍ରକାରର ଦୁର୍ଘଟଣା ଶିକାର ହେଉଛନ୍ତି ଢେ଼ଙ୍କାନାଳ ବାସୀ ଯା କୁ ନେଇ ବନ୍ଦ ଡାକରା ଦିଆ ଯାଇଛି। ଏହି ୧୨ ଘଣ୍ଟିଆ ବନ୍ଦ ଯୋଗୁଁ ଲକ୍ଷ୍ମୀ ବଜାର ସ୍ଥିତ ମୁଖ୍ୟ ଷ୍ଟେଟ ବ୍ୟାଙ୍କ, କାନାରା ବ୍ୟାଙ୍କ , ଆକ୍ସିସ ବ୍ୟାଙ୍କ , ଆଇସି ଆସି ଆଇ ବ୍ୟାଙ୍କ ଓ ବିଭିନ୍ନ ବ୍ୟାଙ୍କ ଗୁଡ଼ିକ ମଧ୍ୟ ବନ୍ଦ ରହି ଥିଲା ।ଏହି ବନ୍ଦ ଯୋଗୁଁ ସକାଳ ୭ ଘଟିକା ଠାରୁ ୯ ଘଟିକା ଯାଏ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଥିଲା । ସକାଳୁ ସକାଳୁ ଢେଙ୍କାନାଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପିକେଡିଙ୍ଗ କରି ଶ୍ୟାମ ଚରଣ ସ୍ଥିତି ଷ୍ଟେସନ ଆଗରେ ଟ୍ରେନକୁ ଅଟକାଇ ଥିଲେ । ତାପରେ ସେଠାରେ ନାରାବାଜି ଦେଇଥିଲେ । ତା ସହିତ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ଟ୍ରକ, ବସ ଓ ଅନ୍ୟାନ୍ୟ ଗାଡି ମଟର କୁ ଅଟକାଇଥିଲେ, ସେଥିପାଇଁ ୩ କିମି ପର୍ଯ୍ୟନ୍ତ ବସ ଟ୍ରକ ଛଡା ହୋଇଥିଲେ ।ଏହି ଆନ୍ଦୋଳନ ଯୋଗୁଁ ବଜାରରେ ଥିବା ସମସ୍ତ ଦୋକାନ ବାଡି ବନ୍ଦ ରହିଥିଲା । ତା ସହିତ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ହୋଇଥିଲା । ସିଭିଲ କୋଟ ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ ପ୍ରଭାବିତ ହୋଇଥିଲା । ତାପରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ ଜିଲ୍ଲା ଓକିଲ ସଂଘ, ଜିଲ୍ଲା ବସ୍‌ ଓ ଟ୍ରକ ଆସୋସିଏସନ ସଂଘ, ଜିଲ୍ଲା ବାଣିଜ୍ୟ ସଂଘ ଓ ବଜାର କମିଟି ସଂଘ ପୂଜା କମିଟି ସଂଘ ଓ କ୍ଳବ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା NHAI ଅଫିସ୍ କୁ ଘେରାଉ କରାଯାଇ ତାଲା ପକାଇ ଦିଆଯାଇଥିଲା ଓ ଜିଲ୍ଲାପାଳ ସରୋଜ କୁମାର ସେଠୀକୁ ଏକ ଦାବିପତ୍ର ଦିଆଯାଇଛି । ଏଥି ସହିତ ଜିଲ୍ଲାପାଳ କହିଛନ୍ତି ଯେ ଆସନ୍ତା ରବିବାର ଦିନ ଅନୁଗୋଳ ଠାରେ ଢେଙ୍କାନାଳ ପ୍ରଶାସନ ଓ ଅନୁଗୁଳ ପ୍ରଶାସନ ଓ NHAI କର୍ତ୍ତପକ୍ଷ ଏକ ବୈଠକ ହେବାର କାର୍ଯ୍ୟକ୍ରମ ଅଛି।

 ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

 

 

Related posts

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗର ଶିବିର ଅଦାଲତ ତଥା ମାନବ ଚାଲାଣ ନିରୋଧ ୟୁନିଟ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ – ଜିଲ୍ଲାପାଳ 

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ରଜ ଆ ଗମନ

Sunil Chandra Nayak

Leave a Comment

error: Content is protected !!