ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅମରନାଥ ଯାତ୍ରା: ହେଲିକପ୍ଟର ପାଇଁ ଅନ୍‌ଲାଇନ୍ ବୁକିଂ କରିପାରିବେ ଶ୍ରଦ୍ଧାଳୁ

 ପୋର୍ଟାଲର ଶୁଭାରମ୍ଭ….

ଜାମ୍ମୁ କାଶ୍ମୀର ର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ଅମରନାଥ ଯାତ୍ରା-୨୦୨୨ ପାଇଁ ଅନ୍‌ଲାଇନ୍ ବୁକିଂ ସେବା ପୋର୍ଟାଲ ଶୁଭାରମ୍ଭ କରିଛନ୍ତି । ଶ୍ରଦ୍ଧାଳୁ ଯାତ୍ରା ପାଇଁ ହେଲିକପ୍ଟର ଟିକେଟର ବୁକିଂ ପାଇଁ ଶ୍ରାଇନ୍ ବୋର୍ଡର ୱେବସାଇଟ୍ www.jksasb.nic.inରେ ସହଜରେ ଲଗ୍‌ଇନ କରିପାରିବେ । 

ଅମରନାଥଙ୍କ ଭକ୍ତଙ୍କୁ ନୂଆ ଅନଲାଇନ ସେବା ସମର୍ପିତ କରିବାକୁ ଯାଇ ଉପରାଜ୍ୟପାଳ କହିଛନ୍ତି ଯେ, ଭଲ ଯୋଗାଯୋଗ ଓ ଶୀଘ୍ର ପହଞ୍ଚିବା ପାଇଁ ଶ୍ରୀନଗରରୁ ହେଲ ସେବା ଆରମ୍ଭ କରିବା ପାଇଁ ସରକାର ବହୁ ଦିନରୁ ଯୋଜନା କରିଥିଲେ । ପ୍ରଥମ ଥର ଶ୍ରଦ୍ଧାଳୁମାନେ ଶ୍ରନୀଗରରୁ ପଞ୍ଚତରଣୀୟ ପର୍ଯ୍ୟନ୍ତ ସହଜରେ ଯାତ୍ରା କରିପାରିବେ । ଏଥି ସହିତ ଗୋଟିଏ ଦିନରେ ପବିତ୍ର ଯାତ୍ରା ପୂରା କରିପାରିବେ ।

ଏହି ସୁବିଧା ଭକ୍ତଙ୍କ ପାଇଁ କରାଯାଇଛି । ଶ୍ରୀନଗରରୁ ନୀଳଗ୍ରାଥ ପର୍ଯ୍ୟନ୍ତ ଶୁଳ୍କ ୧୧,୭୦୦, ଶ୍ରୀନଗରୁ ପହଲଗାମ ପର୍ଯ୍ୟନ୍ତ ୧୦,୮୦୦, ନୀଳଗ୍ରଥରୁ ପଂଚତରଣୀ ୨,୮୦୦ ଓ ପହଲଗାମରୁ ପଂଚତରଣୀ ୪୨୦୦ ଟଙ୍କା ଶୁଲ୍କ ରଖାଯାଇଛି । ପୋର୍ଟାଲକୁ ଡେରାଡୁନର ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଡିଜାଇନ କରିଛି ।

ସୂଚନାଯୋଗ୍ୟ ଯେ,ଚଳିତ ବର୍ଷ ଅମରନାଥ ଯାତ୍ରା ଆସନ୍ତା ୩୦ ତାରିଖ ଠାରୁ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ତାରିଖରେ ଶେଷ ହେବ । ତୀର୍ଥଯାତ୍ରୀଙ୍କୁ ଭାରି ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସେନା ପ୍ରସ୍ତୁତି କରିଛି । ୨୦୨୦ ଓ ୨୦୨୧ରେ କରୋନା କାରଣରୁ ଯାତ୍ରା ବାତିଲ କରାଯାଇଥିଲା ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସଂସାର

Sunil Chandra Nayak

ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ “ପ୍ରେମ ସଂଜୀବନୀ “ଶୀର୍ଷକ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି(ଏସ୍‌ଟିଏ) ପକ୍ଷରୁ ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏଁ ସ୍ପେଶାଲ୍‌ ଡ୍ରାଇଭ

Sunil Chandra Nayak

Leave a Comment

error: Content is protected !!