Uncategorizedମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ by Sunil Chandra NayakJuly 19, 20220216 Share0 ଜଣାଣ ମାନଗୋବିନ୍ଦ ସ୍ବାଇଁ ଆସିଲା ଡାକରା ପ୍ରଭୁଙ୍କ ପାଖରୁ ଯାଉଅଛି ମୁହିଁ ପୁରୀ ଦର୍ଶନ କରିବି ମନକଥା କହି କରିବି ମୋର ଗୁହାରୀ। ଧନ ଲୋଡା ନାହିଁ ଜନ ଲୋଡା ନାହିଁ ଲୋଡା ମୋର ଭକତି ଧର୍ଯ୍ୟ ଧରି ମୋତେ କହି ଦିଅ ସତ ଦିଅ ମୋ ଜୀବନ ଶକ୍ତି। ବିଶ୍ବ ପରିବାର ତୁମରି ସଂସାର ସୁଖଦୁଃଖ ତୁମ ହାତେ କାହାକୁ କେମିତି ବୁଝାଇ କହିବା ବୁଧି ଆହେ ଜଗନ୍ନାଥେ। ଡାକି ଦେଲ ପୁରୀ ଆସିଗଲି ପୁରୀ ମୋ ସଂସାର ବଡ଼ଦାଣ୍ଡ ମୁଣ୍ଡଗୁଞ୍ଜିବାକୁ ଦିଅ ଟିକେ ରାହା ଏତିକି ଅଳି ତୋ ଦାଣ୍ଡ। ଦାଣ୍ଡରେ ରହିବି ଦର୍ଶନ କରିବା ଗରୁଡ଼ ସ୍ତମ୍ଭରୁ ନିତି ସକାଳ ସଞ୍ଜରେ ସିଂହଦ୍ବାର ପାଶେ ଭିକ୍ଷା ଥାଳ ଧରି ସ୍ତୁତି। ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା