ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୃତ୍ୟୁ ପ୍ରମାଣ ପତ୍ର କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଥୁଆମୂଳ ରାମପୁର ସିଏଚସି ର ଜୁନିୟର ଆସିଷ୍ଟାଣ୍ଟ ଏମ ଦିବ୍ଯଜ୍ଯୋତି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ

ଭବାନୀପାଟଣା:୨୪/୮-( ମ ନି ସ) ଦିନକୁ ଦିନ ଲାଞ୍ଚ କାରବାର ର ଚେର ଲମ୍ବିବାରେ ଲାଗିଛି ଅନେକ ସମୟରେ ପୂର୍ବରୁ କର୍ମଚାରୀ ମାନେ ଭିଜିଲାନ୍ସ ଜାଲରେ ଛନ୍ଦି ହେବା ସହିତ ଜେଲ ଦଣ୍ତ ଭୋଗୁଥିବା ବେଳେ ପୁଣି ଏକ ଘଟଣା ଘଟିଯାଇଛି। ଆଜି ଅପରାହ୍ନ ସମୟରେ ଥୁଆମୂଳ ରାମପୁର ଡାକ୍ତରଖାନାରେ କାର୍ଯ୍ଯରତ ଜୁନିୟର ଆସିଷ୍ଟାଣ୍ଟ ବିପିଏଲ ପରିବାରଙ୍କୁ ମୃତ୍ୟୁ ପ୍ରମାଣ ପତ୍ର କରାଇଦେବା ପାଇଁ ୯୦୦୦ ଟଙ୍କା ଲାଞ୍ଚ ମାଗିବା ଓ ନେବା ସମୟରେ ଓଡିଶା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁସାରେ ଜଣାପଡିଛି ଯେ ଆଜି ଅର୍ଥାତ ୨୪/୮/୨୦୨୨ ଅପରାହ୍ନ ରେ ବିପିଏଲ ପରିବାରଙ୍କ ଠାରୁ ୯୦୦୦ ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବାବେଳେ ଓଡିଶା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଥୁଆମୂଳ ରାମପୁର ଜୁନିୟର ଆସିଷ୍ଟାଣ୍ଟ କମ୍ଯୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ କାର୍ଯ୍ଯରତ କର୍ମଚାରୀ ଶ୍ରୀ ଏମ ଦିବ୍ଯଜ୍ଯୋତି ଙ୍କ ପାଖରେ ଅଭିଯୋଗ କାରୀ ତାଙ୍କ ପିତାଙ୍କ ମୃତ୍ୟୁ ପ୍ରମାଣ ପତ୍ର ଏବଂ ତାଙ୍କ ଗାଁର ଆଉ ୫ ଜଣ ମୃତ ବ୍ଯକ୍ତିଙ୍କ ନାମରେ ପ୍ରମାଣପତ୍ର ପାଇଁ ଦରଖାସ୍ତ ଦାଖଲ କରିଥିଲେ। ଏଥିପାଇଁ ଶ୍ରୀ ଦିବ୍ଯଜ୍ଯୋତି ୬ ଜଣ ମୃତ ବ୍ଯକ୍ତି ଙ୍କ ଠାରୁ ମୁଣ୍ତ ପିଛା ୩୦୦୦ ଟଙ୍କା ହିସାବରେ ସର୍ବମୋଟ ୧୮୦୦୦ ଟଙ୍କା ଲାଞ୍ଚ ବାବଦକୁ ଦାବି କରିଥିଲେ। ଏହି ଅଭିଯୋଗ ପୂର୍ବରୁ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇଥିଲା। ପରେ ଅଭିଯୋଗ କାରୀ ଜଣକଙ୍କ ଠାରୁ ଶ୍ରୀ ଏମ ଦିବ୍ଯଜ୍ଯୋତି ୧୮୦୦୦ ଟଙ୍କା ରୁ ୯୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ପୂର୍ବ ଯୋଜନା ଅନୁସାରେ ଛକି ବସିଥିଲେ ଓ ତାଙ୍କୁ ଗରିଫ୍ କରିଥିଲେ।ଏହି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ P.S ମାମଲା ନମ୍ବର ୨୮/ ୨୦୨୨ U/s 7 PC ସଂଶୋଧନ ଅଧିନିୟମ ୨୦୧୮ ମାମଲା ରୁଜୁ ହୋଇଛି।ଶ୍ରୀ ଏମ ଦିବ୍ଯଜ୍ଯୋତିଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ଜଣାପଡିଛିି।

Related posts

ଠିକାଦାରଙ୍କ ଠାରୁ ଚାନ୍ଦା ଅସୁଲି ଅଭିଯୋଗ ରେ  ବନ୍ଧୁକଧାରୀ ଗିରଫ 

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

ସଫଳ। ଦାସ ଙ୍କ ଅଳପ ଗଳ୍ପ – ଉପହାର

Sunil Chandra Nayak

Leave a Comment

error: Content is protected !!