ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ମାନବାଧିକାର ଆୟୋଗ ତରଫରୁ ଦାରିଙ୍ଗବାଡି ଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ମିଶ୍ର କଲ୍ୟାଣ ମଣ୍ଡପ ଠାରେ ଗତ.11.12.2022. ରିଖ ଶନିବାର ଦିନ ବିଶ୍ୱ ମାନବାଧିକାର ଦିବସ  ପାଳନ କରାଯାଇଛି | ବିଶ୍ୱ ମାନବାଧିକାର ଦିବସ କାର୍ଯ୍ୟକ୍ରମ ନମିତା ପରିଡ଼ା ଙ୍କ ନେତୃତ୍ୱରେ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ତହସିଲଦାର ଡ଼ଃ. ଅଶୋକ କୁମାର ସାହୁ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମହୋଦୟା ଶ୍ରୀମତୀ ଚନ୍ଦ୍ରିକା ମଲ୍କିକ, ସମିତିସଭ୍ୟ କାଳିପ୍ରସାଦ ମଲ୍ଲିକ,ନାଏବ ସରପଞ୍ଚ ଦୀପକ ପ୍ରଧାନ, ଉଦୟ ଭାରତୀ ଚାରିଟେବୁଲୁ ଟ୍ରଷ୍ଟ ପ୍ରେସିଡେଣ୍ଟ ସୁବ୍ରତ ମନ୍ତ୍ରୀ, ଭାରତୀୟ ହ୍ୟୁମାନ ରାଇଟ କମିଶନ ର ରାଜ୍ୟ ମହିଳା ସଭାପତି ଆଲୋକ ପ୍ରଭା ସାହୁ ଯୋଗଦେଇଥିଲେ | ଏହି ଦିବସ ରେ ଦୁଇ ଶହ ରୁ ଉର୍ଦ୍ଧ ଲୋକ ସମାଗମ ହୋଇଥିଲେ | ବିଶ୍ୱ ମାନବାଧିକାର ଦିବସ ରେ ଆଇନ ଉପରେ ସଚେତନତା, ବାଲ୍ୟ ବିବାହ ରୋକିବା ପାଇଁ ପରାମର୍ଶ ଦେବା ସହିତ ବୃଦ୍ଧ ବାପା ମାଆ ଏବଂ ଭିନ୍ନକ୍ଷମ ଲୋକମାନଙ୍କୁ ଶୀତ ବସ୍ତ୍ର, କମଳ, ବଣ୍ଟନ କରାଯାଇଥିଲା | ଏପଟେ ସାରାରାଜ୍ୟ ପାଳନ କଲା ବିଶ୍ୱ ମାନବାଧିକାର ଦିବସ ପ୍ରତେକ ଜିଲ୍ଲା ରେ ଆଇନ ସଚେତନତା କାର୍ଯ୍ୟକ୍ରମ ସହ ମାନବାଧିକାର ଉପରେ ସଚେତନ କାର୍ଯ୍ୟକ୍ରମ କରି ପୋଲିସ ଏବଂ ପ୍ରଶାସନ ସହ ମିଳିତ ଭାବରେ ଭାରତୀୟ ମାନବାଧିକାର କମିଶନ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସୂଚନା ଦିଆଯାଇଥିଲା | ସେପଟେ ଭାରତୀୟ ମାନବାଧିକାର କମିଶନ ର ଜାତୀୟ ସଭାପତି ଜାଭାହରଲାଲ ଓଝା ସାମ୍ବାଦିକ ସମିଳନୀ ରେ ପ୍ରଶାସନ କାଳରେ ନିଷ୍ପେସିତ ଗରିବ ଅସହାୟ ଲୋକଙ୍କୁ ଯେଉଁ ଅତ୍ୟାଚାର କରାଯାଉଛି ତାକୁ ରୋକିବା ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି | ବି ଏଚ ଆର୍ ସି  ର ସର୍ବଦା ଏହିପରି ସେବା କାର୍ଯ୍ୟ ଦେଖି  ବି ଏଚ ଆର୍ ସି   କୁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଦୁଲକିବନ୍ଦ କନ୍ୟା ଆଶ୍ରମ ରେ ଝାଡା ବାନ୍ତି 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବିଶ୍ୱ ଆଥଲେଟିକ୍ସ ଚମ୍ପିୟାନସିପ୍ ରେ କଳାହାଣ୍ଡିଆ ପୁଅ

Leave a Comment

error: Content is protected !!