ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିବ୍ୟାଙ୍ଗ ଙ୍କୁ କମ୍ବଳ ଓ ବିସ୍କୁଟ ବଣ୍ଟନ

ରାଉରକେଲା / ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରାଉରକେଲା ସ୍ଥିତ ଛେଣ୍ଡ ଠାରେ ପାଳିତ ହୋଇଯାଇଛି। ଆରଆରଆରସି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିବସ ନ୍ୟାସନାଲ ଆଣ୍ଟି କରପସନ ଆଣ୍ଡ ହ୍ୟୁମାନ୍ ରାଇଟ କମିଟି ଅଫ୍ ଇଣ୍ଡିଆ ର ଅଧ୍ୟକ୍ଷ ଆଇନଜୀବୀ ସନ୍ତୋଷ ଭୂୟାଁ ଅତିଥି ରୁପେ ଯୋଗ ଦେଇ ଦିବ୍ୟାଙ୍ଗ ପିଲା ମାନଙ୍କୁ ୧୦୦ ଟି କମ୍ବଳ ଏବଂ ବିସ୍କୁଟ ବଣ୍ଟନ କରି ଥିଲେ। ଅତିଥି ଶ୍ରୀ ଭୂୟାଁ ଏହି ଅବସରରେ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ଯ ରଖିବା ସହ ଦିବ୍ୟାଙ୍ଗଙ୍କ ମୁଖରେ ହସ ଫୁଟାଇବା ଆମର ଧ୍ୟେୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନ ର ସାଧାରଣ ସମ୍ପାଦକ ଦିବାକର ମୋଦଲି , ମହିଳା ଉପ ସଭାପତି ସେହ୍ନା ଅଞ୍ଜଳି ଜେନା, ନଗର ସଭାପତି ସ୍ୱାଗତିକା ପଟ୍ଟନାୟକ, ସୁନ୍ଦରଗଡ ଜିଲ୍ଲାର ସଭାପତି ନିତୁ ମହାନ୍ତି, ସମ୍ପାଦିକା କଲ୍ୟାଣୀ ଦାସ , ଅନୁଗୋଳ ଜିଲ୍ଲାର ସଭାପତି ଅଞ୍ଜଳି ନାୟକ , ସଦସ୍ୟା ପ୍ରଜ୍ଞା ପାରମିତା ଦାସ , ଫିରୋଜ ଖାଁ, ସଂଘମିତ୍ରା ପ୍ରମୁଖ ଯୋଗ ଦେଇ ପିଲା ଙ୍କୁ ଉତ୍ସାହିତ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଜାତୀୟ ଖାଦ୍ୟ ସୁରକ୍ଷା ରେଙ୍କିଙ୍ଗ: ପ୍ରଥମ ସ୍ଥାନରେ ଓଡିଶା

ସଫଳା ଦାସ ଙ୍କ କବିତା ଆମରି ବାପୁ 

Sunil Chandra Nayak

Leave a Comment

error: Content is protected !!