ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଗର ସାହିତ୍ୟ ସଂସଦ ର ଓଡ଼ିଆ ନବ ବର୍ଷ ପାଳନ

ଢ଼େଙ୍କାନାଳ:ତା ୧୪.୦୪.୨୨ରିଖ ଇନ୍ଦିପୁର ପଞ୍ଚାୟତ ଶନି ମଣ୍ଡପ ଠାରେ ସାଗର ସାହିତ୍ୟ ସଂସଦ ତରଫରୁ ଓଡ଼ିଆ ନବ ବର୍ଷ ପାଳନ କରାଯାଇଛି । ସଭାପତି ଜ୍ୟୋତିର୍ବିଦ ଶ୍ରୀବତ୍ସ କୁମାର ନାୟକ ଙ୍କ ସଭାପତିତ୍ବ ରେ ସଭା ପରିଚାଳନା କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ ସଂସଦ ର ଉପଦେଷ୍ଟା ରଘୁନାଥ ସିଂହ ଯୋଗ ଦେଇ ଓଡ଼ିଆ ନବ ବର୍ଷ ର ମହତ୍ତ୍ଵ ସଂପର୍କ ରେ ଆଲୋକପାତ କରିଥିଲେ ।ସହ ସମ୍ପାଦକ କାମାକ୍ଷା ପ୍ରସାଦ ବେହେରା ଅତିଥି ପରିଚୟ ସହ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଥିଲେ । ସମ୍ପାଦକ ତ୍ରିଲୋଚନ ମହାରଣା ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ରାଜ କିଶୋର ରାଉତ ଓ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଲଳିତା ସାହୁ, ଗ୍ରାମ ବିକାଶ ପରିଷଦ ସମ୍ପାଦକ ଶେଷଦେବ ସାହୁ, ଗ୍ରାମର ବିଶିଷ୍ଟ ବ୍ୟକ୍ତି ଇନ୍ଦ୍ରମଣି ପୃଷ୍ଟି, କୈଳାସ ପୃଷ୍ଟି, କୁଳମଣି ନାୟକ, ଦମୋଡାର ନାୟକ, ସତ୍ୟାନନ୍ଦ ଗୌଣ, ସାମ୍ବାଦିକ ନାୟକ ଅକ୍ଷୟ ରାଜହସ୍ତୀ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସର ରେ ଇନ୍ଦୁପ୍ରଭା ର ସ୍ଵତନ୍ତ୍ର ପର୍ବ ମଧୁ ବିକାଶ ର ୨ୟ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ମଧୁ ବିକାଶ ର ୧ମ ସଂଖ୍ୟା ରେ ପ୍ରକାଶିତ ଦୁଇଜଣ କବି ଦୟାନିଧି ସାହୁ ଓ ରବି ନାରାୟଣ ନାୟକ ଙ୍କୁ ମଧୁ ବିକାଶ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ଉକ୍ତ ମଧୁ ମୁହୂର୍ତ୍ତ ରେ ବହୁ ସଂଖ୍ୟକ କବି ଓ ଶିକ୍ଷାବିତ୍ ଯୋଗ ଦେଇଥିଲେ। ଶେଷରେ ସଂସଦର ଉପ ସଭାପତି ହେମନ୍ତ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଯଦୁନାଥ ଦାସ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ……..

ଜୁନାଗଡ଼ ପେକ୍ସ ସଭାପତି ଦାୟିତ୍ୱ ନେଲେ ସୁଧାଂଶୁ ବରାଡ଼

ମଧୁମିତା ମିଶ୍ର ଙ୍କ କବିତା ଆତ୍ମାର ଆତ୍ମକଥା..

Sunil Chandra Nayak

Leave a Comment

error: Content is protected !!