ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଳ ହେଲା କାଳବୈଶାଖୀ…୫୦%ରୁ ଅଧିକ କଦଳୀ ଫସଲ ନଷ୍ଟ, କ୍ଷତିପୂରଣ ଦାବି

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଲି ଗ୍ରାମ ପଞ୍ଚାୟତ ଅଧୀନ କରପା, ରେଙ୍ଗସାପାଲି,ପିତାଗୁଡା, ପଦ୍ମପୁର ଗ୍ରାମରେ ୨୫୦ ଏକରରୁ କଦଳୀ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ ରେଙ୍ଗସାପାଲି ଅଞ୍ଚଳଚାଷୀ।ଗତକାଲି ର କାଳବୈଶାଖୀ ପ୍ରଭାବରେ ରେଙ୍ଗସାପାଲି ଅଞ୍ଚଳ ର ୭୦ ରୁ ଅଧିକ କଦଳୀ ଚାଷୀଙ୍କ ୨୦୦ଏକର ଅଧିକ କଦଳୀ ଫସଲ ନଷ୍ଟ ହୋଇଯାଇଛି। ଅଭିଯୋଗ ସତ୍ତ୍ୱେ ଉଦ୍ୟାନ ବିଭାଗ ଏଯାଏଁ କ୍ଷେତ୍ର ପରିଦର୍ଶନ କରିନଥିବାରୁ ଚାଷୀ ମାନଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।

ରେଙ୍ଗସାପାଲି ଗ୍ରାମର ଚୁଡାମଣି ବେହେରା, ଧ୍ରୁବ ବେହେରା,କୃଷ୍ଣ ରଣା,ତରୁଣ ସାହୁ, ବରୁଣ ସାହୁ,ରମେଶ ପ୍ରଧାନ,ରାଧାମୋହନ ଗଡ଼ତିଆ,ପିତଗୁଡା ଗ୍ରାମର ଗରିବ କଟା, ଦେବେନ୍ଦ୍ର ସାହୁ,ପବିତ୍ର ବେହେରା, ପୃଥ୍ୱୀରାଜ ସାହୁ,ବନବାସ ବୁଦ୍ଧିଆ,କରପା ଗ୍ରାମର ସାନ ମାଝୀ, ପ୍ରଦୀପ ଖନସମା ଓ ପଦ୍ମପୁର ଗ୍ରାମର ସୁବାସ ପ୍ରଧାନ, ରବୀନ୍ଦ୍ର ପ୍ରଧାନ ଓ ଭିକାରୀ ପ୍ରଧାନଙ୍କର କଦଳୀ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି।

କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବା ପାଇଁ ଦାବି ହେଉଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଚନ୍ଦ୍ର କଳା ଦେବୀ ଙ୍କ କବିତା – ଜୟ ହନୁମାନ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ବାରବାଟୀ ଚାଷ 

ଜୁନାଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୩ ପଞ୍ଚାୟତବାସୀଙ୍କ ବିକ୍ଷୋଭ

Leave a Comment

error: Content is protected !!