ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଠାରେ ହନୁମାନ ଜୟନ୍ତୀ ପାଳିତ

କୋକସରା,୧୪।୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ହନୁମାନ ଙ୍କ ପ୍ରତିମୂର୍ତ୍ତି ପାଖରେ ଗୁରୁବାର ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି l ପୂର୍ବ ନିର୍ଦ୍ଧାରିତ ନୀତି ଅନୁସାରେ ସକାଳୁ ହନୁମାନ ଙ୍କ ବିଗ୍ରହ ରେ ଦେବ ନୀତି ସହ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା l ପୁଜକ ଟିକିନା ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କୋକସରା ସରପଞ୍ଚ କିଶୋର ପ୍ରଧାନୀ ଓ ତାଙ୍କ ସହ ଧର୍ମିଣୀ ଏହି ପୂଜାରେ କର୍ତ୍ତା ରହିଥଲେ l ପୂଜା ଶେଷରେ ଅନେକ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଙ୍କୁ ପଣା ଓ ପ୍ରସାଦ ବଣ୍ଟନ କରାଯାଇଥିଲା l ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସହିତ ହନୁମାନ ଚାଳିଶା ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ମହାବୀର କମିଟି ର ସଭାପତି ମହେନ୍ଦ୍ର ନେଗୀ, ପ୍ରମୋଦ ପ୍ରଧାନୀ, ସମ୍ପାଦକ ସୁନିଲ ପ୍ରଧାନୀ, କୋଷାଧ୍ୟକ୍ଷ ବିଶ୍ଵନାଥ ପଟ୍ଟନାୟକ, ବସନ୍ତ ପଟ୍ଟନାୟକ, ପ୍ରମୋଦ ବେହେରା, ସୁଶାନ୍ତ ବେହେରା, ଲାଲୁ ପ୍ରଧାନୀ, ହବିର ରାଉତ, ସନତ କୁମାର ପ୍ରଧାନୀ, ଦୁଷ୍ମନ୍ତ ପାଟ୍ଟଯୋଷୀ ସମେତ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ମ ନି ସ 

Related posts

ପୂର୍ବଟତ ରେଳପଥ ଜିଏମ୍ ଅର୍ଚ୍ଚନା ଯୋଗୀଙ୍କ ରାୟଗଡା ଗସ୍ତ

Sunil Chandra Nayak

ନିର୍ମାଣଧିନ ପୋଲ ଭୁସୁଡିଲା, ପାଞ୍ଚଟି ଗାଁ ରାସ୍ତା ବିଛିନ୍ନ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

Leave a Comment

error: Content is protected !!