ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଭଲ ଖବର – ଆଜି ଠୁଁ କଲମପୁର ଗୋଷ୍ଟି ସ୍ୱସ୍ଥ୍ୟ କେନ୍ଦ୍ରରେ ମିଳିବ ଜଳାତଙ୍କ ଟୀକା

ଭବାନୀପାଟଣା /କଲମପୁର = ୧୭/୬(ମସିହା) କଲମପୁର ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଜଲାତଙ୍କ ଟୀକା ଉପଲବ୍ଧ ହେବ ।ଏନେଇ ଆଜି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ରାକେଶ କୁମାର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି ।କଲମପୁର ଓ ଆଖପାଖ ବ୍ଳକ ଅଞ୍ଚଳରେ କୁକୁର ବିଲୁଆ ଭଲି ଜୀବ ଜନ୍ତୁ କାମୁଡିବା ଘଟଣା ଦେଖିବାକୁ ମିଲୁଥିଲା ।ଔଷଧ ପାଇଁ ଲୋକେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରି ନାହିଁ ନ ଥିବାର ଅସୁବିଧା ର ସମ୍ଭୁଖିନ ହୋଇଆସୁଥିଲେ ।ଏହା କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଙ୍କ ନିର୍ଦେଶରେ ଜିଲ୍ଲା କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରିଥିଲେ । ଜନହିତକର ଏହି କାର୍ଯ୍ୟକ୍ରମ କୁ ନେଇ ଅଂଚଳ ବାସୀ ପ୍ରଶାସନ ଙ୍କୁ ସାଧୁବାଦ ଜଣାଇଥିବା ବେଳେ ଜୟପାଟଣା , ଥୁଆମୂଳ ରାମପୁର ବ୍ଲକ ଅଂଚଳ ର ଲୋକ ମଧ୍ୟ ଏହି ସ୍ୱାସ୍ଥ୍ୟ ସେବା ପାଇପାରିବେ ।ଆଜିର ଲୋକାର୍ପିତ ଉତ୍ସବରେ ଏପିଟୋଲୋଜିଷ୍ଟ ନିହାର ରଞ୍ଜନ ଠାକୁର ସମେତ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶିବାଶିଷ ସ୍ୱାଇଁ , ଡକ୍ଟର ମୃତ୍ୟୁଞ୍ଜୟ ମହାନ୍ତି ,ଡକ୍ଟର ସମ୍ବିତ ମହାନ୍ତି ,ଡକ୍ଟର ଜ୍ୟୋତି ରଞ୍ଜନ ମାଝୀ ,ଡକ୍ଟର ଅମୀର ଜଗଦଲ୍ଲା ଏବଂ ସମସ୍ତ ବିଭାଗୀୟ କର୍ମଚାରୀ ଓ ଆଶା କର୍ମୀ ସମୂହ ଉପସ୍ଥିତଥିଲେ ।

କଲମପୁର ରୁ ପରମାନନ୍ଦ ଠାକୁର ମସିହା ପ୍ରତିନିଧି ଙ୍କ ରିପୋର୍ଟ

 

Related posts

୨୦୨୪ ସୁଦ୍ଧା ବିଜାତଳା ବ୍ଲକକୁ “ଯକ୍ଷ୍ମା ମୁକ୍ତ “ଅଂଚଳ ପ୍ରୟାସ ନେଇ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଓ ‘ରିଚ’ଅନୁଷ୍ଠାନ ତରଫରୁ କର୍ମଶାଳା

Sunil Chandra Nayak

ଡେଙ୍ଗୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ପ୍ରଚାର କରୁଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

masiha

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!