ପୋର୍ଟାଲର ଶୁଭାରମ୍ଭ….
ଜାମ୍ମୁ କାଶ୍ମୀର ର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ଅମରନାଥ ଯାତ୍ରା-୨୦୨୨ ପାଇଁ ଅନ୍ଲାଇନ୍ ବୁକିଂ ସେବା ପୋର୍ଟାଲ ଶୁଭାରମ୍ଭ କରିଛନ୍ତି । ଶ୍ରଦ୍ଧାଳୁ ଯାତ୍ରା ପାଇଁ ହେଲିକପ୍ଟର ଟିକେଟର ବୁକିଂ ପାଇଁ ଶ୍ରାଇନ୍ ବୋର୍ଡର ୱେବସାଇଟ୍ www.jksasb.nic.inରେ ସହଜରେ ଲଗ୍ଇନ କରିପାରିବେ ।
ଅମରନାଥଙ୍କ ଭକ୍ତଙ୍କୁ ନୂଆ ଅନଲାଇନ ସେବା ସମର୍ପିତ କରିବାକୁ ଯାଇ ଉପରାଜ୍ୟପାଳ କହିଛନ୍ତି ଯେ, ଭଲ ଯୋଗାଯୋଗ ଓ ଶୀଘ୍ର ପହଞ୍ଚିବା ପାଇଁ ଶ୍ରୀନଗରରୁ ହେଲ ସେବା ଆରମ୍ଭ କରିବା ପାଇଁ ସରକାର ବହୁ ଦିନରୁ ଯୋଜନା କରିଥିଲେ । ପ୍ରଥମ ଥର ଶ୍ରଦ୍ଧାଳୁମାନେ ଶ୍ରନୀଗରରୁ ପଞ୍ଚତରଣୀୟ ପର୍ଯ୍ୟନ୍ତ ସହଜରେ ଯାତ୍ରା କରିପାରିବେ । ଏଥି ସହିତ ଗୋଟିଏ ଦିନରେ ପବିତ୍ର ଯାତ୍ରା ପୂରା କରିପାରିବେ ।
ଏହି ସୁବିଧା ଭକ୍ତଙ୍କ ପାଇଁ କରାଯାଇଛି । ଶ୍ରୀନଗରରୁ ନୀଳଗ୍ରାଥ ପର୍ଯ୍ୟନ୍ତ ଶୁଳ୍କ ୧୧,୭୦୦, ଶ୍ରୀନଗରୁ ପହଲଗାମ ପର୍ଯ୍ୟନ୍ତ ୧୦,୮୦୦, ନୀଳଗ୍ରଥରୁ ପଂଚତରଣୀ ୨,୮୦୦ ଓ ପହଲଗାମରୁ ପଂଚତରଣୀ ୪୨୦୦ ଟଙ୍କା ଶୁଲ୍କ ରଖାଯାଇଛି । ପୋର୍ଟାଲକୁ ଡେରାଡୁନର ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଡିଜାଇନ କରିଛି ।
ସୂଚନାଯୋଗ୍ୟ ଯେ,ଚଳିତ ବର୍ଷ ଅମରନାଥ ଯାତ୍ରା ଆସନ୍ତା ୩୦ ତାରିଖ ଠାରୁ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ତାରିଖରେ ଶେଷ ହେବ । ତୀର୍ଥଯାତ୍ରୀଙ୍କୁ ଭାରି ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସେନା ପ୍ରସ୍ତୁତି କରିଛି । ୨୦୨୦ ଓ ୨୦୨୧ରେ କରୋନା କାରଣରୁ ଯାତ୍ରା ବାତିଲ କରାଯାଇଥିଲା ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..