ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଜଳେ ସ୍ନାନ କଲେ ଶରୀର ପବିତ୍ର
        ମନ୍ତ୍ର ପାଠ ମନ ଶୁଦ୍ଧ
ଧୂପ ଦୀପ ଦେଇ ପୂଜା କଲେ ପ୍ରଭୁ
        ପରିବେଶ ରହେ ଶୁଦ୍ଧ।
ଦୀପଟି ଜାଳୁଛି ମନ କଥା କହି
       ଦୁଃଖକୁ ଦେଉଛି ବାଢ଼ି
ଜଣାଣ ଭଜନ କୀର୍ତ୍ତନ କରୁଛି
      ପ୍ରଭୁ ପାଦେ ହାତ ଯୋଡ଼ି।
ତୂଳସୀ ଚଉଁରା ମୂଳେ ବସି ଜପ
    ପାପ ସଦା ଯାଉ ଛାଡ଼ି
ଧରଣୀ ବାସୀଙ୍କୁ ମଙ୍ଗଳ କରନ୍ତୁ
    ଏତିକି ମୋପଦ ଯୋଡ଼ି।
ପ୍ରଭୁଙ୍କ ସ୍ମରଣ ସଦା କାଳେ ଧ୍ୟ୍ୟାନ
    ତାଙ୍କ ଆଶ୍ରା ମୋ ଜୀବନ
ପଥକୁ ଦେଖାଇ ନିଏ ସେଆଗେଇ
     ସେ ମୋ ପାଇଁ ମହାଧନ।
କାର୍ତ୍ତିକ ମାସକୁ ପୁଣ୍ୟ ଧର୍ମ ମାସ
     ଏ ଆକାଶ ଦୀପ ଜଳେ
ଅନ୍ଧାର ଦୂରେଇ ଆଲୋକ ପଥରେ
     ସ୍ମୃତି ଛବି ମହୀ ସ୍ଥଳେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳବନ୍ଦୀ ଅଞ୍ଚଳର ଦୁଃଖ।। ଜନନୀ ଯନ୍ତ୍ରଣା ର ବିକଳ ଚିତ୍ର : ଗୁହାରି ଶୁଣିବ କିଏ ?

Sunil Chandra Nayak

ମାଁ କଳସୀ ଠାକୁରାଣୀ  ଙ୍କ ପୀଠରେ ସାତପାଲି ଗ୍ରାମ ରାଇଘର ର ଭାଦ୍ରବ ଯାତ୍ରା ଅନୁଷ୍ଠିତ       

Sunil Chandra Nayak

ଦୁଇଟି ହାତୀ ଆକ୍ରମଣରେ ଗୃହ ନଷ୍ଟ ସହ ଅଳ୍ପକେ ବର୍ତିଲେ ବୁଢ଼ାବୁଢ଼ୀ ଓ ନାତୁଣୀ 

Sunil Chandra Nayak

Leave a Comment

error: Content is protected !!