Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଅଭିମାନ by Sunil Chandra NayakJuly 18, 2022096 Share3 ଅଭିମାନ ଶ୍ଯାମା ପ୍ରସାଦ୍ ବୋଷ୍ ଅଭିମାନ ଭରା ମୋ ଦୁଃଖ ପସରା କାହାକୁ କହିବି ଆଉ ଅଭିମାନ ମୋର ଅଟଇ ନିଜର ଅନ୍ତରରେ ଲୁଚି ଥାଉ । ଜୀବନ ପ୍ରତି ମୋ ବିତୃଷ୍ଣାର ଭାବ ଭାଗ୍ୟ ପ୍ରତି ଅଭିମାନ ଅଭିମାନ ନେଇ ଜୀଉଁଛି ଜୀଇଁବି ଅଭିମାନେ ସ୍ବାଭିମାନ । ଆପଣା ଜନଟି ସ୍ବାର୍ଥ ପର ହେଲେ ଅଭିମାନ ମାନେ ନାହିଁ ଅଭିମାନ ଯଦି ଅଣଦେଖା ହେଲା ଅଭିମାନେ ଥାଏ ଚାହିଁ । ଈଶ୍ବର ଙ୍କ ପ୍ରତି ଅଭିମାନ ମୋର ନାସ୍ତିକ ଟେ କରିଦେଲା ଏଡିକି କପଟି ବୁଝିଲାନି ଥରେ ମୋ ପାଇଁ ପାଷାଣ ହେଲା । ଯାହା ପାଇଁ ଆଜି ସଂସାରରେ ଏକା ଅଭିମାନ କରି ଥିଲି ମୋର ଅଭିମାନ ଅଧୁରା ରହିଲା ସିଏ ଗଲା ମୋତେ ଭୁଲି । ଅଭିମାନେ ଭରା ହୃଦୟ ବେଦନା ଲୁହ ହୋଇ ଝରିଗଲା ହୃଦୟ ର କଥା ଅବ୍ୟକ୍ତ ରହିଲା ଦୁଃଖ ଭାର ବଢିଗଲା । ଅଭିମାନ କରି ଦିନ ଗଲା ସରି ଅଭିମାନ ବୃଥା ହେଲା ଅଭିମାନ ମୋର ବୁଝିଲେନି କେହି ଅଭିମାନ ଧୋକ୍କା ଦେଲା । ଶ୍ଯାମା ପ୍ରସାଦ୍ ବୋଷ୍ ବେଗୁନିଁଆ , ମଲ୍ଲୀକ୍ ସାହି ଗୋପ୍ , ପୁରୀ